ବାଲିଗୁଡା: ବାଲିଗୁଡା ଉପଜିଲ୍ଲାପାଳ ଙ୍କ ତଦନ୍ତ ନିର୍ଦେଶ ଅନ୍ତ୍ୟୋଦୟ ଗୃହ ଯୋଜନାରେ ମହା ଘୋଟଲା ଅଭିଯୋଗ । ଅନ୍ତ୍ୟୋଦୟ ଗୃହ ଯୋଜନାରେ ଗରିବ, ଅସହାୟ, ଦିବ୍ୟାଙ୍ଗ, ବିଧବା ଙ୍କ ଭଳି ପ୍ରକୃତ ହିତାଧିକାରୀ ଙ୍କୁ ସାମିଲ କରାଯାଇ ଗୃହ ବଣ୍ଟନ କରାଯିବା ର ନିୟମ ରହିଛି ।କିନ୍ତୁ ପ୍ରକୃତ ହିତାଧିକାରୀ ଙ୍କୁ ଯୋଜନାରେ ରେ ଗୃହ ଦିଆ ନ ଯାଇ ୱାର୍ଡ ମେମ୍ବର, ଆର୍ôଥକ ଅନଗ୍ରସର ନ ଥିବା ଭଳି ଅଯୋଗ୍ୟ ହିତାଧିକାରୀ ଙ୍କୁ ଅନ୍ତ୍ୟୋଦୟ ଯୋଜନାରେ ରେ ସାମିଲ କରାଯାଇ ଗୃହ ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି ।ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା ର ସୀମାନ୍ତ କୋଟଗଡ଼ ବ୍ଲକ ର ଦୁର୍ଗମ ବନ ପାହାଡ଼ ଘେରା ପକାରୀ ପଂଚାୟତ ରୁ ଆସିଛି ଏପରି ସାଙ୍ଘାତିକ ଅଭିଯୋଗ । କୋଟଗଡ଼ ବ୍ଲକ ର ପକାରୀ ପଂଚାୟତ ର ସରପଞ୍ଚ, ପିଇଓ ଓ ଏଡିଇଓ ମିଳିତ ଭାବେ ଚଞ୍ଚକତା କରି ଅନ୍ତ୍ୟୋଦୟ ଗୃହ ଯୋଜନା ହଡ଼ପ କରିଥିବା ଅଭିଯୋଗ କରିଛନ୍ତି ପକାରୀ ଗ୍ରାମବାସୀ । ପୂର୍ବରୁ ପକାରୀ ପଂଚାୟତ ଟି ମାଓ ପ୍ରବଣ ଅଂଚଳ ଭାବେ ବେଶ ଜଣାଶୁଣା ରହିଥିଲା ।ମାଓବାଦୀ ଭୟ ର ଫାଇଦା ନେଇ ଏହି ଦୁର୍ଗମ ପଂଚାୟତ ରେ ସରକାରୀ କର୍ମଚାରୀ ଙ୍କ ପାଦ ଠିକ ସେ ପଡୁନଥିବା ବେଳେ ଗରିବ ଗୁରୁବା ଙ୍କ ଯୋଜନା କୁ ଏପରି ହଡ଼ପ କରାଯାଇଥିବା ସଙ୍ଗୀନ ଅଭିଯୋଗ କରିଛନ୍ତି ପକାରୀ ଗ୍ରାମବାସୀ । ଏହି ପକାରୀ ପଂଚାୟତ ରେ ମୋଟ ଏଗାର ଗୋଟି ୱାର୍ଡ ରୁ ପାଖାପାଖି ଦୁଇ ଶହ ଜଣ କେବଳ ଦିବ୍ୟାଙ୍ଗ, ବିଧବା ହିତାଧିକାରୀ ରହିଥିବା ଅଂଚଳ ବାସୀ କହିଛନ୍ତି। କିନ୍ତୁ ଅନ୍ତ୍ୟୋଦୟ ଯୋଜନାରେ ଏହି ଯୋଗ୍ୟ ହିତାଧିକାରୀ ଙ୍କୁ ଗୃହ ପ୍ରଦାନ କରିବା ପରିବର୍ତ୍ତେ ବାଦ ଦେଇ ଅଯୋଗ୍ୟ ହିତାଧିକାରୀ ଙ୍କୁ ସରପଞ୍ଚ, ପିଇଓ ଓ ଏଡିଇଓ ବାଟ ମାରଣା କରି ଗୃହ ପ୍ରଦାନ କରିଥିବା ନେଇ ପକାରୀ ପଂଚାୟତ ରେ ଏବେ ଅସନ୍ତୋଷ ବୃଦ୍ଧି ପାଇବା ରେ ଲାଗିଛି । ଦିବ୍ୟାଙ୍ଗ, ଅସହାୟ ଓ ବିଧବା ମହିଳା ଙ୍କ ଭଳି ପକାରୀ ପଂଚାୟତ ରେ ଶତାଧିକ ଯୋଗ୍ୟ ହିତାଧିକାରୀ ଥିବା ସତ୍ୱେ ଯୋଗ୍ୟ ହିତାଧିକାରୀ ଙ୍କୁ ଉପହାସ୍ୟ ସଦୃଶ ସେମାନଙ୍କ ଗୃହ ହଡ଼ପ କରାଯାଇଥିବା ନେଇ ଏବେ ଏହି ପଂଚାୟତ ରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି ।।

ତେବେ ମାର୍ଗରିତା ନାୟକ ନାମକ ଜଣେ ମହିଳା ଙ୍କ ଛଅ ବର୍ଷ ହେବ ହାତ କଟି ଯାଇଥିବା ବେଳେ ଅସହାୟ ଅବସ୍ଥା ରେ ଦିନ କାଟୁଥିବା କହିଛନ୍ତି । ତଥାପି ବାରମ୍ବାର ପଂଚାୟତ ରୁ ବ୍ଲକ କୁ ଧାଇଁ ଧାଇଁ ନିରାଶ ହୋଇଥିବା ଅଭିଯୋଗ କରିଛନ୍ତି ମାର୍ଗରିତା ନାୟକ । ସେହିପରି ଶୁଭ୍ରାଞ୍ଜଳି ନାୟକ ନାମକ ଜଣେ ମହିଳା ଏବେ ବି ଗୃହ ପାଇବା ରୁ ବଂଚିତ ଅଛନ୍ତି । ଶୁଭ୍ରାଞ୍ଜଳି ଙ୍କ ଛବିଶି ଓ ଚବିଶି ବର୍ଷ ର ଦୁଇ ଦିବ୍ୟାଙ୍ଗ ଝିଅ ଅଛନ୍ତି । ଦୁଇ ଦିବ୍ୟାଙ୍ଗ କୁ ନେଇ ଦିନ କାଟିବା କଷ୍ଟସାଧ୍ୟ ହୋଇଥିବା ବେଳେ ବାରମ୍ବାର ଦୌଡ଼ି ଦୌଡ଼ି ନୟାନ୍ତ ପରେ ବି ଆଜି ଯାଇଁ ଗୃହ ପାଇନଥିବା କହିଛନ୍ତି ।ତେବେ ପକାରୀ ପଂଚାୟତ ରେ ମାର୍ଗରିତା, ଶୁଭ୍ରାଞ୍ଜଳି ଙ୍କ ପରି ଅନେକ ଅସହାୟ,ବିଧବା ଓ ଦିବ୍ୟାଙ୍ଗ ଙ୍କୁ ଗୃହ ଦିଆ ନ ଯାଇ ହଡପ କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।ଅନ୍ତ୍ୟୋଦୟ ଗୃହ ଯୋଜନା ହଡ଼ପ କୁ ନେଇ ଏବେ ଦୁର୍ଗମ ପକାରୀ ପଂଚାୟତ ରେ ଦାନା ବାନ୍ଧୁଛି ଆନ୍ଦୋଳନ । ଯୋଗ୍ୟ ଦିବ୍ୟାଙ୍ଗ, ବିଧବା ଓ ଅସହାୟ ଙ୍କ ଭଳି ଯୋଗ୍ୟ ହିତାଧିକାରୀ ଙ୍କ ଗୃହ ହଡ଼ପ ଘଟଣା ରେ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି ପକାରୀ ଗ୍ରାମବାସୀ । ଅନ୍ତ୍ୟୋଦୟ ଗୃହ ଯୋଜନା ଅନିୟମିତତା ରେ ସମ୍ପୃକ୍ତି ସରପଞ୍ଚ, ପିଇଓ ଓ ଏଡିଇଓ ଙ୍କ ବିରୁଦ୍ଧରେ ଯଥାଶୀଘ୍ର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ କୋଟଗଡ଼ ବ୍ଲକ ଘେରାଓ ସହ ରାଜରାସ୍ତା କୁ ଓଲ୍ହେଇବାକୁ ଚେତାବନୀ ଦେଇଛନ୍ତି ଅଂଚଳ ବାସୀ । ପକାରୀ ପଂଚାୟତ ର ସରପଞ୍ଚ ସାକୁଡା ରୁପାମାଝୀ ଗୃହ ବଣ୍ଟନ ରେ ଅନିୟମିତତା ଘଟଣା କୁ ଖଣ୍ଡନ କରିଛନ୍ତି । ସେପଟେ ଅନ୍ତ୍ୟୋଦୟ ଗୃହ ଯୋଜନା ରେ ଅନିୟମିତତା ନେଇ ବାଲିଗୁଡା ଉପଜିଲ୍ଲାପାଳ ପ୍ରଣୀତା ଦାସ ଘଟଣା ର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ତେବେ ଶତାଧିକ ଯୋଗ୍ୟ ହିତାଧିକାରୀ ଙ୍କୁ କେବେ ନ୍ୟାୟ ମିଳୁଛି ତଦନ୍ତ ପରେ ହିଁ ସବୁକିଛି ସ୍ପଷ୍ଟ ହୋଇ ପାରିବ ।
