ରାଜନଗର: ଭିତରକନିକା ଜାତୀୟ ଉଦ୍ୟାନର ନିଷିଦ୍ଧାଞ୍ଚଳରେ ବେଆଇନ ଭାବେ ଭାବେ ମାଛ ଧରୁଥିବା ଖବରପାଇ କନିକାରେଞ୍ଜ ଅନ୍ତର୍ଗତ ତାଳଚୁଆ ଫରେଷ୍ଟର ନବିନକୁମାର ମଲ୍ଲିକଙ୍କ ନେତୃତ୍ୱରେ ଫରେଷ୍ଟଗାର୍ଡ ଗେ।ରାଚାନ୍ଦ ସିଂ, ଅବକାଶ ପାତ୍ର, ସୁବାଷ ମାଝିଙ୍କ ସହ ବନକର୍ମଚାରୀମାନେ କର୍ମଚାରୀ ମାନେ ଜାତୀୟ ଉଦ୍ୟାନର କଣ୍ଟିଆଖାଇ ଫରେଷ୍ଟବ୍ଲକ ନିକଟ ଧାନିଚଢାରେ ଚଢାଉ କରିଥିଲେ। ତାଳଚୁଆ ସାମୁଦ୍ରିକ ଥାନା ଅନ୍ତର୍ଗତ ସାରରାଜେନ୍ଦ୍ରପୁର ଗ୍ରାମର ବିଷ୍ଣୁପଦ ମଣ୍ଡଳ, ଶ୍ରୀମନ୍ତ ମଣ୍ଡଳ ଓ କାହ୍ନୁଚରଣ ଦାସ, ବନିପାଳ ଗ୍ରାମର ଭବସିନ୍ଧୁ ପରମାଣିକ ବେଢଜାଲ ବସାଇ ମାଛ ମାରୁଥିଲେ। ସେମାନଙ୍କୁ ଗିରଫ କରିବା ସହ ସେମାନେ ବ୍ୟବହାର କରୁଥିବା ମା ନଛିନ୍ଦା ନାମକ ଗୋଟିଏ ଟୁସିଲିଣ୍ଡର ବେ।ଟ ଓ ଆହୁଲାମରା ଡଙ୍ଗାକୁ ଜବତ କରିଛନ୍ତି।ଏହା ବ୍ୟତୀତ ସେମାନେ ବ୍ୟବହାର କରୁଥିବା ଦୁଇଟି ବେଢଜାଲ, ୪୦ଟି ବହ୍ଲା ଓ ଗେ।ଟିଏ କଟୁରୀ ଜବତ କରିଥିଲେ। ୧୯୭୨ ବନ୍ୟପ୍ରାଣୀ ଆଇନ ଅନୁଯାଇ ସେମାନଙ୍କ ନାମରେ ମାମଲା ରୁଜୁକରିବା ସହ ସେମାନଙ୍କୁ ସିଭିଲ ଜଜ୍ କେନ୍ଦ୍ରାପଡ଼ାଙ୍କ କେ।ର୍ଟରେ ହାଜର କରିଥିଲେ। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି।
