ପୁରୀ: ସେଭେନ ସ୍ପୋକସ୍ ଭରଡ୍ଯୁର୍ ର ଫାଉଣ୍ଡେସନ, ଓଡ଼ିଶା ଆନୁକୂଲ୍ଯରେ ସାଇଶ୍ରୀ ରିହାବିଲିସନ୍ ୟୁନିଟ ଏବଂ ଆଇଏମଟି ଫାର୍ମାସୀ କଲେଜ ସହଯୋଗରେ ବିଶ୍ୱ ଭୌତିକ ଚିକିତ୍ସା ଦିବସ ୨୦୨୬ ଚକ୍ରତୀର୍ଥ ରୋଡ ସ୍ଥିତ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଡାକ୍ତର ସିଦ୍ଧାର୍ଥ ଶେଖର ପାତ୍ରଙ୍କ ଏଥିରେ ଅଧ୍ୟକ୍ଷତା କରିଥିଲେ । ମୁଖ୍ଯ ଅତିଥି ଭାବେ ଲୋକସଭା ସାଂସଦ ଡ.ସମ୍ବିତ ପାତ୍ର ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିଲେ । ପୁରୀ ଜିଲ୍ଲାର ବିଜେପି ସଭାପତି ଡାକ୍ତର ଦେବେନ୍ଦ୍ର ନାଥ ତରାଇ ,ରାଜ୍ଯ ସମ୍ପାଦିକା ମନସ୍ମିତା ଜେନା, ବରିଷ୍ଠ ଫିଜିଓଥେରାପିଷ୍ଟ ଡାକ୍ତର ସତ୍ଯଜିତ ମହାନ୍ତି ପ୍ରମୁଖ ଯୋଗଦେଇ ଫିଜିଓଥେରାପି ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ପ୍ରକାଶ ପାଇଥିବା ଅନୁଷ୍ଠାନର ମୁଖପତ୍ର ଉନ୍ମୋଚିତ ହେବା ସହିତ ଫିଜିଓଥେରାପି ଉପରେ ପୋଷ୍ଟର ପ୍ରେଜଣ୍ଟସେନ କରିଥିବା ତିନିଜଣ ଯୁବ ପ୍ରତିଭା ଜଗତଜୀବନ କର,ଅର୍ଚ୍ଚନା ଦେହୁରୀ ଓ ଅର୍ଚ୍ଚିତା ଦେହୁରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।

କାଦମ୍ବିନୀ ଓଝା ଓ ସ୍ମୃତିଶିକ୍ତା ସିଂ ଶ୍ଲୋକ ଆବୃତି କରିଥିଲେ । ଅନ୍ୟତମ ନିର୍ଦ୍ଦେଶିକା ଅପର୍ଣ୍ଣା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ଅଧିବେଶନରେ ଷ୍ଟ୍ରୋକ ଓ ହୃଦରୋଗ ନିରାକରଣ, ଚିକିତ୍ସା ଓ ପନର୍ବାସରେ ଶାରୀରିକା ସକ୍ରିୟତା ଓ ଭୌତିକ ଚିକିତ୍ସାର ଭୂମିକା ଶୀର୍ଷକ ବିଷୟ ଉପରେ ଏକ ପ୍ଯାନେଲ ଡିସ୍କକସନ ଅନୁଷ୍ଠିତ ହୋଇଥିଲା । ଏଥିରେ ଫିଜିଓଥେରାପିଷ୍ଟ ଡାକ୍ତର ନିର୍ମାଲ୍ଯ ଚନ୍ଦନ, ଡାକ୍ତର ମିହିର କୁମାର ରାୟ, ଡାକ୍ତର ଅଂଶୁମାନ ମହାନ୍ତି, ଡାକ୍ତର ସତ୍ଯଜିତ ମହାନ୍ତି, ଡାକ୍ତର ସିଦ୍ଧାର୍ଥ ଶେଖର ପାତ୍ର, ଆନ୍ତର୍ଜାତୀୟ ପାରା ଆଥେଲେଟ କମଳାକାନ୍ତ ନାୟକ ଓ ପ୍ରଶାନ୍ତ ନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଅନୁଷ୍ଠାନ ପକ୍ଷରୁ ସମସ୍ତ ଅତିଥି ଓ ଆଲୋଚକଙ୍କୁ ସ୍ମାରକୀ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଫିଜିଓଥେରାପିଷ୍ଟ,ବିଦ୍ୟାର୍ଥୀ ଓ ବୁଦ୍ଧିଜୀବୀ ବହୁ ସଂଖ୍ଯାରେ ଉପସ୍ଥିତ ଥିଲେ । ଉଦଘାଟନୀ ଅଧିବେଶନକୁ ସଂଗଠକ ଶ୍ୟାମପ୍ରକାଶ ସେନାପତି ଓ ପ୍ଯାନେଲ ଡିସ୍କକସନକୁ ଫିଜିଓଥେରାପିଷ୍ଟ ପ୍ରିୟବ୍ରତ କାଳୀକିଙ୍କର ଓଝା ସଂଚାଳନ କରିଥିଲେ ।
