ବାରିପଦା ; ମୟୂରଭଞ୍ଜ ଜିଲ୍ଲା,ମୋରଡା ଅବକାରୀ ବିଭାଗ ଆଜି ଚଢ଼ାଉ କରି ବିପୁଳ ପରିମାଣର ମହୁଲ ପୋଚ ନଷ୍ଟ କରିଛି। ଜିଲା ଅବକାରୀ ଅଧିକାରୀ ପ୍ରଶାନ୍ତ କହଁରଙ୍କ ନିର୍ଦେଶକ୍ରମେ ମୋରଡା ଅବକାରୀ ଅଧିକାରୀ ଦୀପକ କୁମାର ରାଉତ ଓ଼ ଟିମ,ଏପିଆର ଫୋର୍ସ,ବାରିପଦା ଅବକାରୀ ଇନ୍ସପେକ୍ଟର,ଜିଲା ମୋବାଇଲ ଟିମ,ସଦର ଓ଼ଆଇସି,ଦେଉଳି, କୁଳିଅଣା ଅବକାରୀ ବିଭାଗ ମିଳିତ ଭାବେ ଆଜି ମୋରଡା ବ୍ଲକ ତଥା ବେତନଟି ଥାନା ଅଧୀନ ଭାଲୁକଚୁଆ ଜଙ୍ଗଲରେ ଚାଲିଥିବା ବେଆଇନ ଦେଶୀ ମଦ ଭାଟି ଉପରେ ଚଢ଼ାଉ କରି ୮୩୦୦ କେଜି ମହୁଲ ପୋଚ ନଷ୍ଟ କରିବା ସହିତ ୮୬୦ ଲିଟର ଦେଶୀ ମଦ ଜବତ ଜବତ କରିବା ସହିତ ମଦ ତିଆରି ପାଇଁ ବ୍ୟବହୃତ ସରଞ୍ଜାମ ଜବତ କରିଛନ୍ତି। ଏନେଇ ଅବକାରୀ ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି। ନଷ୍ଟ ଓ଼ ଜବତ ହୋଇଥିବା ଜିନିଷର ମୂଲ୍ୟ ୬ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ସୂଚନା ମିଳିଛି।
