ଭଂଜନଗର: ଲୋକଙ୍କ ଚିନ୍ତା ବଢ଼ାଉଛି, ଏକା ଏକା ଘୁରି ବୁଲୁଥିବା ବଣୁଆ ଦନ୍ତା ହାତୀ । ଉତ୍ତର ଘୁମୁସର ବନଖଣ୍ଡର ମୁଜାଗଡ ବନାଞ୍ଚଳ ଅନ୍ତର୍ଗତ ରାଇପଲ୍ଲୀ ଗାଁ ନିକଟରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଏହାସହ ସ୍ଥାନୀୟ କୁଲାଡ, ପଙ୍କାଳ, ବାଲିଆପଟା ଏବଂ ହଳନ୍ଦଖୋଳା ଗାଁ ମାନଙ୍କରେ ସଂପୃକ୍ତ ଦନ୍ତାହାତୀ ଚଳପ୍ରଚଳ କରିବା ସହ ଧାନ କ୍ଷେତରେ ପଶି ଫସଲ ନଷ୍ଟ କରୁଛି । ବେଳେ ବେଳେ ଗାଁ ମୁହାଁ ହେବା ସହ, ମୁଖ୍ୟ ସଡ଼କପଥରେ ଚଳପ୍ରଚଳ ହେଉଥିବାରୁ, ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଏନେଇ ବନବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ଉପସ୍ଥିତ ରହି, ହାତୀର ଗତିବିଧିକୁ ଦୃଷ୍ଟି ଦେବା ସହ ଜଙ୍ଗଲ ଭିତରକୁ ଘଉଡ଼ାଇବାରେ ଲାଗିଛନ୍ତି ।
