ପାରାଦୀପ: ୬୩ ତମ ଜାତୀୟ ସାମୁଦ୍ରିକ ଦିବସ ଏବଂ ମର୍ଚ୍ଚାଣ୍ଟ ନାଭି ସପ୍ତାହ ମହାଆଡମ୍ବର ସହକାରେ ପାରାଦୀପ ସ୍ଥିତ ଓଡିଶା ମାରିଟାଇମ ଏକାଡେମୀ ପରିସରରେ ଶନିବାର ଦିନ ପାଳିତ ହୋଇଯାଇଛି ପାରାଦୀପ ମାରିଟାଇମ ଏକାଡେମୀ ର ସମସ୍ତ କ୍ୟାଡେଟ ମାନଙ୍କ ସହିତ ନୌସେନା, ପାରାଦୀପ ବନ୍ଦର ର ଅଧିକାରୀ ଓ ମ୍ୟାରିଟାଇମ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ରହି ୧୯୧୯ ମସିହାର ସେହି ଐତିହାସିକ ଦିନକୁ ମନେ ପକାଇଥିଲେ। ସାମଗ୍ର ବିଶ୍ୱ ସମୁଦାୟ ରେ ରହିଥିବା ଜଳପଥ ଉପରେ ଅଧିକାର ଜାହିର କରି ଯେଉଁଭଳି ବ୍ରିଟିଶ ମାନେ ନିଜର ଆଧିପତ୍ୟ ବିସ୍ତାର କରିଥିଲେ ଏହାକୁ ପ୍ରତିହତ କରି ପ୍ରଥମ ଥର ପାଇଁ ୧୯୧୯ ମସିହା ରେ ଭାରତୀୟ ଜାହାଜ ଏସଏସ ଲୟାଲିଟି ମୁମ୍ବାଇରୁ ଲଣ୍ଡନ ପର୍ଯ୍ୟନ୍ତ ପ୍ରଥମ ଭାରତୀୟ ମାଲିକାନାରେ ଥିବା ଜାହାଜ ତାର ଯାତ୍ରା ଆରମ୍ଭ କରିଥିଲା ।ଯାହା ସାମୁଦ୍ରିକ ଜଳପଥ ରେ ଭାରତ ତାର ଉପସ୍ଥିତ ଜାହିର କରିଥିଲା ଏବଂ ସମଗ୍ର ବିଶ୍ୱରେ ରହିଥିବା ଦେଶ ମାନଙ୍କର ସାମୁଦ୍ରିକ ପଥରେ ନିଜର ଅଧିକାର କୁ ମଧ୍ୟ ହାସଲ କରିଥିଲା । ଏସ୍ଏସ୍ ଲୟାଲିଟିର ଏହି ପ୍ରଥମ ଯାତ୍ରାକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ଏପ୍ରିଲ ୫ ତାରିଖରେ ଭାରତରେ ଜାତୀୟ ସାମୁଦ୍ରିକ ଦିବସ ପାଳନ କରାଯାଉଛି । ୧୯୬୪ ମସିହାରୁ, ଏହି ଦିନକୁ ଭାରତୀୟ ଅର୍ଥନୀତିରେ ସାମୁଦ୍ରିକ ଶିଳ୍ପର ଅବଦାନକୁ ସ୍ୱୀକୃତି ପ୍ରଦାନ କରିବା ସହିତ ନାବିକ ମାନଙ୍କୁ ସମ୍ମାନିତ କରିଆସୁଛି ।ଏ ନେଇ ପାରାଦୀପ ରେ ରହିଥିବା ମେରିଟାଇମ ଏକାଡେମୀ ପରିସରରେ ପ୍ରଥମ ଥର ପାଇଁ ଫରୱାର୍ଡ଼ ୟୁନିୟନ ତରଫରୁ ୬୩ ତମ ମାରିଟାଇମ ଦିବସ ପାଳନ ଅବସରରେ ସେହି ୬୩ ବର୍ଷର ଇତିହାସ କୁ ସ୍ମରଣ କରିବା ସହିତ ଆଜିର ଦିନ ରେ ଯେଉଁଭଳି ଜଳପଥରେ ଭାରତ ତାର ଅଧିକାର ଜାହିର କରିଥିଲା ତାହା ଆଜି ଆମକୁ ଆର୍ôଥକ ଓ ବ୍ୟବସାୟିକ ଦୃଷ୍ଟିକୋଣ ରୁ ଲାଭନ୍ୱିତ କରିଛି । ଏହି ଅବସରରେ ଫରୱାର୍ଡ଼ ୟୁନିୟନ ତରଫରୁ ପାରାଦୀପ ଅଞ୍ଚଳ ର ବିଭିନ୍ନ ବିଦ୍ୟାଳୟ ଓ କଲେଜ ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଜାତୀୟ ସାମୁଦ୍ରିକ ଦିବସ ଅବସରରେ ଏକ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଯାହାଦ୍ୱାରା ପିଲାମାନେ ସାମୁଦ୍ରିକ ଇତିହାସ ବିଷୟରେ ଅବଗତ ହେବା ସହିତ ଆଗାମୀ ଦିନରେ ସାମୁଦ୍ରିକ ବିଭାଗ ରେ ସାମିଲ ହେବାପାଇଁ ପିଲାମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ହେବ ବୋଲି କହିଥିଲେ ଉପସ୍ଥିତ ଅଧିକାରୀ ମାନେ।
ଏହି କାର୍ଯ୍ୟକ୍ରମରେ ସିନିୟର ମେରାଇନ ଇଞ୍ଜିନିଅର ମନୋଜ କୁମାର ମହନ୍ତ ଏବଂ ଏମଏମଡି ସର୍ଭେକ୍ଷକ ପୂର୍ଣ୍ଣ ଚନ୍ଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପାରାଦୀପ ବନ୍ଦର ପ୍ରାଧିକରଣ ଉପ-ସରଂକ୍ଷକ କ୍ୟାପଟେନ ଅଲେଖ ଚନ୍ଦ୍ର ସାହୁ ସମ୍ମାନିତ ଅତିଥି ଏବଂ ଓଡିଶା ମାରିଟାଇମ ଏକାଡେମୀ ଅଧ୍ୟକ୍ଷ ମାନସ ରଞ୍ଜନ ବେହୁରା ଅତିଥି ଭାବେ ଉପସ୍ଥିତ ରହି ସାମୁଦ୍ରିକ ଦିବସ ଓ ମାର୍ଚ୍ଚାଣ୍ଟ ନାଭି ସପ୍ତାହ ପାଳନ ଉପରେ ଆଲୋକପାତ କରିବା ସହ ଏହି କାର୍ଯ୍ୟକ୍ରମ ପାଇଁ ଆୟୋଜକ ମାନଙ୍କୁ ପ୍ରଶଂସା କରିଥିଲେ । ଏ ସମସ୍ତ କାର୍ଯ୍ୟକ୍ରମକୁ ଏଫଏସୟୁଆଇ ଶାଖା ପ୍ରତିନିଧି ସୁଶାନ୍ତ କୁମାର ସ୍ୱାଇଁ ଏବଂ ହିମାଂଶୁ ପରିଡା ସଫଳତାର ସହ ପରିଚାଳନା କରିଥିଲେ ।
