ବାରିପଦା; ମୟୂରଭଞ୍ଜ ଜିଲ୍ଲା,କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ବନାଞ୍ଚଳ ଘଣ୍ଟିଆଦର ସାଳନ୍ଦୀ ନଦୀ ସେତୁ ନିକଟରୁ ଏକ ଚଉକାଠ ବୋଝେଇ ପିକଅପ୍ ଜ୍ୱତ କରିଛି ଠାକୁରମୁଣ୍ଡା ୍ୱନବିଭାଗ। କରଞ୍ଜିଆ ବନଖଣ୍ଡ ଅଧିକାରୀ ଅଜୟ କୁମାର ସାହୁ ଙ୍କ ନିର୍ଦ୍ଦେଶକ୍ରମେ ଠାକୁରମୁଣ୍ଡା ବନାଞ୍ଚଳ ଅଧିକାରୀ ଉମାକାନ୍ତ ବେହେରା ବିଶେଷ ସୁତ୍ରରୁ ଖବର ପାଇ ଜରକ ଗ୍ରାମ ପଞ୍ଚାୟତ ଘଣ୍ଟିଆଦର ସାଳନ୍ଦୀ ନଦୀ ସେତୁ ନିକଟରେ ଛକି ରହିଥିଲେ। ମଙ୍ଗଳବାର ରାତି ପ୍ରାୟ ୧,୪୫ ମିନିଟ୍ ସମୟରେ ଏକ ପିକ୍ଅପ (ଓ ଆର ୦୨୍ୱିଟି୫୦୧୩) କୁ ଅଟକାଇ ତଲାସୀ କରିବାରୁ କାଠ ବୋଝେଇ ହୋଇଥିବା ବେଳେ ଅନ୍ଧାରର ସୁଯୋଗ ନେଇ ଗାଡ଼ି ଛାଡ଼ି ଚାଳକ ଦୌଡ଼ି ପଳାଇଥିଲା। ୍ୱନବିଭାଗ କର୍ମଚାରୀ ପିକଅପ୍ କୁ ଜବତ କରି ଠାକୁରମୁଣ୍ଡା ୍ୱନବିଭାଗ କାର୍ଯ୍ୟାଳୟ କୁ ଆଣିଥିଲେ। ପିକଅପ୍ ରେ ୭୮ ପିସ୍ ଶାଳ ଚଉକାଠ (୬୮.୪୬ ସିପ୍ଟି)ଲୋଡହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ଏକ ୮୦ ହଜାର ଟଙ୍କାରୁ ଅଧିକ ହେବ ବୋଲି ୍ୱନବିଭାଗ ସୁଚନା ଦେଇଛନ୍ତି। ଏହି ଚଢ଼ାଉ କାର୍ଯ୍ୟକ୍ରମ ରେ ୍ୱନପାଳ ବିଦ୍ୟାଧର ମହାନ୍ତ, ବିଶ୍ୱଜିତ ମହାନ୍ତ,୍ୱନରକ୍ଷୀ ମନୋଜ କୁମାର ବେହେରା,ତପନେଶ୍ୱର ପାଲ୍ ଏବଂ ସମସ୍ତ ୍ୱନ କର୍ମଚାରୀମାନେ ସାମିଲ ହୋଇଥିଲେ।
