ନୂଆଦିଲ୍ଲୀ: ମୁମ୍ବାଇ ଇଣ୍ଡିଆନ୍ସ (ଏମ୍ଆଇ) ଅଧିନାୟକ ହାର୍ଦିକ ପାଣ୍ଡ୍ୟା ଅସୁସ୍ଥ ଯୋଗୁଁ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଖେଳିପାରି ନଥିଲେ। ୫ ଥରର ଆଇପିଏଲ୍ ବିଜେତା ଏମ୍ଆଇ ମଙ୍ଗଳବାର ଗୁଆହାଟୀରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଖେଳିବ। ଏହି ମ୍ୟାଚ୍ରେ ପାଣ୍ଡ୍ୟା ଫେରିବାକୁ ପ୍ରସ୍ତୁତ ଅଛନ୍ତି। ଦିଲ୍ଲୀ ବିପକ୍ଷ ମ୍ୟାଚ୍ ପରେ କିଛି ଦିନ ହେବ ଅଭ୍ୟାସଠୁ ଦୂରେଇ ରହିଥିବା ପାଣ୍ଡ୍ୟା ଦଳ ସହ ଗୁଆହାଟୀ ଯାତ୍ରା କରିଛନ୍ତି। ଗତକାଲି ଟସ୍ ବେଳେ କାମଚଳା ଅଧିନାୟକ ସୂର୍ଯ୍ୟକୁମାର ଯାଦବ କହିଥିଲେ ଯେ ପାଣ୍ଡ୍ୟ ସୁସ୍ଥ ନାହାନ୍ତି, ଆଜି ମ୍ୟାଚ୍ ଖେଳିପାରିବେନି। ଅଲରାଉଣ୍ଡର ଭାବରେ ପ୍ୟାଣ୍ଡ୍ୟାଙ୍କ ଖ୍ୟାତି ଅଛି । ପାଣ୍ଡ୍ୟା ଜଣେ ଦକ୍ଷ ବ୍ୟାଟ୍ସମ୍ୟାନ ଅଟନ୍ତି । ଭାରତ କ୍ରିକେଟ୍ ଟିମ୍ର ଆଗ ଧାଡ଼ିରେ ଅଛନ୍ତି ପାଣ୍ଡ୍ୟା । କିନ୍ତୁ ସୂଚନାମିଳୁଛି ଯେ ପ୍ରତିଯୋଗିତା ସଂପ୍ରତି ପ୍ରାରମ୍ଭିକ ପର୍ଯ୍ୟାୟରେ ଥିବାରୁ ଏହି ତାରକା ଅଲ୍ରାଉଣ୍ଡରଙ୍କୁ ଅଧିକ ଚାପ ନ ଦେବା ଉଦେଶ୍ୟରେ ଦିଲ୍ଲୀ ବିପକ୍ଷ ମ୍ୟାଚ୍ ଖେଳିବାକୁ ଦଳୀୟ ମ୍ୟାନେଜ୍ମେଣ୍ଟ୍ଚାହି ନଥିଲା। କିନ୍ତୁ ପାଣ୍ଡ୍ୟା ଦିଲ୍ଲୀ ଆସିଥିଲେ ହେଲେ ଅସୁସ୍ଥତା ଯୋଗୁଁ ଦୁଇ ଅଭ୍ୟାସ ଅଧିବେଶନରେ ଭାଗ ନେଇ ନଥିଲେ। ତାଙ୍କ ଅନୁପସ୍ଥିତିରେ ସୂର୍ଯ୍ୟଙ୍କ ନେତୃତ୍ୱରେ ଏମ୍ଆଇ ଚୂଡ଼ାନ୍ତ ଏକାଦଶରେ ଏକାଧିକ ପରିବର୍ତ୍ତନ କରି ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଖେଳିଥିଲେ ମଧ୍ୟ ପରାଜୟ ବରଣ କରିଥିଲା। ସମୀର ରିଜ୍ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ ୧୮.୧ ଓଭରରେ ୧୬୫ ରନ୍ର ବିଜୟ ଲକ୍ଷ୍ୟକୁ ୪ ୱିକେଟ୍ ହରାଇ ହାସଲ କରି ନେଇଥିଲା।
