ରାଇଘର: ନବରଙ୍ଗପୁର ଜିଲ୍ଲା ଉମରକୋଟ ଖୁର୍ଶି ଉପର ପାରା ଗ୍ରାମ ରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି।ତିନି ନାବାଳିକା ପୋଖରି ରେ ବୁଡି ମୃତୁ ବରଣ କରିଥିବା ଜଣାଯାଇଛି।ଖବର ନେବାରେ ଜଣାପଡ଼ିଛି ଯେ ଘର ପାଖରେ ଥିବା ପୋଖରି କୁ ଗାଧୋଇ ବାକୁ ଯାଇ ରାଜ ମନ୍ ଗଣ୍ଡ ଙ୍କ ଦୁଇ ଝିଅ ଓ ବାଲ ସାଇ ଗଣ୍ଡ ଙ୍କ ଜଣେ ଝିଅ ପାଣିରେ ବୁଡି ଯାଇଥିଲେ।

ଘଟଣା ସ୍ଥଳରେ ଥିବା ଅନ୍ୟ ଜଣେ ଶିଶୁ ଯାଇ କହିବା ପରେ ଗ୍ରାମ ବାସୀ ପୋଖରୀ ମଧ୍ୟରୁ ଖୋଜାଖୋଜି କରି ତିନି ଶିଶୁ ଉଧାର କରିଥିଲେ। ମୃତୁ ବରଣ କରିଥିବା ନାବାଳିକା ମାନେ ସନ୍ଧ୍ୟା ଗଣ୍ଡ ବୟସ ସାତ ବର୍ଷ ସଞ୍ଚିତା ଗଣ୍ଡ ବୟସ ପାଞ୍ଚ ବର୍ଷ, ଓ ନ ବର୍ଷ ର ଭୂମିକା ଗଣ୍ଡ,ଉଧାର ପରେ ଗ୍ରାମ ରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
