ଆସିକା: ଚଳିତ ବର୍ଷ ସି.ବି.ଏସ.ଇ ଦଶମ ଶ୍ରେଣୀ େବୋର୍ଡ ପରିକ୍ଷା ଫଳ ପ୍ରକାଶ ପାଇଛି । ଗଞ୍ଜାମ ଜିଲ୍ଲା ଆସିକା ଟାଲେଣ୍ଟ ସ୍କୁଲର ଛାତ୍ରଛାତ୍ରୀ ମାନେ ସି.ବି.ଏସ.ଇ ଦଶମ ଶ୍ରେଣୀ ପରିକ୍ଷାରେ ଉତ୍ତମ ପ୍ରଦର୍ଶନ କରି ବିଦ୍ୟାଳୟ ପାଇଁ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଦଶମ ଶ୍ରେଣୀରେ ସମସ୍ତ ଛାତ୍ରଛାତ୍ରୀ ସଫଳତାର ସହିତ ଉତୀର୍ଣ୍ଣ ହୋଇଥିବା ବେଳେ ସାହିଲ ପାତ୍ର ୮୨.୭ ପ୍ରତିଶତ ରଖି ସ୍କୁଲ ଟପର ହୋଇଥିବା ବେଳେ ଆୟୁଷ୍ମାନ ବିଶ୍ୱାଳ ୭୭.୭ ପ୍ରତିଶତ, ଏ.ସୋହମ ନାୟକ ୭୪.୨ ପ୍ରତିଶତ, ନାରାୟଣ ମାଝୀ ୭୨ ପ୍ରତିଶତ, ଅନୁଷ୍କା ପରିଡା ୬୬.୪ ପ୍ରତିଶତ ଏବଂ ବାଗ୍ମଶ୍ରୀ ରାଣା ୬୫.୨ ପ୍ରତିଶତ ନମ୍ବର ରଖି କୃତିତ୍ୱ ହାସଲ କରିଛନ୍ତି । ଏହି ସଫଳତାରେ ବିଦ୍ୟାଳୟର ପ୍ରତିଷ୍ଠାତା ଡ.ସୁରେନ୍ଦ୍ର ନାଥ ପାତ୍ର ଏବଂ ସ୍କୁଲ ଅଧ୍ୟକ୍ଷା ରାଜଲକ୍ଷ୍ମୀ ପାତ୍ର ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହିତ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କୁ ସାଧୁବାଦ ଜଣାଇଛନ୍ତି । ଏହା ସହିତ ଭବିଷ୍ୟତରେ ବିଦ୍ୟାଳୟର ସୁନାମ ରଖିବା ପାଇଁ ସମସ୍ତ ପ୍ରତିଜ୍ଞାବଦ୍ଧ ହେବା ପାଇଁ ପ୍ରେରଣା ଦେଇଛନ୍ତି ।
