ନୀଳଗିରି; ନୀଳଗିରି ଶ୍ରୀ ଶ୍ରୀ ସତ୍ୟସାଇ ସେବା ସମିତିର ପୂର୍ବତନ ଆବାହକ ଦିଲୀପ କୁମାର ଲେଙ୍କା ଗତରାତି ତିନିଟା ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।ସତ୍ୟସାଇ ସଂଗଠନର ପୂର୍ବ ଯୋଜନା ଅନୁସାରେ ତାଙ୍କ ଦୁଇ ଚକ୍ଷୁଦାନ କରିଛନ୍ତି ପରିବାର ଲୋକେ।ବାଲେଶ୍ୱର ଜିଲା ନୀଳଗିରି ଶ୍ରୀ ଶ୍ରୀ ସତ୍ୟସାଇ ସେବା ସମିତିର ପୂର୍ବତନ ଆବାହକ ଦିଲ୍ଲୀପ କୁମାର ଲେଙ୍କା ୫୫ ବର୍ଷରେ ହୃଦଘାତ ଜନିତ ରୋଗରେ ପୀଡିତହୋଇ ଗତ ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଦୀର୍ଘଦିନ ଧରି ନୀଳଗିରି ସେବା ସମିତିର ଆବାହକ ଭାବେ ବେଶ୍ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ କରିଥିଲେ। ସେ ନୀଳଗିରି ସମିତି ଅଧୀନରେ ଥିବା ବିଭିନ୍ନ ଭଜନ ମଣ୍ଡଳୀକୁ ତ୍ୱରାନ୍ୱିତ କରିବା ତାଙ୍କର ବହୁତ ଅବଦାନ ରହିଛି। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଅନେକ ମଦ୍ୟପାନ କରୁଥିବା ବ୍ୟକ୍ତିମାନଙ୍କୁ ସଙ୍ଗଠନରେ ସାମିଲ କରି ପରିବର୍ତ୍ତନ କରି ଥିଲେ।ତାଙ୍କ ପରଲୋକ ଖବରପାଇ ନୀଳଗିରି ଅଞ୍ଚଳର ସତ୍ୟସାଇ ସେବା ସଂଗଠନର ସାଆନ୍ତା , ଖଜିରା ଅଯୋଧ୍ୟା, ମଲିକାଣୀ ,ଜୋକଲଣ୍ଡା, ପୋଡ଼ାଶୂଳ, ନୀଳଗିରି ,ବାବନ୍ଧ ଭଜନ ମଣ୍ଡଳୀର କର୍ମକର୍ତ୍ତା ମାନେ ଶେଷ ଦର୍ଶନ କରିବା ସହିତ ପାର୍ôଥବ ଶରୀରକୁ ବାଉଁଶନାଳ ଗ୍ରାମରୁ ଶୋଭାଯାତ୍ରାରେ ନୀଳଗିରି ସତ୍ୟସାଇ ମନ୍ଦିରକୁ ନିଆଯାଇ ପୋଡାଶୂଳ ବଜାର ପରିକ୍ରମାକରି ଗ୍ରାମ ମଶାଣିରେ ଶେଷକୃତ୍ୟ ସଂପନ୍ନ ହୋଇଛି ତାଙ୍କ ଦୁଇ ଚକ୍ଷୁକୁ ଦାନ କରାଯାଇଛି । ତାଙ୍କ ଆଖିରେ ଅନ୍ୟ ଦୁଇ ଲୋକ ଦେଖିପାରିବେ ସେ ମରି ଅମର ହୋଇ ରହିଲେ ଖବରପାଇ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ ବରିଷ୍ଠ ଚକ୍ଷୁ ଚିକିତ୍ସା ଅଧିକାରୀ ଚକ୍ରଧର ଦାଶ ଟେକ୍ନିସିଆନ୍ ସନ୍ଧ୍ୟାରାଣୀ ନାୟକ ବାଉଁଶନାଳ ଗ୍ରାମରେ ପହଂଚି ଦିଲ୍ଲୀପ କୁମାର ଲେଙ୍କା ଙ୍କ ଦୁଇ ଚକ୍ଷୁ ସଂଗ୍ରହ କରିଛନ୍ତି ।ବର୍ତ୍ତମାନ ଚକ୍ଷୁଦାନ ପକ୍ଷ ପାଳନ ରେ ଦୁଇଟି ଆଖି ସଂଗ୍ରହ କରି ଅନ୍ୟ ଦୁଇ ଅନ୍ଧ ଙ୍କ ଆଖିରେ ପ୍ରତି ରୋପଣ କରାଯିବ ବାପା ମା ବସିଛନ୍ତି ତାଙ୍କ ଆଖିଆଗରେ ରୋଜଗାରିଆ ପୁଅ ଚାଲିଗଲା ହେଲେ ତା ଦୁଇ ଆଖିରେ ପୁଣି ଦୁଇବ୍ୟକ୍ତି ପ୍ରଭୁଙ୍କୁ ଦେଖି ପାରିବେ। ଉପସ୍ଥିତ ଜନତା ସାଇ ଆଶ୍ରିତ ଭାଇ ଭଉଣୀ ଶେଷଦର୍ଶନ କରି ଆତ୍ମାର ସଦ
