CHENNAI, INDIA - FEBRUARY 26: Axar Patel of India celebrates the wicket Tadiwanashe Marumani of Zimbabwe with Hardik Pandya of India during the ICC Men's T20 World Cup India & Sri Lanka 2026 Super 8 match between India and Zimbabwe at MA Chidambaram Stadium on February 26, 2026 in Chennai, India. (Photo by Nikhil Patil/Getty Images)
ନୂଆଦିଲ୍ଲୀ : ଜୁଲାଇ ମାସରେ ଜିମ୍ବାୱେ ଗସ୍ତରେ ଯିବ ଟିମ୍ ଇଣ୍ଡିଆ । ଏହି ଗସ୍ତରେ ତିନୋଟି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ । ଟିମ୍ ଇଣ୍ଡିଆ ଜିମ୍ବାୱେ ଗସ୍ତ ନେଇ ଈଉଉଓ ପକ୍ଷରୁ ସୂଚନା ଦିଆଯାଇଛି । ତିନି ମ୍ୟାଚ୍ ବିଶିଷ୍ଟ ସିରିଜ ଖେଳିବାକୁ ଜିମ୍ବାୱେ ଯିବ ପୁରୁଷ ଟି-୨୦ ଟିମ୍ । ଜୁଲାଇ ୨୩ରୁ ଆରମ୍ଭ ହେବାକୁ ଥିବା ସିରିଜ୍ ୨୬ ଜୁଲାଇରେ ଶେଷ ହେବ । ସମସ୍ତ ତିନୋଟି ମ୍ୟାଚ୍ ହରାରେ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ । ଟିମର ଘୋଷଣା ଏଯାଏଁ ହୋଇନାହିଁ । ତେବେ ଟିମରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ ମିଳିପାରେ । ଏନେଇ ଚୟନକର୍ତ୍ତା ଟିମ୍ କଥାବାର୍ତ୍ତା ହେଉଛନ୍ତି । ନିକଟରେ ବୈଭବ ନିଜର ୧୫ ତମ ଜନ୍ମଦିନ ପାଳନ କରିଛନ୍ତି ।ଜୁଲାଇ ୨୩ : ପ୍ରଥମ ଟି୨୦ ମ୍ୟାଚ୍ (ହରାରେ) ଜୁଲାଇ ୨୫ : ଦ୍ୱିତୀୟ ଟି୨୦ ମ୍ୟାଚ୍ (ହରାରେ) ଜୁଲାଇ ୨୬ : ୩ୟ ଟି୨୦ ମ୍ୟାଚ୍ (ହରାରେ) ଟିମ୍ ଇଣ୍ଡିଆର ଅନେକ ଖେଳାଳି ବର୍ତ୍ତମାନ ଆଇପିଏଲ୍-୨୦୨୬ରେ ବ୍ୟସ୍ତ ରହିଛନ୍ତି । ମାର୍ଚ୍ଚ ୨୮ରୁ ଓଚଖ ଆରମ୍ଭ ହୋଇ ମେ ୨୪ ଯାଏଁ ଚାଲିବ ଟୁର୍ଣ୍ଣାମେଣ୍ଟ। ଏହି ଲିଗ୍ ଶେଷ ହେବା ପରେ ଆଫଗାନିସ୍ତାନ ସହିତ ଘରୋଇ ସିରିଜ୍ ଖେଳିବ ଟିମ୍ ଇଣ୍ଡିଆ । ପରେ ଇଂଲଣ୍ଡ ଏବଂ ଆୟରଲ୍ୟାଣ୍ଡ ସହିତ ସିରିଜ୍ ମଧ୍ୟ ଖେଳିବ । ଏହି ତିନୋଟି ସିରିଜ୍ ପରେ ଜିମ୍ବାୱେ ଗସ୍ତରେ ଯିବ ଟିମ୍ ଇଣ୍ଡିଆ ।
