ଭୁବନେଶ୍ୱର(ବ୍ୟୁରୋ): ‘ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା’କୁ ମଞ୍ଜୁରୀ ଦ୍ଭ ‘ପଞ୍ଚସଖା ଶିକ୍ଷା ସେତୁ ଯୋଜନା’ର କାର୍ଯ୍ୟକାରିତାକୁ ସବୁଜ ସଙ୍କେତ ଦ୍ଭ ‘ଶ୍ରୀଜଗନ୍ନାଥ ମନ୍ଦିର ଭୂମି ପ୍ରବନ୍ଧନ ନିୟମ, ୨୦୨୬’କୁ ଅନୁମୋଦନଦେଇଛି ରାଜ୍ୟ କ୍ୟାବିନେଟ୍। ଏହା ସହ ଓଡ଼ିଶା ବେସାମରିକ ସେବା (ପେନସନ) ନିୟମାବଳୀ, ୧୯୯୨ରେ ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ର ଅନୁମୋଦନ ମିଳିଛି। ବର୍ତ୍ତମାନ କେନ୍ଦ୍ରୀୟ ବେସାମରିକ ସେବା (ପେନସନ) ନିୟମାବଳୀ, ୨୦୨୧ ସହ ସାମଞ୍ଜସ୍ୟ ରକ୍ଷା କରାଯାଇ ଓଡ଼ିଶା ବେସାମରିକ ସେବା (ପେନସନ) ନିୟମାବଳୀ, ୧୯୯୨ରେ ନିମ୍ନଲିଖିତ ସଂଶୋଧନ ପ୍ରସ୍ତାବ କରାଯାଇଛି। ସରକାରୀ କର୍ମଚାରୀଙ୍କ ସେବାକାଳରେ ଆରମ୍ଭ ହୋଇ ଅବସର ପରେ ମଧ୍ୟ ଜାରି ରହିଥିବା କିମ୍ବା ଅବସର ପରେ ଆରମ୍ଭ ହୋଇଥିବା ବିଭାଗୀୟ କାର୍ଯ୍ୟାନୁଷ୍ଠାନ କ୍ଷେତ୍ରରେ ପେନସନ ଏବଂ/କିମ୍ବା ଗ୍ରାଚୁଇଟିକୁ ଅଟକାଇ ରଖିବା କିମ୍ବା ପ୍ରତ୍ୟାହାର କରିବା ସମ୍ପର୍କରେ ସରକାରଙ୍କ ଅଧିକାରକୁ ସ୍ପଷ୍ଟ କରାଯିବ।ପେନସନ ମଞ୍ଜୁରି ପ୍ରକ୍ରିୟା ନିର୍ଦ୍ଧାରିତ ସମୟଠାରୁ ଏକ ବର୍ଷରୁ ଅଧିକ ବିଳମ୍ବ ହେଲେ ଏବଂ ଏହି ବିଳମ୍ବ ପ୍ରଶାସନିକ ତ୍ରୁଟି କାରଣରୁ ଘଟିଥିଲେ, ତେବେ ଏକ ବର୍ଷ ପରବର୍ତ୍ତୀ ବିଳମ୍ବ ଅବଧି ପାଇଁ ପେନସନର ବକେୟା ରାଶି ଉପରେ ବାର୍ଷିକ ୭ ପ୍ରତିଶତ ହାରରେ ସୁଧ ପ୍ରଦାନ କରିବାର ବ୍ୟବସ୍ଥା କରାଯିବ। ସେହିପରି ଓଡ଼ିଶା ମୃତ୍ତିକା ସଂରକ୍ଷଣ ସେବା କ୍ୟାଡରର ପୁନର୍ଗଠନ ପରେ ମୋଟ ଅନୁମୋଦିତ ପଦସଂଖ୍ୟା ୩୧୯ରେ ଅପରିବର୍ତ୍ତିତ ସହ ବରିଷ୍ଠ ସ୍ତରରେ ୨ଟି ଅତିରିକ୍ତ ନିର୍ଦ୍ଦେଶକ ଓ ୬ଟି ଯୁଗ୍ମ ନିର୍ଦ୍ଦେଶକ ପଦ ସୃଷ୍ଟି ହେବ ଏବଂ ଉପନିର୍ଦ୍ଦେଶକ ପଦ ୨୯ରୁ ୩୨କୁ ବୃଦ୍ଧି ପାଇବ। ଏନେଇ କ୍ୟାବିନେଟ୍ରେ ମୋହର ବାଜିଛି। ୫ ବର୍ଷରେ ୧ ଲକ୍ଷ ୫୦ ହଜାର ଗଭୀର ନଳକୂପ ସ୍ଥାପନ ସହ ୭.୫ ଲକ୍ଷ ହେକ୍ଟର ଜଳସେଚନ କ୍ଷମତା ସୃଷ୍ଟି ପାଇଁ ୮,୬୫୩.୦୪ କୋଟି ବ୍ୟୟବରାଦ ସହ ‘ଓଡ଼ିଶାର ଜଳସେଚନପ୍ରକଳ୍ପଗୁଡ଼ିକରେ ପର୍ଯ୍ୟଟନ ସୁବିଧାର ବିକାଶ (ବୋଇତ)’କୁ ଅନୁମୋଦନ ମିଳିଛି। ଓଡ଼ିଶା କୃଷି ସେବା କ୍ୟାଡର ପୁନର୍ଗଠନରେ ବିଭିନ୍ନ ପଦୋନ୍ନତିସ୍ତରରେ ପଦବୀ ବୃଦ୍ଧି, ‘ଶ୍ରୀଜଗନ୍ନାଥ ମନ୍ଦିର ଭୂମି ପ୍ରବନ୍ଧନ ନିୟମ, ୨୦୨୬’କୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ମିଳିଛି। ଏହା ସହ ‘ପଞ୍ଚସଖା ଶିକ୍ଷା ସେତୁ ଯୋଜନା’ର କାର୍ଯ୍ୟକାରିତାକୁ ମଞ୍ଜୁରୀ ମିଳିଛି। ସଂଶୋଧିତ ‘ବସୁଧା’ ଯୋଜନାରେ ୨୦୨୬-୨୭ରୁ ୨୦୨୮-୨୯ ପର୍ଯ୍ୟନ୍ତ ୫,୦୪୫ କୋଟି ଟଙ୍କା ରାଜ୍ୟ ପାଣ୍ଠି ବ୍ୟୟ ହେବ। ଭବାନୀପାଟଣାମୁନିଗୁଡ଼ା ରାସ୍ତାକୁ ୨ ଲେନ୍କୁ ୪ ଲେନ୍ କରିବାକୁ ୧୯୬.୧୮ କୋଟି ପ୍ରକଳ୍ପକୁ ଅନୁମୋଦନ । ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ନିୟମାବଳୀ, ୨୦୨୫ର ସଂଶୋଧନକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ ଦେଇଛି। ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ଅଧୀନରେ ‘ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା’ କୁ କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରାଯାଇଛି। ବୃଦ୍ଧି ପାଉଥିବା ଐଶ୍ୱର୍ଯ୍ୟଶାଳୀ ଶିଳ୍ପ ଆବଶ୍ୟକତା ପୂରଣ, ପ୍ରକଳ୍ପଗୁଡ଼ିକରୁ ବିଦ୍ୟୁତ୍ ସଂଗ୍ରହ ଏବଂ ନବୀକରଣ ଯୋଗ୍ୟ ଶକ୍ତିର ସଂଯୋଜନା ପାଇଁ ବିଦ୍ୟୁତ୍ ପରିବହନ ଭିତ୍ତିଭୂମିର ନିର୍ମାଣ ଓ ଆଧୁନିକୀକରଣ କରାଯିବ। ଏହି ଯୋଜନା ପାଇଁ ମୋଟ ୧୫,୯୪୮ କୋଟି ଟଙ୍କାର ଆକଳିତ ବଜେଟ୍ ସ୍ଥିର ହୋଇଛି, ଯେଉଁଥିରେ ରାଜ୍ୟ ସରକାରଙ୍କ ଇକ୍ୱିଟି (୩୦%) ୪,୭୮୫ କୋଟି ଟଙ୍କା ଏବଂ ଋଣ (୭୦%) ୧୧,୧୬୪ କୋଟି ଟଙ୍କା ରହିଛି। ଆସନ୍ତା ୨୦୨୬-୨୭ ଆର୍ôଥକ ବର୍ଷରୁ ଋଚଉ ମୋଡ୍ରେ ୩-୪ ବର୍ଷ ମଧ୍ୟରେ ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେବ।ଗ୍ରିଡ୍ ସବ୍ଷ୍ଟେସନ୍ ସମ୍ପ୍ରସାରଣ: ଖୁଣ୍ଟଣୀ(ବେଟାଖୋଲି), ଦୁବୁରୀ (ଯାଜପୁର) ଓ କୋଲାବିରା (ଝାରସୁଗୁଡ଼ା)ଠାରେ ୭୬୫ ଳଠ ମେଗା ଗ୍ରିଡ୍ ସବ୍-ଷ୍ଟେସନ୍ ନିର୍ମାଣ ହେବ।
