କଟକ: କଟକ ବଡ଼ ଡାକ୍ତରଖାନାରେ ଗଲା ୬ ବର୍ଷ ଭିତରେ ସ୍ତ୍ରୀରୋଗ ଓ ପ୍ରସୂତି ବିଭାଗରେ ୧୬ ଜଣ ଅସହାୟ ତଥା ମାନସିକ ବିକାରଗ୍ରସ୍ତ ମହିଳା ସନ୍ତାନ ପ୍ରସବ କରିଛନ୍ତି। ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଅବଶିଷ୍ଟ ୧୪ଜଣ ଶିଶୁଙ୍କ ପତ୍ତା ମିଳୁନାହିଁ। ଯେଉଁ ସାମାଜିକ ସଂଗଠନ ବା ବ୍ୟକ୍ତିବିଶେଷ ଏହି ଅସହାୟ ମହିଳାଙ୍କୁ ରାସ୍ତାରୁ କିମ୍ବା ବିଭିନ୍ନ ସ୍ଥାନରୁ ଆଣି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ସେମାନଙ୍କ ହାତରେ ଏହି ନବଜାତ ଶିଶୁଙ୍କୁ ଟେକି ଦିଆଯାଇଛି। ଏଭଳି କାର୍ଯ୍ୟ ସମ୍ପୂର୍ଣ୍ଣ ବେଆଇନ ହୋଇଥିବା ବେଳେ ଏବେ ଏହି ଶିଶୁଙ୍କର କୌଣସି ଖୋଜଖବର ନାହିଁ। ଏଭଳି ତଥ୍ୟ ସୂଚନା ଅଧିକାର ଆଇନ ବଳରେ ସାମନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି। ଏହି ଶିଶୁଙ୍କୁ ବିକ୍ରି କରାଯାଇଥିବା ସନ୍ଦେହ କରାଯାଉଛି। ସନ୍ଦେହ ବଢ଼ାଇଲା ଆ?ର୍ଟିଆଇ ତଥ୍ୟ !ଏସ୍?ସିବି ସ୍ତ୍ରୀରୋଗ ଓ ପ୍ରସୂତି ବିଭାଗରେ ଅସହାୟ ଓ ଅପରିଚିତ ମାନସିକ ବିକାରଗ୍ରସ୍ତ ମହିଳାମାନେ ବିଭିନ୍ନ ସମୟରେ ସନ୍ତାନ ପ୍ରସବ କରୁଛନ୍ତି। ସାଧାରଣତଃ ସାମାଜିକ କର୍ମୀଙ୍କ ମାଧ୍ୟମରେ ସେମାନଙ୍କୁ ଭର୍ତ୍ତି କରାଯାଉଛି। ସନ୍ତାନ ପ୍ରସବ ପରେ ନବଜାତ ଶିଶୁଙ୍କୁ ମେଡିକାଲ ପକ୍ଷରୁ ନିୟମ ଅନୁଯାୟୀ ସିଡବ୍ଲୁସି ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ମାଧ୍ୟମରେ ଶିଶୁ ଯତ୍ନ ପ୍ରତିଷ୍ଠାନରେ ଥଇଥାନ କରିବା କଥା। କିନ୍ତୁ ଯେଉଁମାନେ ଏହି ମହିଳାଙ୍କୁ ମେଡିକାଲ୍ ଆଣିଥାନ୍ତି, ସେମାନଙ୍କୁ ନବଜାତ ଶିଶୁଙ୍କୁ ଟେକିଦିଆଯାଉଥିବା ଭଳି ଚାଞ୍ଚଲ୍ୟକର ତଥ୍ୟ ସୂଚନା ଅଧିକାର ଆଇନ ବଳରେ ପଦାକୁ ଆସିଛି। ଏହି ଶିଶୁମାନେ ଏବେ କେଉଁଠି ଅଛନ୍ତି ଏବଂ କିଏ ନେଇଛନ୍ତି ସେ ସମ୍ପର୍କରେ କୌଣସି ସୂଚନା ନାହିଁ। ଏଭଳି ଧାରା ଦୀର୍ଘବର୍ଷ ହେବ ଚାଲିଆସୁଛି। ନବଜାତ ଶିଶୁଙ୍କ ଜନ୍ମ ପଞ୍ଜୀକରଣ ପାଇଁ ମେଡିକାଲ କର୍ତ୍ତୃପକ୍ଷ କଟକ ମହାନଗର ନିଗମକୁ ପଠାଉ ନାହାନ୍ତି। ୧୯୬୯ ମସିହା ଜନ୍ମମୃତ୍ୟୁ ପଞ୍ଜୀକରଣ ବାଧ୍ୟତାମୂଳକ ଥିବା ବେଳେ ଏହାକୁ ମେଡିକାଲରେ କାର୍ଯ୍ୟକାରୀ କରାଯାଉନାହିଁ। ଏସ୍?ସିବି ମେଡିକାଲ୍ ସ୍ତ୍ରୀରୋଗ ଓ ପ୍ରସୂତି ବିଭାଗରେ ୨୦୧୮ ଡିସେମ୍ବର ୨୬ରୁ ୨୦୨୫ ମାର୍ଚ୍ଚ ୨ ତାରିଖ ସୁଦ୍ଧା ୧୬ ଜଣ ଅସହାୟ ତଥା ଅପରିଚିତ ମାନସିକ ବିକାରଗ୍ରସ୍ତ ମହିଳାଙ୍କ ପ୍ରସବ କରାଯାଇଛି। ଏଥିରୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ଏସ୍?ସିବି ପକ୍ଷରୁ ସୂଚନା ଅଧିକାର ଆଇନ ବଳରେ ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ, ସ୍ତ୍ରୀରୋଗ ଓ ପ୍ରସୂତି ବିଭାଗରେ ଯେଉଁ ଅସହାୟ ଓ ଅପରିଚିତ ମାନସିକ ବିକାରଗ୍ରସ୍ତ ମହିଳା ସନ୍ତାନ ଜନ୍ମ ଦେଇଛନ୍ତି ସେହି ନବଜାତ ଶିଶୁଙ୍କ ସନ୍ତାନଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗକୁ ହସ୍ତାନ୍ତର କରିବା ପାଇଁ କୌଣସି ପ୍ରକାର ସ୍କୋପ୍? ଅଫ୍ ରୁଲ୍ ନାହିଁ। ତେଣୁ ଯେଉଁ ସଂସ୍ଥା ବା ବ୍ୟକ୍ତି ଏହି ମହିଳାଙ୍କୁ ଆଣୁଥିଲେ ନବଜାତ ଶିଶୁଙ୍କୁ ସେମାନଙ୍କୁ ହସ୍ତାନ୍ତର କରାଯାଇଥିବା ଏସ୍?ସିବି ପକ୍ଷରୁ ଦର୍ଶାଯାଇଛି। ୨୦୨୬ ଫେବ୍ରୁଆରି ୧୬ ତାରିଖ ସୁଦ୍ଧା ମେଡିକାଲ କର୍ତ୍ତୃପକ୍ଷ ଜଣେ ବି ମାନସିକ ବିକାରଗ୍ରସ୍ତ ମହିଳାଙ୍କ ସନ୍ତାନର ଜନ୍ମ ପଞ୍ଜୀକରଣ ପାଇଁ ପଠାଇ ନାହାନ୍ତି। ଏହାବାଦ୍, ୨୦୨୨ ଜାନୁଆରି ୧ରୁ ୨୦୨୨ ଡିସେମ୍ବର ୧ ପର୍ଯ୍ୟନ୍ତ କେହି ସେଭଳି ମାନସିକ ବିକାରଗ୍ରସ୍ତ ମହିଳା ପ୍ରସବ ପାଇଁ ଭର୍ତ୍ତି ହୋଇନାହାନ୍ତି ବୋଲି ଏସ୍?ସିବି ପକ୍ଷରୁ ସୂଚନା ଅଧିକାର ଆଇନ ବଳରେ ଦର୍ଶାଯାଇଛି। କିନ୍ତୁ ୨୦୨୨ ସେପ୍େଟମ୍ବର ୮ ତାରିଖରେ ଜଣେ ଅସହାୟ ମହିଳା ସ୍ତ୍ରୀରୋଗ ଓ ପ୍ରସୂତି ବିଭାଗରେ ଚିକିତ୍ସିତ ହେଉଥିବା ଜଣାପଡ଼ିଥିଲା। ସେପ୍େଟମ୍ବର ୧୨ ତାରିଖରେ ଏହି ମହିଳା ଡିସ୍?ଚାର୍ଜ ହୋଇଥିଲେ। ପରେ ତାଙ୍କୁ ଏକ ଥଇଥାନ କେନ୍ଦ୍ରରେ ରଖାଯାଇଥିଲା। ସେଠାରୁ ସେ ୨୦୨୫ ଏପ୍ରିଲ ୧୩ ତାରିଖରେ ଗାଏବ ହୋଇ ଯାଇଥିଲେ। ସେହିଦିନ ସିଆ?ର୍ଆ?ର୍ଆଇ ଥାନାରେ ପୁଲିସ ଏକ ନିଖୋଜ ମାମଲା ରୁଜୁ କରିଥିଲା। ମହିଳା ଥଇଥାନ କେନ୍ଦ୍ରକୁ ଆସିବା ପୂର୍ବରୁ ନବଜାତ ଶିଶୁ କେଉଁଆଡ଼େ ଗାଏବ ହୋଇଯାଇଥିବା କୁହାଯାଉଛି। ସୂଚନା ଅଧିକାର କର୍ମୀ ଅଚ୍ୟୁତ କୁମାର ସାହୁ ଓ ଦୀପକ କୁମାର ଆଚାର୍ଯ୍ୟ ଏ ସଂକ୍ରାନ୍ତ ତଥ୍ୟ ସାମନାକୁ ଆଣିବା ପରେ ହଇଚଇ ସୃଷ୍ଟି ହୋଇଛି। ଏ ନେଇ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ସଚିବ, ମହିଳା ଓ ଶିଶୁ ସୁରକ୍ଷା ବିଭାଗ ସଚିବ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଏହାର ତଦନ୍ତ ହେଲେ ଏକ ବଡ଼ଧରଣର ବେଆଇନ କାରବାର ସାମନାକୁ ଆସିପାରିବ ବୋଲି କୁହାଯାଉଛି।
