ଭୁବନେଶ୍ୱର: ରାଜ୍ୟ ବଲ୍ ବ୍ୟାଡମିଣ୍ଟନ ଆସୋସିଏସନ ପକ୍ଷରୁ ୩୧ତମ ସବ୍-ଜୁନିଅର ଏବଂ ୩୪ତମ ସିନିଅର ରାଜ୍ୟସ୍ତରୀୟ ବଲ୍ ବ୍ୟାଡମିଣ୍ଟନ ଚାମ୍ପିଅନସିପ୍ ଅନୁଷ୍ଠିତ। ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶତାଧିକ ପ୍ରତିଭାବାନ ଖେଳାଳି ଅଂଶଗ୍ରହଣ କରି ନିଜର କ୍ରୀଡ଼ା କୌଶଳ ପ୍ରଦର୍ଶନ କରିବେ। ଉକ୍ତ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ, କ୍ରୀଡ଼ାବିତ୍ ତଥା ପଦାଧିକାରୀ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବେ।

ଉଦୀୟମାନ କ୍ରୀଡ଼ା ପ୍ରତିଭାମାନଙ୍କୁ ଏକ ଉପଯୁକ୍ତ ମଞ୍ଚ ପ୍ରଦାନ କରିବା ଏବଂ ରାଜ୍ୟରେ ବଲ୍ ବ୍ୟାଡମିଣ୍ଟନ ଖେଳର ପ୍ରସାର ଓ ବିକାଶ କରିବା ଏହି ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ।ଚାମ୍ପିଅନସିପ୍କୁ ସଫଳ କରିବା ପାଇଁ ଆୟୋଜକ କମିଟି ପକ୍ଷରୁ ସମସ୍ତ କ୍ରୀଡ଼ାପ୍ରେମୀ ତଥା ଜନସାଧାରଣଙ୍କୁ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିବାକୁ ଅନୁରୋଧ କରାଯାଇଛି।
