ଲକ୍ଷ୍ନୌ: ଲକ୍ଷ୍ନୌକୁ ୧୪୧ ରନ୍ରେ ଅଟକାଇଲା ଦିଲ୍ଲୀ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)-୨୦୨୬ର ପଞ୍ଚମ ମୁକାବିଲା ଲକ୍ଷେ୍ନ ø ସୁପର ଜଏଣ୍ଟସ୍ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି। ଉଭୟ ଦଳ ମଧ୍ୟରେ ଏହି ମ୍ୟାଚ୍ ଲକ୍ଷେ୍ନ øସ୍ଥିତ ଭାରତରତ୍ନ ଶ୍ରୀଅଟଳ ବିହାରୀ ବାଜପେୟୀ ଇକାନା ଷ୍ଟାଡିୟମରେ ହୋଇଛି। ଏହି ମ୍ୟାଚ୍ରେ ଦିଲ୍ଲୀ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଲକ୍ଷ୍ନୌ ଦଳ ବ୍ୟାଟିଂ କରିଥିଲା। ଦିଲ୍ଲୀ ଟିମ୍ ସଫଳ ରଣନୀତି କରି ଘରୋଇ ଦଳକୁ ୧୪୧ ରନ୍ରେ ଅଟକାଇ ଦେଇଛି। ଫଳରେ ଦିଲ୍ଲୀକୁ ଏହି ମ୍ୟାଚ୍ ଜିତିବା ପାଇଁ ୧୪୨ ରନ୍ର ଲକ୍ଷ୍ୟ ମିଳିଛି। ଦିଲ୍ଲୀର ବୋଲିଂରେ ସଫଳ ନାୟକ ହୋଇଛନ୍ତି ଲୁଙ୍ଗି ଏନ୍ଗିଡି ଏବଂ ଏନ୍ ନଟରାଜନ। ଉଭୟ ବୋଲର ୩ଟି ଲେଖାଏଁ ୱିକେଟ୍ ନେଇଥିଲେ। ଲୁଙ୍ଗି ୩.୪ ଓଭର ବୋଲିଂ କରିଥିଲେ ଏବଂ ୨୭ ରନ୍ ଖର୍ଚ୍ଚ କରିଥିଲେ। ସେହିପରି ନଟରାଜନ ୪ଓଭର ବୋଲିଂ କର ୨୯ ରନ୍ ଦେଇଥିଲେ। କୁଲଦୀପ ଯାଦବଙ୍କୁ ୨ଟି ୱିକେଟ୍ ମିଳିଥିଲା ବେଳେ ଅଧିନାୟକ ଅକ୍ଷର ପଟେଲଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା। ଲକ୍ଷେ୍ନ ø ପାଇଁ ଅବଦୁଲ ସମନ୍ଦ ସର୍ବାଧିକ ୩୬ ରନ୍ ସଂଗ୍ରହ କରିଥିଲେ। ସେ ୨୫ଟି ବଲ୍ ଖେଳି ୩ଟି ଚେ øକା ଏବଂ ଗୋଟିଏ ଛକା ମାରିଥିଲେ। ପ୍ରାରମ୍ଭିକ ବ୍ୟାଟର ମିଚେଲ ମାର୍ଶ ୨୮ଟି ବଲ୍ ଖେଳି ୨ଟି ଚୌକା ଏବଂ ୩ଟି ଛକା ବଳରେ ୩୫ ରନ୍ ସଂଗ୍ରହ କରିଥିଲେ। ଶହବାଜ ଅହମଦ ଅପରାଜିତ ୧୫ ରନ୍, ମୁକୁଲ ଚକ୍ରବର୍ତ୍ତୀ ୧୪ ରନ୍ ଏବଂ ଆଇଦେନ୍ ମାର୍କରାମ ୧୧ ରନ୍ କରିଥିଲେ। ଦଳର ଅନ୍ୟ ବ୍ୟାଟରମାନଙ୍କର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା।
