ପୁରୀ: ଓର୍ମାସ ଓ ଜ଼ିଲ୍ଲା ପ୍ରଶାସନ ଦ୍ୱାର ପୁରୀ ଜିଲ୍ଲାର ଗ୍ରାମାଞ୍ଚଳର ମା’ମାନଙ୍କ ସ୍ୱାବଲମ୍ବନ ଓ ହସ୍ତକଳାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ମା’ ସନ୍ତୋଷୀ ଏସଏଚଜି, ଶ୍ରୀ ଶକ୍ତି ଏସଏଚଜି ଏବଂ ଜୟ ଜଗନ୍ନାଥ ଆପ୍ଲିକ୍ ପିଜିର ମହିଳା ସଦସ୍ୟମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକାରର ଆକର୍ଷଣୀୟ ହସ୍ତତିଆରି ରାକ୍ଷୀର ଏକ ସ୍ୱତନ୍ତ୍ର ଷ୍ଟଲ୍ ବଡଶଙ୍ଖ ଛକ, ଗ୍ରାଣ୍ଡ ରୋଡ୍, ପୁରୀଠାରେ ୧୮ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଛି ଯାହା ପୁରୀ ଜିଲ୍ଲା ପରିଷଦ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜୀବ ଲୋଚନ ବେହେରା ଉଦ୍ଘାଟନ କରିଛନ୍ତି।

ଏହି ଷ୍ଟଲ୍ରେ ପଟ୍ଟଚିତ୍ର ରାକ୍ଷୀ, ଆପ୍ଲିକ୍ ରାକ୍ଷୀ, କତା ତିଆରି ରାକ୍ଷୀ, ଡୋକ୍ରା ରାକ୍ଷୀ ଏବଂ ସବାଇ ଘାସ ରାକ୍ଷୀ ଉପଲବ୍ଧ । ଏହି ହସ୍ତତିଆରି ରାକ୍ଷୀ ଷ୍ଟଲ୍?କୁ ଆସନ୍ତୁ, ସ୍ୱଦେଶୀ ଓ ପରିବେଶ ଅନୁକୂଳ ହସ୍ତତିଆରି ରାକ୍ଷୀ କ୍ରୟ କରି ପୁରୀ ଜିଲ୍ଲା ଗ୍ରାମାଞ୍ଚଳର ମା’ମାନଙ୍କ ସ୍ୱାବଲମ୍ବନର ପ୍ରୟାସକୁ ପ୍ରୋତ୍ସାହନ ଦିଅନ୍ତୁ।
