ନାଗପୁର: ସିଏ ରୋଡ୍ ନିକଟସ୍ଥ ଏକ ଆବାସିକ ଅଞ୍ଚଳରୁ ବିପୁଳ ପରିମାଣର ବିସ୍ଫୋରକ ଜବତ ହେବା ପେର ନାଗପୁରେର ଆତଙ୍କ ଖେଳିଯାଇଛି। ପୋଲିସର ସୂଚନା ଅନୁଯାୟୀ, ଦୋସର ଭବନ ଚୌକ ନିକଟ ଏକ ଘର ପଛେର ଥିବା ଏକ ଛୋଟ ବଗିଚୋର ପଡ଼ିଥିବା ଏକ ବ୍ୟାଗ ଭିତେର ବିସ୍ଫୋରକ ସାମଗ୍ରୀ ମିଳିଥିଲା। ସେଠୋର ରହୁଥିବା ପରିବାର ବ୍ୟାଗରୁ କାର୍ଟ୍ରିଜ୍ ବାହାରୁଥିବା ଦେଖି ସକୋଳ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥେôଲ। ଡେପୁଟି ପୋଲିସ କମିଶନର ରାହୁଲ ମଦେନ ନିଶ୍ଚିତ କରିଛନ୍ତି ଯେ ବ୍ୟାଗଟି ପ୍ରାୟ ଦୁଇ ମାସ ଧରି ପଡ଼ି ରହିଥିଲା। ପରିବାର ଆଜି ସକୋଳ ସେନ୍ଦହଜନକ ସାମଗ୍ରୀ ଦେଖିଥିଲା। ତଲାସୀ ଅଭିଯାନ ସମୟେର ପୋଲିସ ଏବଂ ବୋମା ନିଷ୍କ୍ରିୟକାରୀ ଦଳ -୧୫ ଜିଲାଟିନ୍ ଷ୍ଟିକ୍ (କାରଟ୍ରିଜ୍), ପ୍ରାୟ ୫୦-୫୮ ଡେିଟୋନଟର୍ ଏବଂ ୮ କେନକ୍ଟର୍ ଉଦ୍ଧାର କରିଛନ୍ତି। ସମସ୍ତ ସାମଗ୍ରୀ ସୁରକ୍ଷିତ ଭାବେର ଜବତ କରାଯାଇଛି ଏବଂ ଅଧିକ ଯାଞ୍ଚ ପାଇଁ ଏକ ଅଜ୍ଞାତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।ଏହି ସ୍ଥାନଟି ଜାମା ମସଜିଦରୁ ପ୍ରାୟ ୨୦୦ ମିଟର, ପୋଦ୍ଦୋରଶ୍ୱର ରାମ ମନ୍ଦିରରୁ ପ୍ରାୟ ୫୦୦ ମିଟର ଏବଂ ଆରଏସ୍ଏସ୍ ମୁଖ୍ୟାଳୟରୁ ପ୍ରାୟ ୧.୫-୨ କେିଲାମିଟର ଦୂରେର ଅବସ୍ଥିତ। ପ୍ରମୁଖ ଧାର୍ମିକ ଏବଂ ସଂଗଠନିକ ସ୍ଥଳୀ ନିକଟତର ହୋଇଥିବାରୁ, ଏହି ଅଞ୍ଚଳକୁ କଡ଼ା ପୋଲିସ ମୁତୟନ କରାଯାଇଛି। ସକାଳରୁ ଏକ ଫେୋରନସିକ୍ ଦଳ ଘଟଣାସ୍ଥଳେର କାମ କରୁଛି ଏବଂ ସମଗ୍ର ଅଞ୍ଚଳକୁ ସୁରକ୍ଷିତ ରଖାଯାଇଛି। ଏକ ପୃଥକ ମିଳିତ ଅଭିଯାନେର, ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ଏବଂ ମହାରାଷ୍ଟ୍ର ଆତଙ୍କବାଦ ନେିରାଧୀ ସ୍କ୍ୱାଡ୍ ସମ୍ପ୍ରତି ଜାତୀୟ ରାଜଧାନେୀର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ରଚନା କରୁଥିବା ଅଭେିଯାଗେର ମୁମ୍ବାଇର ଦୁଇଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛନ୍ତି। ଅଭିଯୁକ୍ତ – ମୋସାବ ଅହଦମ ଓରଫ କଲାମ କଲ୍ୟାଣ ଏବଂ ମହମ୍ମଦ ହମାଦ କୋଲ୍ଲାରା – ଅନଲାଇନେର ମୌଳବାଦୀ ହୋଇଥିବା ସୂଚନା ମିଳିଛି ଏବଂ ଜୈଶ-ଏ-ମହମ୍ମଦ ଏବଂ ଓଝଓଝ ଭଳି ଆତଙ୍କବାଦୀ ସଂଗଠନ ସହିତ ସେମାନଙ୍କର ସମ୍ପର୍କ ଥିବା ଅଭେିଯାଗ ହୋଇଛି। ତଦନ୍ତକାରୀମୋନ ଦାବି କରିଛନ୍ତି ଯେ ଏହି ଦୁଇଜଣ େଇମ୍ପ୍ରାଭାଇଜ୍ଡ ବେିସ୍ଫାରକ ଉପକରଣ ସଂଗ୍ରହ କରିବା ଶିଖୁଥେôଲ ଏବଂ ଏକ ଖେଳଣା କାର ଭିତେର ଲୁଚାଇ ରଖାଯାଇଥିବା ବୋମା ବ୍ୟବହାର କରି ଆକ୍ରମଣ ଯୋଜନା କରୁଥେôଲ।
