ବାରିପଦା ; କରଞ୍ଜିଆ ବନଖଣ୍ଡ, ସାତକୋଶିଆ ବନ୍ୟପ୍ରାଣୀ ବନାଞ୍ଚଳ, ଘୁଳୁଘୁଳିଆ ଗ୍ରାମର ବାଉଁଶରାଇ ସାହିରେ ୭ ତାରିଖ ୭ ଟା ବେଳେ ଭାଲୁ ଆକ୍ରମଣରେ ଦୁଇ ଭାଇ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ସେହି ଗ୍ରାମର ଦୁଇ ଭାଇ ବେହେରା ହାଇବୁରୁ(୩୫) ଓ ଦୁମ୍ବି ହାଇବୁରୁ (୩୦) ବିଲରେ ଘାସ ବାଛୁଥିବା ବେଳେ ପଛପଟୁ ଗୋଟିଏ ଭାଲୁ ଆକ୍ରମଣ କରିଥିଲା। ବଡ଼ ଭାଇ ବେହେରାର ହାତ ଭାଙ୍ଗିବା ସହ ମୁଣ୍ଡ ଓ ଜଙ୍ଘ ଏବଂ ଦୁମ୍ବିର ହାତ ଭାଙ୍ଗି ଯାଇଛି।

ଜଙ୍ଗଲ ଭିତରୁ ଗୋଟିଏ ଭାଲୁ ହଠାତ ବାହାରି ଆସି ନଇଁକି ବିଲ ବାଛୁଥିବା ବେଳେ ହଠାତ ଆକ୍ରମଣ କରି ଜଙ୍ଗଲ ଭିତରକୁ ପଳାଇ ଯାଇଥିଲା । ଖବରପାଇ ଗ୍ରାମବାସୀଙ୍କ ସାହାଯ୍ୟରେ ଆହତ ଦ୍ୱୟଙ୍କୁ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାର ପ୍ରକାଶ । ତେବେ ସାତକୋଶିଆ ଫରେଷ୍ଟର ଗୌତମ ମହାନ୍ତ ଘଟଣାର ଅନୁଧ୍ୟାନ କରି ବିଭାଗୀୟ ପଦକ୍ଷେପ ନେଇଥିବାର ଜଣାଯାଇଛି ।
