ନୂଆଦିଲ୍ଲୀ : ଚଳିତ ଆଇପିଏଲରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍୍ସର ପ୍ରଥମ ବିଜୟ । ହାଇଦ୍ରାବାଦକୁ ୫ ୱିକେଟରେ ହରାଇଲା ଲକ୍ଷ୍ନୌ । ୧୫୭ ରନର ବିଜୟ ଲକ୍ଷ୍ୟକୁ ଗୋଟିଏ ବଲ ପୂର୍ବରୁ ପୂରଣ କରି ନେଇଛି ପନ୍ତ ବାହିନୀ । ଲକ୍ଷ୍ନୌ ପକ୍ଷରୁ ଓପନର ଇଡେନ ମାକ୍ରମ ୪୫ ରନର ମୂଲ୍ୟବାନ ପାଳି ଖେଳିଥିବାବେଳେ ସାଥୀ ଖେଳାଳି ମିଚେଲ ମାର୍ଶ ୧୨ ବଲରୁ ୧୪ ରନ୍ କରିବାରେ ସକ୍ଷମ ହୋଇଛନ୍ତି । ଦଳର ଅଧିନାୟକ ଋଷଭ ପନ୍ତ ଜଗି ରଖି ଖେଳିଥିଲେ । ସେ ୫୦ ବଲରୁ ୬୮ ରନ୍ କରିଛନ୍ତି । ଯାହାକି ଦଳକୁ ବିଜୟୀ କରିବାରେ ସହଯୋଗ କରିଛି । ସାଥୀ ଖେଳାଳି ଆଉଟ୍ ହେଉଥିଲେ ହେଲେ ସେ ଅପରାଜିତ ରହି ଦଳକୁ ବିଜୟୀ କରାଇଛନ୍ତି । ହାଇଦ୍ରାବାଦ ପକ୍ଷରୁ ହର୍ଷ ଦୁବେ ୨ ୱିକେଟ୍ ଅକ୍ତିଆର କରିଥିବାବେଳେ ଇଶାନ ମଲିଙ୍ଗା ଏବଂ ଶିବାଙ୍ଗ କୁମାର ଗୋଟିଏ ଲେଖାଏ ୱିକେଟ୍ ନେବାରେ ସଫଳ ହୋଇଥିଲେ। ଦଳର ବାକି ବୋଲର ୱିକେଟ୍ ଲେସ୍ ରହିଥିଲେ । ଟସ୍ ଜିତି ପ୍ରଥମ ବୋଲିଂ ନିଷ୍ପତ୍ତି ନେଇଥିଲା ଲକ୍ଷ୍ନୌ । ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା ଲକ୍ଷ୍ନୌ । ୨୬ ରନରେ ଦଳ ୪ଟି ୱିକେଟ୍ ହରାଇଥିଲା । ଆଜିର ମ୍ୟାଚରେ ଫ୍ଲପ୍ ହୋଇଛନ୍ତି ଦୁଇ ଓପନର । ଟ୍ରାଭିସ୍ ହେଡ ୭ କରିଥିବାବେଳେ ଅଭିଶେକ ଶର୍ମା ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଥିଲେ । ପରେ ଇଶାନ କିଷନ ମାତ୍ର ୧ ରନ କରିଥିବାବେଳେ ଲିଭିଙ୍ଗଷ୍ଟନ୍ ୧୪ ରନ କରିଥିଲେ । ୨୬ରନରେ ୪ ୱିକେଟ ହରାଇ ଚିନ୍ତାରେ ପଡ଼ିଥିଲା । ପରେ କ୍ଲାସେନ ଏବଂ ନୀତିଶ କୁମାର ରେଡ୍ଡି ଦଳୀୟ ସ୍କୋରକୁ ଆଗକୁ ବଢ଼ାଇଥିଲେ । ଏହି ଦୁଇ ଖେଳାଳି ଆଉଟ୍ ହେବା ପରେ ଦଳୀୟ ସ୍କୋରରେ ବଡ଼ ପରିବର୍ତ୍ତନ ହୋଇନଥିଲା । ଶେଷରେ ଦଳ ୯ ୱିକେଟ୍ ହରାଇ ୧୫୬ ରନ୍ କରିବାରେ ସକ୍ଷମ ହୋଇଥିଲା । ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ନା କରିଥିବା ହାଇଦ୍ରାବାଦ ପାଇଁ ସଙ୍କଟେମାଚକ ସାଜିଥିଲେ ହେନରି କ୍ଲାସେନ୍ ଏବଂ ନୀତିଶ କୁମାର ରେଡ୍ଡି । କ୍ଳାସେନ୍ ୪୧ ବଲରୁ ୬୨ ରନ କରିଥିବାବେଳେ ନୀତିଶ କୁମାର ରେଡ୍ଡି ୩୩ ବଲରୁ ୫୬ ରନ କରିଛନ୍ତି । ସେପଟେ ଲକ୍ଷ୍ନୌ ପକ୍ଷରୁ ମହମ୍ମଦ ସାମି, ଆଭେଶ ଖାନ ଏବଂ ପ୍ରିନ୍ସ ଯାଦବ ଦୁଇଟି ଲେଖାଏଁ ୱିକେଟ୍ ନେଇଛନ୍ତି । ଦିଗେବଶ ରାଠି ଏବଂ ସିଦ୍ଧାର୍ଥ ଗୋଟିଏ ଲେଖାଏଁ ୱିକେଟରେ ସନ୍ତୁନ୍ତ ହୋଇଛନ୍ତି । ଆଜିର ମ୍ୟାଚରେ ଲକ୍ଷ୍ନୌର ୭ ଜଣ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁବାରେ ସକ୍ଷମ ହୋଇନଥିଲେ ।
