ଭୁବନେଶ୍ୱର: ରାଜ୍ୟରେ ଆଗେଇ ଚାଲିଛି ସିଏମ ଟ୍ରଫି ଖୋ ଖୋ ୨.୦ର ପ୍ରଥମ ସଂସ୍କରଣ। ମୁଖ୍ୟତଃ ୪ ଟି ଖେଳକୁ ନେଇ ଆନ୍ତଃଜିଲ୍ଲା ପ୍ରତିଯୋଗିତା ହେବ ବୋଲି ପୂର୍ବରୁ ସୂଚନା ଦେଇଥିଲେ ଓଡ଼ିଶାର କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ପ୍ରତିଭା ଅନେକ , ଲକ୍ଷ ଏକ । ପଡ଼ିଆରୁ ପୋଡ଼ିୟମ ସ୍ଲୋଗାନ କୁ ପାଥେୟ କରି ଏହି ପ୍ରତିଯୋଗିତା ସାରା ରାଜ୍ୟରେ ଶନିବାର (୧୧.୦୪.୨୦୨୬) ଠାରୁ ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ଯୁବ ଓ କ୍ରୀଡ଼ା ବିଭାଗ ର ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହେଉଥିବା ଏହି ଖେଳ ଗୁଡ଼ିକ ହେଉଛି ଫୁଟବଲ, ଖୋଖୋ, ଭଲିବଲ ଓ କବାଡ଼ି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶରେ ରାଜ୍ୟର କୋଣ ଅନୁକୋଣରେ ଲୁଚି ରହିଥିବା ଲୁକ୍କାୟିତ ପ୍ରତିଭାକୁ ସର୍ବସାଧାରଣରେ ପରିପ୍ରକାଶ ସହ ତାଙ୍କୁ ଦେଶରେ ଏକ ଗଢ଼ିତୋଳିବାଏହି ପ୍ରତିଯୋଗିତାର ଲକ୍ଷ ଓ ଉଦ୍ଦେଶ୍ୟ । ରବିବାର ଭିବିନ୍ନ ଜିଲ୍ଲାରେ ଖୋ ଖୋ ପ୍ରତିଯୋଗିତା ଉଦଯାପିତ ହୋଇଛି । ଭଦ୍ରକର କଲେଜ ପଡ଼ିଆଠାରେ ଚାଲିଥିବା ଖୋ ଖୋ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଛି । ଏହି ପ୍ରତିଯୋଗିତାରେ ବାଳକ ବିଭାଗରେ ଫାଇନାଲ ମ୍ୟାଚ ବୀଣାପାଣି ହାଇସ୍କୁଲ ଏବଂ ଭଦ୍ରକ ସରକାରୀ ହାଇସ୍କୁଲ ମଧ୍ୟରେ ହୋଇଥିଲା ଏହି ମ୍ୟାଚରେ ବୀଣାପାଣି ହାଇସ୍କୁଲ ୧୧- ୦୯ରେ ସରକାରୀ ହାଇସ୍କୁଲ କୁ ପରାସ୍ତ କରି ଚାମ୍ପିଅନ ହୋଇଛି ଏବଂ ସରକାରୀ ହାଇସ୍କୁଲ ରନର୍ସଅପ ହେଇଛି ।

ଅନ୍ୟପଟରେ ବାଳିକା ବିଭାଗରେ ଦପନାୟକାଣୀ ହାଇସ୍କୁଲ ଏବଂ ବୀଣାପାଣି ହାଇସ୍କୁଲ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ ବୀଣାପାଣି ହାଇସ୍କୁଲ ୧୪-୩ ରେ ବିଜୟୀ ହୋଇ ଚାମ୍ପିଅନ ହୋଇଥିଲା । ୨୦୨୬ ଓଡ଼ିଶା କ୍ରୀଡ଼ା ମହାକୁମ୍ଭ ସିଏମ୍ ଟ୍ରଫି ଜିଲ୍ଲା ଖୋ-ଖୋ ଚାମ୍ପିୟନସିପ୍ ୨୦୨୬ ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟାଡ଼ିୟମ୍ ଠାରେ ଉଦ୍ଯାପିତ ହୋଇଯାଇଛି । ବାଳିକା ବର୍ଗରେ ଲୋଇସିଂହା ପୁଇଁନ୍ତଲା (କ)କୁ ହରାଇ ଚାମ୍ପିୟନ ହୋଇଛି । ସେହିପରି ବାଳକ ବର୍ଗରେ ଲୋଇସିଂହା ବଲାଙ୍ଗିର (କ) କୁ ହରାଇ ଚାମ୍ପିୟନ ହୋଇଛି । କ୍ରିଡ଼ା ସଂସଦର ଉପ- ସଭାପତି କୃଷ୍ଣଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧ୍ୱକାରୀ ସେବାଶ୍ରୀ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତା ଓ ଉପ-ବିଜେତା ମାନଙ୍କୁ ଟ୍ରଫି ପୁରସ୍କୃତ କରିଥିଲେ । ଖୋ-ଖୋ, କବାଡ଼ି ଓ କ୍ରୀଡ଼ା ସଂପାଦକ ତଥା ମ୍ୟାଚ କମିଶନର ବିଭୂତି ଭୂଷଣ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ କ୍ରୀଡ଼ା ସଂସଦ କାଉନସିଲ୍ ସଭ୍ୟ ସୁଧର ଚନ୍ଦ୍ର ପଣ୍ଡା, କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା, ଫୁଟବଲ ସଂପାଦକ ଶରତ କୁମାର ନନ୍ଦ, ବରିଷ୍ଠ ସଦସ୍ୟ ଜୟରାମ ମିଶ୍ରୀ, ଡ଼ା. ସିଦ୍ଧେଶ୍ୱର ମିଶ୍ର, ଡା. ଶୁଭମ ମିଶ୍ର ଓ କ୍ରୀଡ଼ାବିତ ସୁନିଲ ଚନ୍ଦ୍ର ବିଶ୍ୱାଲ ଅତିଥୁ ଭାବେ ଯୋଗ ଦେଇଥିଲେ । କ୍ରୀଡ଼ା ସଂସଦର ସାଧାରଣ ସଂପାଦକ ହରିନାରାୟଣ ପୂଜାରୀ ଓ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ପାତ ମଂଚାସୀନ ଥିଲେ । ଖେଳକୁ ବୁଦ୍ଧିରାଜ ବିଶ୍ୱାଲ, ସୁଦର୍ଶନ ସେଠ, ଜନାର୍ଦ୍ଦନ ସାହୁ, ଚନ୍ଦ୍ରଶେଖର ମେହେର, ସସ୍ମିତା ମିଶ୍ର, ମାଧୁରୀ ପଣ୍ଡା, ଆଶିଷଦେବ ସା, ସୁଶାନ୍ତ ନାଗ, ରଶ୍ମିରାଣୀ ଖଟୁଆ ପରିସ୍ଖଳନା କରିଥିଲେ । ପରିଶେଷରେ ଫୁଟବଲ ସଂପାଦକ ଶରତ କୁମାର ନନ୍ଦ ଧନ୍ୟବାଦ ଦେଇଥିଲେ । ସେହିପରି ଜଗତସିଂପୁର ଜିଲ୍ଲାରେ ରବିବାର ଖୋଖୋ ପ୍ରତିଯୋଗିତା ଉଦଘାଟିତ ହୋଇଛି ।ଏଥିରେ ଜଗତସିଂପୁର ଟାଇଗର୍ସ, ଜଗତସିଂହପୁର ସ୍ପାରୋ, ଜଗତସିଂପୁର ବୁଲ୍ସ, ଜଗତସିଂପୁର ଫ୍ଲେମିଂ ଦଳ ବିଜୟ ହାସଲ କରିଛନ୍ତି । ସୋମବାର ଏଠାରେ ଉଦଯାପନ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଓଡ଼ିଶା ଖୋ ଖୋ ସଂଘ ସମ୍ପାଦକ ତଥା ସର୍ବଭାରତୀୟ ଖୋ ଖୋ ସଂଘ ଉପ ସଭାପତି ପ୍ରଦ୍ୟୁମ୍ନ ମିଶ୍ର ସୂଚନା ଦେଇଛନ୍ତି ।
