ନୂଆଦିଲ୍ଲୀ : ଶ୍ରେୟସ ଆୟର ଏବଂ ଶୁବମନ ଗିଲଙ୍କ ପରେ ଚେନ୍ନାଇ ଅଧିନାୟକ ଋତୁରାଜ ଗାୟକୱାଡଙ୍କ ଉପରେ ଜରିମାନା ଲଗାଇଲା ବିସିସିଆଇ । ଚେନ୍ନାଇ ସୁପରକିଙ୍ଗସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ସ୍ଲୋ ଓଭର ରେଟ ଯୋଗୁଁ ଋତୁରାଜଙ୍କ ଉପରେ ଏହି ଜରିମାନା ଲାଗିଛି । ଚେନ୍ନାଇ ସୁପର କିଙ୍ଗସ ନିର୍ଦ୍ଧାରିତ ସମୟରେ ଓଭର ପୂରଣ କରିନଥିଲା । ଏଥିପାଇଁ ଋତୁରାଜ ଗାୟକୱାଡ ଆଇପିଏଲ ଆଚାର ସଂହିତା ଅନୁଚ୍ଛେଦ ୨.୨୨ ଅନୁଯାୟୀ ଦୋଷୀ ହୋଇଛନ୍ତି । ଏହା ଚଳିତ ସିଜନର ଋତୁରାଜଙ୍କ ପ୍ରଥମ ଅପରାଧ । ତେଣୁ ତାଙ୍କୁ ୧୨ ଲକ୍ଷ ଟଙ୍କାର ଜରିମାନା ଲାଗିଛି । ଏହା ପୂର୍ବରୁ ଚଳିତ ସିଜନରେ ସ୍ଲୋ ଓଭର ରେଟ ପାଇଁ ଶ୍ରେୟସ ଆୟରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଥିଲା ବିସିସିଆଇ । ଶ୍ରେୟସଆୟର ୨ ଥର ଭୁଲ କରିବା ଯୋଗୁଁ ୨୪ ଲକ୍ଷ ଟଙ୍କାର ଜରିମାନା ଲାଗିସାରିଛି । ସେହିପରି ଗୁଜରାଟ ଟାଇଟ୍ସର ଅଧିନାୟକ ଶୁବମନ ଗିଲଙ୍କ ଉପରେ ସ୍ଲୋ ଓଭର ରେଟ ଯୋଗୁଁ ଜରିମାନା ଲାଗିଛି । କେବଳ ଋତୁରାଜ ନୁହେଁ, ଦିଲ୍ଲୀ କ୍ୟାପିଟାଲ୍ସର ବୋଲର ନୀତିଶ ରାଣାଙ୍କୁ ମଧ୍ୟ ଜରିମାନା ଲାଗିଛି । ଅମ୍ପାୟରଙ୍କ ସହିତ ବିବାଦକୁ ନେଇ ତାଙ୍କୁ ବିସିସିଆଇ ଦଣ୍ଡିତ କରିଛି । ଚେନ୍ନାଇ ସୁପରକିଙ୍ଗସ ବିପକ୍ଷ ମ୍ୟାଚରେ ନୀତିଶ ରାଣା ଅମ୍ପାୟର ସହିତ ଝଗଡା କରିଥିଲେ । ଷ୍ଟବ୍ସ ଓଭର ଚାଲିଥିବା ବେଳେ ଗ୍ଲବ୍ସ ବଦଳାଇବାକୁ ଅନୁମତି ମାଗିଥିଲେ । ଯାହାକୁ ଅମ୍ପାୟର ସିଧାସଳଖ ମନା କରିଦେଇଥିଲେ । ଏହି ନିଷ୍ପତ୍ତିରେ ନିରାଶ ହୋହଇ ନୀତିଶ ରାଣା ଅମ୍ପାୟରଙ୍କ ସହିତ ଯୁକ୍ତି କରିଥିଲେ ।
