ବାରିପଦା; ରାଇରଙ୍ଗପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ଗୋରୁମହିଷାଣୀ ଥାନା, ୍ୱିଜାତଳା ବ୍ଳକ, ସାନବାଣ୍ଠା ଗ୍ରାମର ଅଲେଖ ଚନ୍ଦ୍ର ଧଳ ଘରର କୌଣସି କାମ ପାଇଁ ସାଇକେଲ ଯାଉଥିବାବେଳେ ରାସ୍ତାରେ ସାଇକେଲ ରୁ ଖସିଦୁର୍ଘଟଣାଗ୍ରସ୍ତ ହୋଇଥିଲେ ।ଘଟଣାଟି ରବିବାର ସକାଳେ ଘଟିଥିଲା ।ପରେ ପରିବାର ଲୋକେ ତାଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆଣିଥିଲେ ।ରାଇରଙ୍ଗପୁର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଆଜି ଗୋରୁମହିଷାଣି ପୋଲିସ ପକ୍ଷରୁ କେଶ ନଂ ୦୯/୨୦୨୬ ମୂଳେ ଏକ ରୁଜୁ କରାଯାଇ ମୃତକର ଶବ ୍ୱ୍ଯବଛେଦ କରାଯାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି ପୋଲିସ ଘଟଣାର ସବିଶେଷ ତଦନ୍ତ କରୁଛି ।
