କଳାହାଣ୍ଡି: ଗଞ୍ଜେଇ ଚୋରାଚାଲାଣ ନେଇ ଓଡିଶା ପୁଲିସ ସୁରାକ ପାଇପାରୁ ନ ଥିବା ବେଳେ ଛତିଶଗଡ ପୁଲିସ ଚଢ଼ଉ କରି ଗିରଫ କରୁଥିବା ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଓଡ଼ିଶାରୁ ଛତିଶଗଡ଼କୁ ସ୍କୁଟି ଯୋଗେ ଗଞ୍ଜେଇ ଚାଲାଣ କରୁଥିବାବେଳେ ଛତିଶଗଡ଼ ପୁଲିସ ଜୟପାଟଣାର ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।ସୂଚନାଯୋଗ୍ୟ, ଗରିଆବନ୍ଧ ଜିଲ୍ଲା ଇନ୍ଦା ଗାଁ ପୁଲିସ ପକ୍ଷରୁ ଅପରେସନରେ ସଫଳତା ମିଳିଛି। ଜୟପାଟଣା ଥାନା ଗାନ୍ଧିଗ୍ରାମପଡ଼ାର ଭବାନୀ ଶଙ୍କର ନାଏକ(୩୪) ଓ ମୁକେଶ ପଟେଲ(୩୪) ସ୍କୁଟିରେ ଗଞ୍ଜେଇ ନେଉଥିବାବେଳେ ଇନ୍ଦଗାଁ ଥାନା ପୁଲିସ ପ୍ରାୟ ୧୯ କେଜି ୮୪୦ଗ୍ରାମ ଗଞ୍ଜେଇ ଜବତ କରିଛି। ଏହାର ଆନୁମାନିକ ବଜାର ମୂଲ୍ୟ ୯ଲକ୍ଷ ୯୨ ହଜାର ଟଙ୍କାରୁ ଅଧିକ ବୋଲି ସୂଚନା ମିଳିଛି। ଏହି ଘଟଣାରେ ୨ଜଣଙ୍କୁ ପୁଲିସ ଗିରଫ କରିବା ସହିତ ସ୍କୁଟି ଓ ୨ଟି ମୋବାଇଲ ଫୋନ ଜବତ କରିଛି। ଏନେଇ ଏକ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗଞ୍ଜେଇ କେଉଁଠାରୁ ଆସିଥିଲା ଓ କେଉଁଠାକୁ ଚୋରାଚାଲାଣ ହେଉଥିଲା ତାହାର ତଦନ୍ତ ଚାଲିଛି। ଓଡ଼ିଶାରୁ ଗଞ୍ଜେଇ ନେଇ ଯାଉଥିବା ଅଭିଯୁକ୍ତ ଛତିଶଗଡ଼ରେ ଧରା ପଡୁଥିବାବେଳେ ଓଡିଶାରେ ପୁଲିସ ଓ ଅବକାରୀ ବିଭାଗ ସୂଚନା ନପାଇବା ସାଧାରଣରେ ଚକିତ କରିଛି ।
