ପୁରୀ: ପୁରୀ ବାଙ୍କିମୁହାଣ ରାମଚଣ୍ଡୀ ସାହିରେ ଥିବା ପଞ୍ଚମୁଖି ମହାବୀରଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବେଶ ଅଧାତ୍ମିକ ପରିବେଶ ମଧ୍ୟରେ ତିନି ଧରି ଯଜ୍ଞ ପୂଜା ନୀତି ଅନୁଷ୍ଠିତ ହୋଇଛି । ବିଗ୍ରହ ସ୍ଥାପନ ଲାଗି ଅଙ୍କୁରା ରୋପଣ,କଳସ ଯାତ୍ରା,ସାଲ ପୂଜା, ଓ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଘଣ୍ଟ ଘଣ୍ଟା ବାଦ୍ଯର ପ୍ରକମ୍ପିତ ହେଉଛି ମନ୍ଦିର ପରିସର । ଶ୍ରୋତ୍ରୀୟ ବ୍ରାହ୍ମଣଙ୍କ ମନ୍ତ୍ର ଉଚ୍ଚାରଣ ଧ୍ୱନୀରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଉଛି । ଭକ୍ତ ଓ ଶ୍ରଦ୍ଧାଳୁ ମାନେ ପଞ୍ଚମୁଖୀ ମହାବୀରଙ୍କୁ ଦର୍ଶନ କରିବା ସହ ଏହି ଆଧ୍ୟାତ୍ମିକ କାର୍ଯ୍ଯକ୍ରମରେ ଯୋଗଦେଇ ମହାବୀରଙ୍କ ଆଶୀର୍ବାଦ ଲାଭ କରୁଛନ୍ତି । ପୁରୀ ବାଙ୍କିମୁହାଣ ରାମଚଣ୍ଡୀ ସାହିରେ ଥିବା ପଞ୍ଚମୁଖି ମହାବୀରଙ୍କ ଦୀର୍ଘ ବର୍ଷ ଧରି ଯଜ୍ଞ କରାଯାଉଥିବା ବେଳେ ପଞ୍ଚମୁଖି ମହାବିରଙ୍କ ନୂତନ ବିଗ୍ରହ ସ୍ଥାପନ କରାଯାଉଛି । ପ୍ରଥମେ କଳସ ଶୋଭାଯାତ୍ରା ଅନୁଷ୍ଠିତ ପରେ ତିନି ଦିନ ଧରି ଯଜ୍ଞ ଆରମ୍ଭ ହୋଇ ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ହେଉଛି ମହାବୀରଙ୍କ ମନ୍ଦିର । ସୁଗନ୍ଧିତ ପୁଷ୍ପ ଓ ଅର୍ଘ୍ୟର ବାସ୍ନାରେ ମହକୁଛି ଯଜ୍ଞ ପରିସର । ଏହି କାର୍ଯ୍ୟକ୍ରମରେ କର୍ତ୍ତା ଭାବେ କୀର୍ତନ ପଣ୍ଡା ଏବଂ ଧର୍ମପତ୍ନୀ ସବିତା ପଣ୍ଡା କାର୍ଯ୍ୟ ନିର୍ବାହ କରିଥିବା ବେଳେ ପରିଚାଳନା କମିଟି ତଥା ସଭାପତି ଗିରିଶ କୁମାର ପ୍ରଧାନ, ସମ୍ପାଦକ କୃଷ୍ଣ ଚନ୍ଦ୍ର ମିଶ୍ର, କୋଷାଧ୍ୟକ୍ଷ ମାନସ କୁମାର ମହାପାତ୍ର, କାର୍ଯ୍ୟକାରୀ କମିଟିର ସୁଦର୍ଶନ ପୃଷ୍ଟି,ଦିଲୀପ କୁମାର ଦାସ,ଅଶ୍ୱିନୀ କୁମାର ତ୍ରିପାଠୀ, ଜଗନ୍ନାଥ ବେହେରା, ନୀଳକଣ୍ଠ ବେହେରା, ଚକ୍ରଧର ମାଣିକ, ଠାକୁର ପ୍ରସାଦ ସାହୁ ପ୍ରମୁଖ ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପରିବାର ରିଷ୍ଟ ଖଣ୍ଡନ ସହ ଜଗତର ମଙ୍ଗଳ କାମନା ପାଇଁ ଆୟୋଜକ ମାନେ ପ୍ରାର୍ଥନା କରିଛନ୍ତି ।
