ନୂଆଦିଲ୍ଲୀ : କୋଲକାତା ନାଇଟ୍ ରାଇର୍ଡ୍ସର ଟିମ୍ ଆଇପିଏଲ୍ ୨୦୨୬ରେ ଏବେ ପର୍ଯ୍ୟନ୍ତ ବିଜୟର ଖାତା ଖୋଲିପାରିନାହାନ୍ତି । ଟିମକୁ ୩ମ୍ୟାଚରୁ ଦୁଇ ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡ଼ିଛି । ସେହିଭଳି ଏକ ମ୍ୟାଚ୍ ବର୍ଷାରେ ଧୋଇ ଯାଇଥିଲା, ଯେଉଁଥିରେ ଏକ ପଏଣ୍ଟ ମିଳିଥିଲା । ଏହା ମଧ୍ୟରେ କେକେଆରର ପୂର୍ବତନ ଅଧିନାୟକ ଏବଂ ଭାରତୀୟ କ୍ରିକେଟର ଭେଟରାନ୍ ସେ?ରଭ ଗାଙ୍ଗୁଲୀ ବଡ଼ ବୟାନ ଦେଇଛନ୍ତି । କ୍ରିକେଟ ଜଗତରେ ଦାଦା ନାମରେ ପରିଚିତ ସେ?ରଭ ଗାଙ୍ଗୁଲୀଙ୍କ କହିବା ଅନୁସାରେ କେକେଆରକୁ ଆଇପିଏଲ୍ ୨୦୨୬ରେ ଟିମର ବ୍ୟାଟିଂ ସମସ୍ୟାକୁ କମ୍ କରିବା ଲାଗି ଉପଅଧିନାୟକ ରିଙ୍କୁ ସିଂହଙ୍କୁ ବ୍ୟାଟିଂ କ୍ରମରେ ଉପରେ ପଠାଇବା ଆବଶ୍ୟକ ଅଟେ । ତିନି ଥରର ଚାମ୍ପିୟନ୍ କୋଲକାତା ନାଇଟ୍ ରାଇର୍ଡ୍ସକୁ ନେଇ ସୌରଭ ଗାଙ୍ଗୁଲି କହିଛନ୍ତି, “ସେ (ଅଜିଙ୍କ୍ୟ ରହାଣେ) ନାଇଟ୍ ରାଇର୍ଡ୍ସର ଅଧିନାୟକ ଏବଂ ମୁଁ ଭାବୁଛି ରିଙ୍କୁ ଅର୍ଡରରେ ବହୁତ ତଳକୁ ବ୍ୟାଟିଂ କରନ୍ତି। ସେ (ରିଙ୍କୁ) ତାଙ୍କ ଅପେକ୍ଷା ବହୁତ ଭଲ ଖେଳାଳି ଏବଂ ଆଶାକରୁଛି ଦଳ ତାଙ୍କୁ ବ୍ୟାଟିଂ କ୍ରମରେ ଉପରକୁ ପଠାଇବାର ଉପାୟ ଖୋଜିବ। ଆଇପିଏଲ ୨୦୨୬ରେ, ରିଙ୍କୁ ଅଧିକାଂଶ ସମୟରେ ପଞ୍ଚମ ନମ୍ବରରେ ବ୍ୟାଟିଂ କରିଛନ୍ତି। ସେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୨୧ ବଲ୍ରେ ଅପରାଜିତ ୩୩ ରନ୍ କରିଥିଲେ ଏବଂ ପରେ ଇଡେନ୍ ଗାର୍ଡେନ୍ସରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୨୨୭ ରନର ଲକ୍ଷ୍ୟ ପିଛା କରିବା ସମୟରେ ୨୫ ବଲ୍ରେ ୩୫ ରନ୍ କରିଥିଲେ । କିନ୍ତୁ ଦଳ ଉଭୟ ମ୍ୟାଚ୍ ହାରିଯାଇଥିଲା। କୋଲକାତା ନାଇଟ୍ ରାଇର୍ଡ୍ସ ଏବେ ପରବର୍ତ୍ତୀ ମ୍ୟାଚ୍ ଗୁରୁବାର ଲକ୍ଷ୍ନୌ ସୁପରଜାଏଣ୍ଟ୍ସହିତ ମୁକାବିଲା କରିବ। ଗାଙ୍ଗୁଲି ମଧ୍ୟ ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ପ୍ରତ୍ୟାବର୍ତ୍ତନ ଉପରେ ମତାମତ ଦେଇଛନ୍ତି। ସେ କହିଛନ୍ତି, “ତାଙ୍କୁ ଅନ୍ୟ ପାର୍ଶ୍ୱରୁ ବୁମରାହଙ୍କ ସହିତ ବୋଲିଂ କରିବା ଉଚିତ। ସେ ଜଣେ ମହାନ ବୋଲର। ଆମେ ସମସ୍ତେ ତାଙ୍କୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ବୋଲିଂ କରିବାର ଦେଖିଲୁ। ସେ ୪ ଓଭରରେ ମାତ୍ର ୯ ରନ୍ ଦେଇଥିଲେ ଏବଂ ତାହା ମଧ୍ୟ ଦୁଇ ଶ୍ରେଷ୍ଠ ଟି-୨୦ ଖେଳାଳି ଟ୍ରାଭିସ୍ ହେଡ୍ ଏବଂ ଅଭିଷେକ ଶର୍ମାଙ୍କ ବିପକ୍ଷରେ। ଏହା ପ୍ରକୃତରେ ଆଶ୍ଚର୍ଯ୍ୟଜନକ ଥିଲା।”
