ଭଂଜନଗର: ରାସ୍ତାରେ ବୁଲୁଛନ୍ତି ବାଘ ଛୁଆ । ଏମିତି କିଛି ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି । କୁହାଯାଉଛି ଏହା, ଉତ୍ତର ଘୁମୁସର ବନଖଣ୍ଡ, ଜଗନ୍ନାଥପ୍ରସାଦ ବନାଞ୍ଚଳ ଅନ୍ତର୍ଗତ ତରିକୁପା ଠାରୁ କ୍ଷେତମୁଣ୍ଡଳୀ ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଦୃଶ୍ୟ । ସ୍ଥାନୀୟ ଜଣେ ଜନପ୍ରତିନିଧି ନିଜ କାର୍ ରେ ସେହି ରାସ୍ତା ଦେଇ ଗତ ରାତିରେ ଯାଉଥିବା ବେଳେ, ଏହି ଦୃଶ୍ୟ ସେ ନିଜ ମୋବାଇଲରେ ଉତ୍ତୋଳନ କରିଥିଲେ । ଯାହାକି ଦୁଇଟି କଲରାପତରିଆ ବାଘ ଛୁଆ, ରାସ୍ତା ପାର ହେଉଥିଲେ । ତେବେ ଉତ୍ତର ଘୁମୁସର ବନଖଣ୍ଡରେ କଲରାପତରିଆ ବାଘ ରହିଥିବା ଆଗରୁ ସ୍ପଷ୍ଟ ହୋଇଛି ।
