ଦଶପଲ୍ଲା: ବିଶେଷ ସୂତ୍ର ରୁ ଖବର ପାଇ ନୟାଗଡ଼ ଜିଲ୍ଲା ସୀମାନ୍ତ ଜାତୀୟ ରାଜପଥ ନଂ ୫୭ ର କାମିଟିପଙ୍କା ର ହନୁମାନ ମନ୍ଦିର ନିକଟ ରେ ରବିବାର ପ୍ରତ୍ୟୁଷ ରୁ ଗାଡି ତନଖି କରିବା ସମୟ ରେ କନ୍ଧମାଳ ରୁ ୮୪ କେଜି ଗଂଜେଇ ବୋଝେଇ କରି ୨ ଜଣ ଯୁବକ କାର ଯୋଗେ ଭୁବନେଶ୍ୱର ଅଭିମୁଖେ ନେଉଥିବା ବେଳେ ପୁଲିସ ହାତରେ ଧରା ପଡ଼ି ଜେଲ ଯାଇଛନ୍ତିକ୍ଷ ଥାନା ସବ ଇନିସ୍ପେକର ବୀରେନ୍ଦ୍ର କୁମାର ଦେହୁରୀ ଙ୍କ ନେତୃତ୍ୱ ରେ ପୁଲିସ କର୍ମଚାରୀ ମାନେ ହୁଣ୍ଡାଈ ଔର କାର ନଂ ଓଡି ୦୨ ଡି ଜି ୪୬୭୯ ରେ ୩ ଗୋଟି ବସ୍ଥା ରେ ୮୪ ବୋଝେଇ କରି ବାହାରକୁ ଚାଲାଣ କରୁଥିଲେ. ଗିରଫ ଯୁବକ ମାନେ ହେଲେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ର ଯଶୋବନ୍ତ ସିଂ ଙ୍କ ପୁଅ ଜଗତ ଜିତ ସିଂ ( ପପୁ ) ବ ୩୨ ଏବଂ ବାଲିଗୁଡା ଥାନା ବାରଖମା ଗାଁ ର ଶ୍ୟାମ ସନ ନାୟକ ଙ୍କ ପୁଅ ତାପସ ନାୟକ ବ ୩୪ ବୋଲି ପୁଲିସ କହିଛି. ଏ ସମ୍ପର୍କ ରେ ଏକ ମୋକଦ୍ଧମା ରୁଜୁ କରି ଦଶପଲ୍ଲା

ଅତିରିକ୍ତ ତହସିଲଦାର ତଥା ମାଜିଷ୍ଟ୍ରେଟ ଚନ୍ଦ୍ର ଶେଖର ବାରିକ ଙ୍କ ଉପସ୍ଥିତ ରେ ଜବତ ଗଂଜେଇ, କାର, ଦୁଇଟି ମୋବାଇଲ ଜବତ କରିବା ସହ ଅଭିଯୁକ୍ତ ଦୁଈ ଜଣ ଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଆଇ ଆଇ ସି ଶିବ ପ୍ରସାଦ ଭଦ୍ର ସୂଚନା ଦେଇଛନ୍ତି. ଦୁଈ ଜଣ ଙ୍କ ଜମିନି ଆବେଦନ ନାମଞ୍ଜୁର ହେବାରୁ ଜେଲ କୁ ଚାଇଯାଇଛନ୍ତି କ୍ଷ ବିଗତ ୩ ମାସ ମଧ୍ୟ ରେ ୍ୱାଣିଗୋଚ୍ଛା ପୁଲିସ, ଦଶପଲ୍ଲା ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ଘଟଣା ରେ ୩୯ ଗୋଟି ଗଂଜେଇ ଜବତ କଲାଣି କ୍ଷ ସମସ୍ତ ଘଟଣା ରେ କନ୍ଧମାଳ ଓ ବୌଦ୍ଧ ଅଞ୍ଚଳ ରୁ ଗଂଜେଇ ଚାଲାଣ ହେଉଥିବା ପ୍ରମାଣ ତଦନ୍ତ କାରି ଅଧିକାରୀ ଙ୍କୁ ମିଳିଛି କ୍ଷ ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ଫୋନ ଜବତ ସାଙ୍ଗକୁ ମୁଖ୍ୟ ମାଫିଆ ଓ କେଉଁ ସ୍ଥାନ ରେ ବିକ୍ରି କରାଯାଉଛି ଏବଂ ଏହି କାରବାର ରେ କୋଉ କୋଉ ନେଟ ୱାର୍କ କାମ କରୁଛନ୍ତି ସେ ସମ୍ପର୍କ ରେ ପୁଲିସ ଗୁଇନ୍ଦା ଏବଂ ଏସ ଆଇ ଟି ର ଦକ୍ଷ ଅଧିକାରୀ ଙ୍କ ଦ୍ୱାରା ସବିଶେଷ ତଦନ୍ତ କଲେ ଆହୁରି ବଡ଼ ବଡ଼ିଆ ବେପାରୀ ଧରା ପଡିବେ କ୍ଷ ରାଜ୍ୟ ପୁଲିସ ମହା ନିର୍ଦେଶକ ଅବାଧ ନିଶା କାରବାର କୁ ରୋକ ଲଗାଇବାକୁ ଉଦ୍ୟମ କଲେ ଚୋରା ଗଂଜେଇ ଚାଲାଣ ସମ୍ପୂର୍ଣ ବନ୍ଦ ହୋଈ ପଡନ୍ତା ବୋଲି ଆଲୋଚନା ହେଉଛି କ୍ଷ
