ପୁରୀ: ନୂଆ ନୂଆ ଚେସ୍ ତାରକା ସୃଷ୍ଟି କରିବା ଲକ୍ଷ୍ୟରେ ପୁରୀ କ୍ଲବ୍ ପକ୍ଷରୁ ଚେସ୍ ପ୍ରଶିକ୍ଷଣ ଶିବିର କ୍ଲବ୍ ପରିସରରେ ରବିବାର ଶୁଭାରମ୍ଭ ହୋଇଯାଇଛି। ଅଲ୍ଓଡ଼ିଶା ଚେସ୍ ଆସୋସିଏଶନ ସଭାପତି, ଜଣାଶୁଣା ଚେସ୍ ପ୍ରଶିକ୍ଷକ ତଥା ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରପ୍ରାପ୍ତ ସତ୍ୟରଞ୍ଜନ ପଟ୍ଟନାୟକ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍?ଘାଟନ କରିଛନ୍ତି। ଏବେ ଶନିବାର ଏବଂ ରବିବାର ଏହି ତାଲିମ ପ୍ରଦାନ କରାଯିବ। ପରବର୍ତ୍ତୀ ସମୟରେ ପ୍ରଶିକ୍ଷାର୍ଥୀଙ୍କ ଚାହିଦାକୁ ଦେଖି ଅବଧି ବୃଦ୍ଧି କରାଯିବ।

ଯେଉଁମାନେ ନିକଟ ଭବିଷ୍ୟତରେ ଚେସ୍? କ୍ଷେତ୍ରରେ ସଫଳତା ହାସଲ କରିପାରିବେ ସେମାନଙ୍କୁ ଆଗକୁ ବଢାଇବା ଲାଗି କ୍ଲବର ମୁଖ୍ୟ ଲକ୍ଷ୍ୟ ରହିଛି। ପ୍ରାଥମିକ ଭାବେ ୬ରୁ ୧୨ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ନିଆଯାଉଛି। କ୍ଲବ ପକ୍ଷରୁ ଭିତ୍ତିଭୂମି, ପ୍ରଶିକ୍ଷଣ, ଅଧ୍ୟୟନ ସାମଗ୍ରୀ ଆଦି ଯୋଗାଇ ଦିଆଯିବ। ଆବଶ୍ୟକ ପଡ଼ିଲେ ଭବିଷ୍ୟତରେ ଅନ୍ତର୍ଜାତୀୟ ମାଷ୍ଟର ଏବଂ ଗ୍ରାଣ୍ଡମାଷ୍ଟରଙ୍କୁ ନିଯୁକ୍ତି ଦେବାର ଯୋଜନା ରଖିଛୁ ବୋଲି କ୍ଲବର ସାଧାରଣ ସମ୍ପାଦକ ରବିନାରାୟଣ ସାହୁ ଓ କାର୍ଯ୍ୟକାରୀ କମିଟି ସଦସ୍ୟ ଡ. ବିଶ୍ୱନାଥ ମିଶ୍ର କହିଛନ୍ତି। ଆନ୍ତର୍ଜାତିକ ଚେସ୍? ପ୍ରଶିକ୍ଷକ ମନୋଜ ପାଣିଗ୍ରାହୀଙ୍କ ପରିଚାଳନାରେ ଅନୁଷ୍ଠିତ ଉଦ୍?ଘାଟନୀ କାର୍ଯ୍ୟକ୍ରମରେ କ୍ଲବର ଉପସଭାପତି ନଳିନୀ ରଞ୍ଜନ ମିଶ୍ର, କୋଷାଧ୍ୟକ୍ଷ ଅରୁଣ କୁମାର ରାୟ, କାର୍ଯ୍ୟକାରୀ କମିଟି ସଭ୍ୟ ନୂତନ ଦାସ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
