କନ୍ଧମାଳ: ନାବାଳିକାକୁ ଜୋର ଜବରଦସ୍ତ ଦୁଷ୍କର୍ମ କଲା ଅଟୋ ଡ୍ରାଇଭର । ତେବେ ନାବାଳିକା କୁ ଦୁଷ୍କର୍ମ କରି ଅଟୋ ଛାଡି ଜଙ୍ଗଲ କୁ ଦୌଡ଼ି ପଳେଇଥିଲା ଅଭିଯୁକ୍ତ ।ତେବେ ଦୁଷ୍କର୍ମ ନେଇ ଥାନା ରେ ଅଭିଯୋଗ ପରେ ତୁରନ୍ତ ଅଟୋ କୁ ଜବତ କରିବା ସହ ଅଭିଯୁକ୍ତ ଅଟୋ ଡ୍ରାଇଭର କୁ ଗିରଫ କରିଛି କ.ନୂଆଗାଁ ପୋଲିସ।ଦୁଷ୍କର୍ମକାରୀ ଜଣକ ହେଲେ କୁଡୁତୁଲି ପଞ୍ଚାୟତ ସାରକେତା ଗ୍ରାମର ଗଣେଶ ପାତ୍ର ।ସୂଚନା ଅନୁଯାୟୀ ନାବାଳିକା ଜଣକ ଗାଧୋଇବାକୁ ଯାଇଥିବା ସମୟରେ ଅଭିଯୁକ୍ତ ଅଟୋ ଧରି ସେହିବାଟେ ଯାଉଥିଲା । ନାବାଳିକା ଙ୍କୁ ଏକୁଟିଆ ଦେଖି ଅଟୋ ରଖି ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା ଗିରଫ ଅଭିଯୁକ୍ତ ।ତେବେ ନାବାଳିକା ଜଣକ ପାଟି କରିବାରୁ ସେଠାରୁ ଜଙ୍ଗଲକୁ ଦୌଡି ପଳାଇଥିଲା ଦୁଷ୍କର୍ମକାରୀ । ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ କ.ନୂଆଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଟୋ ଜବତ କରିବା ସହ ଅଭିଯୁକ୍ତ କୁ କାବୁ କରିବା ରେ ସଫଳ ହୋଇଥିଲା।ତେବେ ଦୁଷ୍କର୍ମକାରୀ ଗଣେଶ ପାତ୍ର କୁ ଗିରଫ ପରେ କୋର୍ଟ ଚାଲାଣ କରିଛି କ.ନୂଆଗାଁ ପୋଲିସ ।
