ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ପୁରୁଷୋତମପୁର ଓଡିଆଣୀ ଢାବାରେ ଏକ ବିଦେଶୀ ମଦ ବିକ୍ରି ମାମଲାରେ ଜଣକୁ ଗିରଫ କରିଛି ଅବକାରୀ ଗୁଇନ୍ଦା ପୋଲିସ ଗିରଫ ଅଭିଯୁକ୍ତ ଜଣକ ପୁରୁଷୋତ୍ତମପୁର ଅଂଚଳର ସଚିଦ୍ର ଦାଶ ଅଭିଯୁକ୍ତ ନିକଟରୁ ପୋଲିସ ବିଭିନ୍ନ ବ୍ରାଣ୍ଡର ୧୧.୩୪୦ ଲିଟର ଓଗୠଖ ଓ ବିଭିନ୍ନ ବ୍ରାଣ୍ଡର ୨୪.୭୦୦ ଲିଟର ବିୟର ଜବତ କରାଯାଇଛି। ଗିରଫ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଅବକାରୀ ଗୁଇନ୍ଦା ବିଭାଗ ଉପ ଅଧିକ୍ଷକ ସ୍ମୃତି କାନ୍ତ ରାଉତ ସୂଚନା ଦେଇଛନ୍ତି । ଅବକାରୀ ବିଭାଗ ଟିମରେ ସୁଶ୍ରୀ ସଂଗୀତ ମହାପାତ୍ର, ପ୍ରବୀର ସାମଲ, ସରୋଜ ସ୍ୱାଇଁ, ଭଗବାନ ହେମ୍ବ୍ରମ, ସୁମିତ୍ରା ସାହୁ, ସଂଜୟ ପାତ୍ର ପ୍ରମୁଖ ସାମିଲ ଥିଲେ ।
