Oplus_16908288
ନୀଳଗିରି: ନୀଳଗିରି ଅବକାରୀବିଭାଗ ବଉଳଗଡିଆ ବଜାର ନିକଟରୁ ଚଢ଼ାଉକରି ଜଣେ ଅଭିଯୁକ୍ତକୁ ଗିରଫକରିବା ସହିତ ତା ନିକଟରୁ ଦେଶୀମଦ ସହ ମଟରସାଇକେଲ ଜବତକରିଥିବା ଜଣାଯାଇଛି। ସୋର ଥାନା ଅନ୍ତର୍ଗତ ମଙ୍ଗଳପୁର ଅଞ୍ଚଳ ଦିଗିଭନରା ଗ୍ରାମର ଉମେଶ କୁମାର ରାଉତ ଏକ ହିରୋ ସ୍ପେ୍ଲଣ୍ଡର ମଟରସାଇକେଲରେ ୨୭ଲିଟର ଦେଶୀମଦ ନେଇ ଯାଉଥିବା ସମୟରେ ନୀଳଗିରି ଥାନା ବଉଳଗଡିଆ ବଜାର ନିକଟରେ ନୀଳଗିରି ଅବକାରୀବିଭାଗର ଏକ ଟିମ୍ ସମ୍ପୃକ୍ତ ମଦବେପାରୀକୁ ଗିରଫକରି ୧୫୯/୨୦୨୬/୨୭ରେ ମାମଲା ରୁଜୁକରି କୋର୍ଟଚାଲାଣ କରିଛି। ଏହି ଚଢ଼ାଉରେ ଅବକାରୀ ଓଆଇସି ଗାଙ୍ଗମଣୀ ହେମ୍ବ୍ରମ, ଏଏସଆଇ ସୁଶାନ୍ତ କୁମାର ରାଉତ, ଅବକାରୀ କନେଷ୍ଟବଳ ସନ୍ତୋଷ ବେହେରା, ତପନ କୁମାର ମଲ୍ଲିକ ସାମିଲଥିଲେ।
