ପୁରୀ: ପ୍ୱିତ୍ର ମହାବିଷୁବ ସଂକ୍ରାନ୍ତି, ମହାବୀର ଜୟନ୍ତୀ ଓ ଓଡ଼ିଆ ନବବର୍ଷକୁ ଭିନ୍ନ ଢଙ୍ଗରେ ସ୍ୱାଗତ କରିଛନ୍ତି ଜାପାନୀ ପର୍ଯ୍ୟଟକ । ମହିଳା ପର୍ଯ୍ୟଟକ ମାୟୁ କାମେଇ ନିଜକୁ ଓଡ଼ିଆ ମହିଳାଙ୍କ ଭଳି ଲୁଗା ପରିଧାନ କରି ବିଭିନ୍ନ ରଙ୍ଗର ମୁରୁଜରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମୁଖରେ ମହାବୀରଙ୍କ ଚିତ୍ର ଅଙ୍କନ କରିଥିଲେ। ଏସମ୍ପର୍କରେ ଇଣ୍ଡିଆ-ଜାପାନ ଫେଣ୍ଟ୍?ସିପ୍ ସେଣ୍ଟରର ସଭାପତି ଶ୍ରୀମନ୍ତ୍ର କୁମାର ଦାଶ କୁହନ୍ତି, ଆଜିର ଦିନକୁ ସମଗ୍ର ଓଡ଼ିଶାରେ ଘରେ ଘରେ ଓଡିଆ ନବବର୍ଷ ପାଳନ କରିଥାନ୍ତି। ଆଜି ମହାପ୍ରଭୁ ଓ ମହାବୀରଙ୍କୁ ବର୍ଷର ପ୍ରଥମ ଦିନରେ ଦର୍ଶନ କଲେ ବର୍ଷତମାମ ନିଜ ସହ ପରିବାର ସଦସ୍ୟମାନଙ୍କ ସମୟ ଖୁସିରେ ଅତିବାହିତ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଜାପାନ ପର୍ଯ୍ୟଟକଙ୍କୁ ଶ୍ରୀମନ୍ଦିର ପ୍ରବେଶ ବାରଣ ରହିଥିବାରୁ ସେମାନେ ସେଣ୍ଟରରେ ଏକତ୍ରିତ ହୋଇ ହିନ୍ଦୁଧର୍ମର ପର୍ବପର୍ବାଣୀ ସମ୍ପର୍କରେ ଅବ ଗତ ହୋଇ ମହାବୀରଙ୍କ ଚିତ୍ର ଆଙ୍କି ଆଶିଷ ଭିକ୍ଷା ନେଇଥିଲେ।
