ସତ୍ୟବାଦୀ / ସୁଆଣ୍ଡୋ : ମଧ୍ୟପ୍ରାଚ୍ୟରେ ଦେଖାଦେଇଥିବା ଯୁଦ୍ଧଘନଘଟା ପାଇଁ ଜାଣିଶୁଣି ଏଲ୍ ପିଜି ଗ୍ୟାସ ଡିଲର ମାନେ କୃତ୍ରିମ ଅଭାବ ସୃଷ୍ଟି କରି ଗ୍ୟାସ ଉପଭୋକ୍ତାଙ୍କ ମନରେ ଭୟ ସୃଷ୍ଟି କରାଯାଉଛି ବୋଲି ସତ୍ୟବାଦୀ ଦୁର୍ନିତି ନିବାରଣ ମଞ୍ଚ ପକ୍ଷରୁ ଗୁରୁତର ଅଭିଯୋଗ କରାଯାଇଛି । ସରକାର ଅସୁବିଧା ନଥିବା କଥା ସ୍ପଷ୍ଟ କରିଥିଲେ ମଧ୍ୟ ଅସାଧୁ ବ୍ୟବସାୟୀଙ୍କ ଲାଭଖୋର୍ ମନୋବୃତ୍ତି ପାଇଁ ଘରୋଇ ବ୍ୟବହୃତ ହେଉଥିବା ସିଲିଣ୍ଡର୍ ପିଛା ସତ୍ୟବାଦୀ ବ୍ଲକ୍ ର ୨୪ ଟି ଯାକ ପଞ୍ଚାୟତରେ ?୩,୦୦୦/- ପର୍ଯ୍ୟନ୍ତ କାରବାର ହେଉଥିବା ନିତିଦିନିଆ ଅଭିଯୋଗରେ ପରିଣତ ହେଲାଣି। ଲୋକମାନେ ନାହିଁ ନଥିବା ହଇରାଣ ହେଉଛନ୍ତି । ସାକ୍ଷୀଗୋପାଳ ଭାରତ ଗ୍ଯାସ ଓ ପିପିଲି ଇଣ୍ଡେନ ଗ୍ଯାସ ଡିଲର ମାନେ ଲୋକ ମାନଙ୍କୁ ହଇରାଣ କରୁଥିବା ଅଭିଯୋଗ ହେଉଛି । ଏଥିରୁ ନିସ୍ତାର ପାଇଁ ଖାଉଟିମାନେ ଜାଳେଣି କାଠ ଆଡକୁ ମୁହଁ ଫେରାଇଲେ ମଧ୍ଯ କାଠର ମୂଲ୍ଯ ଅହେତୁକ ଦରବ୍ରୁଦ୍ଧି ହେଲେଣି । ଛୋଟମୋଟ ଦୋକାନୀ ଗ୍ୟାସ ଅଭାବରେ ପ୍ରବଳ ଭାବରେ ପ୍ରଭାବିତ ହେଲେଣି । ଅଥଚ ଅସାଧୁ ଇଣ୍ଡେନ ଗ୍ଯାସ ଓ ଭାରତ ଗ୍ଯାସ ବେପାରୀ ଏହି ସୁଯୋଗରୁ ଫାଇଦା ମାରିବା ମଉକା ହାତଛଡ଼ା କରିନାହାଁନ୍ତି । ଏଥିପାଇଁ ଜନଅସନ୍ତୋଷ ତୀବ୍ର ଭାବେ ସୃଷ୍ଟି ହେଲେଣି। ଖାଉଟି କଲ୍ୟାଣ ଦୃଷ୍ଟିରୁ ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲାପାଳ ଖୋଦ୍ ତୁରନ୍ତ ଅନୁଧ୍ୟାନ ପୂର୍ବକ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ତ୍ୱରାନ୍ୱିତ କରିବାକୁ ଜନମତ ପ୍ରକାଶ ପାଉଛି। ସତ୍ୟବାଦୀ ଦୁର୍ନିତି ନିବାରଣ ମଞ୍ଚ ପକ୍ଷରୁ ସଭାପତି ସର୍ବଶ୍ରୀ ବିରେନ୍ଦ୍ର ଭୂଷଣ ହୋତା, ସାଧାରଣ ସମ୍ପାଦକ ନଟବର ଆଚାର୍ଯ୍ୟ, ଉପସଭାପତି ଦେବେନ୍ଦ୍ର ମହାପାତ୍ର,ବାଳକୃଷ୍ଣ ମହାପାତ୍ର, ସହ ସମ୍ପାଦକ ଧଇଁ ସାହୁ ଓ ନାରୀ ପ୍ରତିନିଧି ଶ୍ରୀମତୀ ସ୍ୱର୍ଣ୍ଣଲତା ନାୟକ ପ୍ରମୁଖ ଏକ ପ୍ରତିନିଧି ଦଳ ଆଜି ସତ୍ୟବାଦୀ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ କାର୍ଯ୍ୟାଳୟରେ ଭେଟି ଅଭିଯୋଗ ଚିଠା ଦେଇ ଏ ସଂପର୍କରେ ବିଶେଷ ଆଲୋଚନଓ କରିଥିଲେ । ଗ୍ରାମାଞ୍ଚଳର ଲୋକମାନେ କଣ ପୋଷିଆଁ ପୁଅ ଯେ ସେମାନଙ୍କୁ ୪୫ ଦିନ କଣ୍ଟ ସରକାରୀ ନିୟମ କୁଆଡେ କରିଛନ୍ତି । ଗ୍ରାମାଞ୍ଚଳ ଲାଗି ଧାର୍ଯ୍ୟ ୪୫ଦିନ କୁ କମାଇ ୩୦ଦିନରେ ପୁନର୍ବାର ସିଲିଣ୍ଡର୍ ଯୋଗାଇଦେବାକୁ ମଞ୍ଚ ମଧ୍ୟ ଜିଲ୍ଲାପାଳଙ୍କୁ ସାକ୍ଷାତ୍ କରି ସରକାରଙ୍କ ଉଦ୍ଦେଶ୍ୟରେ ଦାବି ଉପସ୍ଥାପିତ କରିବ ବୋଲି ସଭାପତି ଶ୍ରୀ ହୋତା କହିଛନ୍ତି। ସେହିପରି ବରିଷ୍ଠ ନାଗରିକ ମାନଙ୍କ ନିକଟକୁ ତୁରନ୍ତ ଇଣ୍ଡେନ ଗ୍ଯାସ ଓ ଭାରତ ଗ୍ଯାସ ଡିଲର ଯୋଗାଇ ଦେବା ପାଇଁ ସଂପାଦକ ଶ୍ରୀ ଆଚାର୍ଯ୍ୟ ଦ୍ରୁଢ ଦାବି କରିଛନ୍ତି । ଲୋକମାନଙ୍କ ସରକାର ଲୋକଙ୍କ ସମସ୍ଯା ତୁରନ୍ତ ସମାଧାନ କରିବାବାକୁ ଜନସାଧାରଣ ଦାବି କରିଛନ୍ତି ।
