ବାଲିଗୁଡା: ବାଲିଗୁଡା ଥାନା ସଲାଗୁଡା ପଂଚାୟତ ର ଡାକା ଗାଁ ଖଡ୍ଗ ନଦୀରେ ଅଘଟଣ ।ଖଡ୍ଗ ନଦୀ ମଝିରେ ଭାରସାମ୍ୟ ହରାଇ ଓଲଟିଲା ଡ଼ଙ୍ଗା । ଡ଼ଙ୍ଗା ଓଲଟି ନଦୀ ର ପ୍ରଖର ସ୍ରୋତ ରେ ଭାସିଗଲେ ଡ଼ଙ୍ଗା ରେ ବସିଥିବା ୮ ଜଣ ଯାତ୍ରୀ ।ତେବେ ୬ ଜଣ ଙ୍କୁ ସ୍ଥାନୀୟ ଲୋକ ଜୀବିତ ଅବସ୍ଥା ରେ ଉଦ୍ଧାର କରିଥିବା ବେଳେ ଶଶୁର ଓ ବୋହୁ ଏବେ ବି ନିଖୋଜ ଅଛନ୍ତି ।ତେବେ ଗତକାଲି ଅପରାହ୍ନ ରେ ଶୁଦ୍ଧ କାର୍ଯ୍ୟକ୍ରମ ସାରି ଖଡ୍ଗ ନଦୀ ପାର ହୋଇ ନିଜ ଗାଁ କୁ ଫେରିବା ସମୟରେ ଏପରି ଅଘଟଣ ଘଟିଛି । ନିଖୋଜ ଶଶୁର ଗୁନ୍ଦାନା ମଳିକ ଓ ବୋହୁ ରାଇଙ୍ଗୀ ମଳିକ ବାଲିଗୁଡା ଥାନା ପଲାମୀ ଗାଁ ର ହୋଇଥିବା ସୂଚନା ମିଳିଛି । ତେବେ ମିଳିଥିବା ସୂଚନା ଅନୁଯାଇ ନିଖୋଜ ବୋହୁ ଙ୍କ ଗାଁ ଫିରିଙ୍ଗିଆ ଥାନା ସମରବନ୍ଧ ପଂଚାୟତ ର ଏଜକ ଗାଁ କୁ ଏକ ଶୁଦ୍ଧ ରେ ଯୋଗ ଦେବାକୁ ଗୁନ୍ଦାନା ଙ୍କ ସପରିବାର ଯାଇଥିଲେ । ଶୁଦ୍ଧ କାର୍ଯ୍ୟ ସାରି ଡ଼ଙ୍ଗା ରେ ଖଡ୍ଗ ନଦୀ ପାର ହୋଇ ଫେରୁଥିବା ବେଳେ ହଟାତ ଡ଼ଙ୍ଗା ଓଲଟି ଯାଇଥିଲା । ତେବେ ଖବର ପାଇ ଅଗ୍ନିଶମ ବାହିନୀ ଗତକାଲି ପହଂଚି ଉଦ୍ଧାର କାର୍ଯ୍ୟ ଜାରୀ ରଖିଥିଲେ ବି ନିଖୋଜ ବୋହୁ ଓ ଶଶୁର ଙ୍କ ସନ୍ଧାନ ମିଳି ପାରିନାହିଁ ।
