ରାଜନଗର: ଭିତରକନିକା ଜାତୀୟ ଉଦ୍ୟାନ ନିକଟସ୍ଥ ଖୋଳା ପୋଲ ନିକଟରୁ ଏକ ୧୦ ଫୁଟ ଲମ୍ବର ଅଜଗର ସାପ ବନବିଭାଗ ଦ୍ୱାରା ଉଦ୍ଧାର କରାଯାଇଛି । ଏହି ଅଜଗରକୁ ଭିତରକନିକା ଜାତୀୟ ଉଦ୍ୟାନ ସ୍ଥିତ କନିକା ରେଞ୍ଜ ପରିସରରେ ଥିବା ଉଦ୍ଧାର କେନ୍ଦ୍ରରେ ରଖାଯାଇ ତାର ସ୍ୱାସ୍ଥ୍ୟ ଗତ ନିରୀକ୍ଷଣ କରାଯାଉଛି।ଏହି ଉଦ୍ଧାର କାର୍ଯ୍ୟରେ ବନ ବିଭାଗର ଫରେଷ୍ଟର ପ୍ରଶାନ୍ତ କୁମାର ସିଂ ଓ ସଂଜୀବ ଦାସ, ବନରକ୍ଷୀ ବବୁଲ ପରିଡା, ସନ୍ଧ୍ୟାରାଣୀ ମଲ୍ଲିକ୍,କଳ୍ପତରୁ ସେଠୀ, ଅଲେଖ ପରିଡା, ମହେଶ୍ୱର ସ୍ୱାଇଁ, ଯଶୋବନ୍ତ ବେହେରା ପ୍ରମୁଖ ପହଁଚି ସାପଟିକୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ।
