ପିପିଲ: ଜମି ମ୍ୟୁଟେସନ୍ କାମ ପାଇଁ ୩୫ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ପିପିଲି ତହସିଲ ଅଧୀନ ସିଉଳା ଆରଆଇ ସର୍କଲର ରାଜସ୍ୱ ନିରୀକ୍ଷକ (ଆରଆଇ) ଓ ସହକାରୀ ରାଜସ୍ୱ ନିରୀକ୍ଷକ (ଏଆରଆଇ) ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଲାଞ୍ଚ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟିମ୍? ଉଭୟଙ୍କୁ ଧରି ଗିରଫ କରିଥିବା ଜଣାପଡ଼ିଛି ।ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଅଧିକାରୀ ଦ୍ୱୟ ହେଲେ ସିଉଳା ଆରଆଇ ସର୍କଲର ରାଜସ୍ୱ ନିରୀକ୍ଷକ କଲ୍ୟାଣୀ ଜେନା ଓ ସହକାରୀ ରାଜସ୍ୱ ନିରୀକ୍ଷକ ପୂର୍ଣ୍ଣଚନ୍ଦ୍ର ବେହେରା। ଉଭୟଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଟ୍ରାପ୍? କରିବା ପରେ ଗିରଫ କରି ଭୁବନେଶ୍ୱର ନେଇଥିବା ସୂଚନା ମିଳିଛି। ସୂଚନାନୁସାରେ, କୃଷି ଜମିକୁ ଘରବାଡ଼ି ଜମିରେ ପରିବର୍ତ୍ତନ ସହ ଜଡ଼ିତ ଏକ ମ୍ୟୁଟେସନ୍? ମାମଲାର ତଦନ୍ତ ରିପୋର୍ଟ ପ୍ରସ୍ତୁତ କରି ତାହାକୁ ଆଗକୁ ପଠାଇବା ପାଇଁ ଅଭିଯୋଗକାରୀଙ୍କୁ ୩୫ ହଜାର ଟଙ୍କା ଲାଞ୍ଚ ଦାବି କରାଯାଇଥିବା ଅଭିଯୋଗ ହୋଇଥିଲା। ବାରମ୍ବାର ଅନୁରୋଧ ସତ୍ତ୍ୱେ ଟଙ୍କା ନଦେଲେ କାମ ଆଗକୁ ବଢ଼ୁନଥିବା ଅଭିଯୋଗ କରି ସମ୍ପୃକ୍ତ ବ୍ୟକ୍ତି ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।

ଅଭିଯୋଗ ପରେ ଭିଜିଲାନ୍ସ ପକ୍ଷରୁ ଯୋଜନାବଦ୍ଧ ଭାବେ ଟ୍ରାପ୍? କରାଯାଇଥିଲା। ଯୋଜନା ଅନୁଯାୟୀ ଆଜି ମଧ୍ୟାହ୍ନରେ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଉଭୟ ଅଧିକାରୀ ଭିଜିଲାନ୍ସ ଟିମ୍? ହାତରେ ଧରାପଡ଼ିଥିଲେ। ଟ୍ରାପ୍? ପରେ ଭିଜିଲାନ୍ସ ପକ୍ଷରୁ ସିଉଳା ଆରଆଇ ସର୍କଲ କାର୍ଯ୍ୟାଳୟ ସମେତ ଅଭିଯୁକ୍ତ ଅଧିକାରୀଙ୍କ ବ୍ରହ୍ମକୁଣ୍ଡି, ଅଚ୍ୟୁତପୁର ଓ ଭୁବନେଶ୍ୱର ରସୁଲଗଡ଼ ସ୍ଥିତ ବାସଭବନ ଓ ନିଜସ୍ୱ କାର୍ଯ୍ୟାଳୟ ରେ ମଧ୍ୟ ଏକକାଳୀନ ଚଢ଼ାଉ କରାଯାଇ ଯାଞ୍ଚ ଚାଲିଥିବା ଜଣାପଡ଼ିଛି। ତେବେ ପିପିଲି ତହସିଲ ଅଞ୍ଚଳରେ ଜମିର କିସମ ପରିବର୍ତ୍ତନ ଓ ମ୍ୟୁଟେସନ୍?କୁ ନେଇ ପୂର୍ବରୁ ମଧ୍ୟ ବିଭିନ୍ନ ଅଭିଯୋଗ ଓ ଚର୍ଚ୍ଚା ରହିଆସିଛି। ବିଶେଷକରି ମୃତ ବ୍ୟକ୍ତିଙ୍କ ନାମରେ ଘରବାଡ଼ି ପଟ୍ଟା ଓ ଚାଷ ଜମିକୁ ଘରବାଡ଼ି କିସମରେ ପରିବର୍ତ୍ତନ ଭଳି ଘଟଣାକୁ ନେଇ ପିପିଲି ତହସିଲ ଅଞ୍ଚଳ ପୂର୍ବରୁ ଚର୍ଚ୍ଚାରେ ରହିଛି। ଏଭଳି ସ୍ଥିତିରେ ଜମି ମ୍ୟୁଟେସନ୍? ପାଇଁ ୩୫ ହଜାର ଟଙ୍କାର ଲାଞ୍ଚ କାରବାରରେ ଦୁଇ ରାଜସ୍ୱ ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ିବା ଘଟଣା ପିପିଲି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
