ପୁରୀ: ଆଡଭୋକେଟ୍ ଆକ୍ଟ, ୧୯୬୧ ଦ୍ୱାରା ସମସ୍ତ ରାଜ୍ୟ ଆଇନଜିବି ପରିଷଦ ଓ ବାର କାଉନସିଲ୍ ଅଫ୍ ଇଣ୍ଡିଆ ନିଜର କାର୍ଯ ଧାରା ଚଳାଇ ରଖନ୍ତି। ଓକିଲ ମାନଙ୍କ ର ସାମ୍ବିଧାନିକ ଅଧିକାର,ସାମାଜିକ ନିରାପତ୍ତା,ସୁରକ୍ଷା, ନ୍ୟାୟିକ ଶିକ୍ଷା ର ଅଗ୍ରଗତି ପାଇଁ ରାଜ୍ୟ ବାର କାଉନସିଲ ମାନେ ଓ ଭାରତ ର ଆଇନଜୀବୀ ପରିଷଦ ସାମ୍ବିଧାନିକ ସଂସ୍ଥା ଭାବେ ଆଇନଜୀବୀ ବୃତ୍ତି ର ମର୍ଯ୍ୟାଦା ଓ ସ୍ୱାଧୀନତା ସୁରକ୍ଷା କରିବା ପ୍ରମୁଖ କର୍ତ୍ତବ୍ୟ। ରାଜ୍ୟ ପରିଷଦ ଓ ବାର କାଉନସିଲ୍ ଅଫ ଇଣ୍ଡିଆ ନିଜର ଗଣତାନ୍ତ୍ରିକ ଚରିତ୍ର, ସ୍ୱାଧୀନତା, ଓ ସ୍ୱାୟତତା ବଜାୟ ରଖି ଓକିଲ ଦେଶ ର ପ୍ରାୟ ୨୮ ଲକ୍ଷ ଓକିଲ ଙ୍କ ପାଇଁ ଯାହା କରଣୀୟ ତାକୁ ପ୍ରାଥମିକତା ଦେବା ଆବଶ୍ୟକ। କିନ୍ତୁ ବାର କାଉନସିଲ୍ ଅଫ ଇଣ୍ଡିଆ ଚେୟାରମେନ ମନନ୍ କୁମାର ମିଶ୍ର ନିଜ ପଦବୀ ର ଦୂରୁପଯୋଗ କରି ଆଡଭୋକେଟ୍ ଆକ୍ଟ କୁ ବେଖାତିର କରି ଆଇନି ଡ଼ିଗ୍ରୀ ପାଇଥିବା ନାଲସାର ଛାତ୍ର ଛାତ୍ରୀ ମାନଙ୍କୁ ଆଇନି ପେଷା ର ଲାଇସେନ୍ସ ପ୍ରଦାନ ନ କରିବାକୁ ରାଜ୍ୟ ପରିଷଦ ମାନଙ୍କୁ ନିର୍ଦ୍ଦେଶ ଦେବା ସମ୍ପୂର୍ଣ୍ଣ ଅଗଣ ତାନ୍ତ୍ରିକ ଓ ଆଡଭୋକେଟ୍ ଆକ୍ଟ ୍ୱିରୋଧୀ ବୋଲି ପୁରୀ ଜିଲ୍ଲା ଓକିଲ ସଂଘ ବିବେଚନା କରି ତାଙ୍କ ବିରୁଦ୍ଧରେ ନିନ୍ଦା ପ୍ରସ୍ଥାବ ପାରିତ କରିବା ସହ ଶୁକ୍ରବାର ବାର ସମ୍ମୁଖରେ ଶତାଧିକ ଓକିଲ ମନନ ମିଶ୍ରଙ୍କ ଇସ୍ତଫା ଦାବି କରି ବିକ୍ଷୋଭ କରିଛନ୍ତି।ଏଥିରେ କୁହାଯାଇଛି ଯେ ଶ୍ରୀ ମିଶ୍ର କ୍ଷମତା ର ଦୁରୁପଯୋଗ କରି ରାଜନୈତିକ ଚାପ୍ ପକାଇ ଆଜକୁ ୧୪ ବର୍ଷ ଧରି ଅଗଣ ତାନ୍ତ୍ରିକ ଭାବେ ଚେୟାର ମାନ ପଦବୀ ମାଡ଼ି ବସି ଛନ୍ତି। ରାଜ୍ୟ ପରିଷଦ ମାନଙ୍କ ର ସ୍ୱାୟତ୍ତତା,ସ୍ୱାଧୀନତା ରେ ଅଯଥା ହସ୍ତକ୍ଷେପ କରି ମର୍ଯ୍ୟାଦାହାନି କରିଛନ୍ତି।

ନିର୍ବାଚନ ରେ ହାରିଥିବା ଓକିଲ ଙ୍କୁ ଓ ବିଭିନ୍ନ ରାଜ୍ୟ ନିଜର ବ୍ୟକ୍ତି ଙ୍କୁ ବାର କାଉନସିଲ୍ ଅଫ ଇଣ୍ଡିଆ କୁ ମନୋନୀତ କରି ପଦବୀ ମାଡ଼ି ବସିଛନ୍ତି। ଗତ ୨୦୨୫ରେ କେନ୍ଦ୍ର ସରକାର ଆଡଭୋକେଟ୍ ଆକ୍ଟ କୁ ସଂଶୋଧନ କରିବା ପାଇଁ ବିଲ୍ ଆଣିବା ବେଳେ ଓକିଲ ଙ୍କ ବିରୁଦ୍ଧରେ ଥିବା ଅନେକ ଆଇନି କୁ ବିରୋଧ କଲେ ନାହିଁ। ସାରା ଦେଶ ରେ ଓକିଲ ମାନ୍ ଙ୍କ ପ୍ରତିବାଦ ଯୋଗୁଁ ତାହା ଶୀତଳ ଭଣ୍ଡାର ରେ ଅଛି। ତାହା କାର୍ଯ୍ୟକାରୀ ହୋଇଗଲେ ବିଦେଶୀ ଓକିଲ ପଶି ଆସିବେ, କେଂଦ୍ର ସରକାର୍ ଙ୍କ ର ଗୋଡ଼ାଣିଆ ହୋଇ ଯିବ ବାର କାଉନସିଲ୍।ରାଜନୈତିକ ଚାଟୁ କରିତ ଯୋଗୁଁ କେନ୍ଦ୍ର ବିଜେପି ସରକାର ତାଙ୍କୁ ରାଜ୍ୟ ସଭା ପଦବୀ ରେ ନିର୍ବାଚିତ କଲେ । ବିଗତ ୧୪ ବର୍ଷରେ ବାର କାଉନସିଲ୍ ଅଫ ଇଣ୍ଡିଆ ସମେତ ସମସ୍ତ ରାଜ୍ୟ ପରିଷଦ ର ଉତ୍ତର ଦାୟିତ୍ୱ, ଗଣତାନ୍ତ୍ରିକ ଚରିତ୍ର ମର୍ଯ୍ୟାଦା ଓ ସ୍ୱାଧୀନତାକୁ କ୍ଷତି କରି ଓକିଲ ମାନଙ୍କୁ ସଙ୍କଟରେ ପକାଇଛନ୍ତି । ରାଜନୀତିକ ସ୍ୱାର୍ଥ ସାଧନ ପାଇଁ ମନନ ମିଶ୍ର ତାଙ୍କ ପଦବୀକୁ ଓକିଲ ଙ୍କ ବିରୁଦ୍ଧରେ ବ୍ୟବହାର କରୁଥିବାରୁ ତୁରନ୍ତ ଇସ୍ତଫା ଦେବା ପାଇଁ ଦାବୀ କରିଛି ପୁରୀ ଜିଲ୍ଲା ଓକିଲ ସଂଘ । ଏଥିରେ ସଭାପତି ପ୍ରେମାନନ୍ଦ ମହାନ୍ତି,ସାଧାରଣ ସମ୍ପାଦକ ଶରତ କୁମାର ରାୟଗୁରୁ, ପ୍ରଦିପ ଦାସ, ସୋମନାଥ ଦାସ, ଶୁଭେନ୍ଦୁ ଦାଶ,ସୋମନାଥ ରଣା, ପୁଲିନ ଆଚାର୍ଯ୍ୟ, ସାରଦା ସାମଲ, ସୁକାନ୍ତ ପ୍ରଧାନ,ରମେଶ ପ୍ରସାଦ ସିଂହ, କର୍ଣ୍ଣବୀର ମହାପାତ୍ର, ରଞ୍ଜିତା ମହାନ୍ତି, ଅଜୟ କୁମାର ରଣସିଂହ, ଗୋବିନ୍ଦ ନାୟକ,ବିଶ୍ୱନାଥ ଚିନରା, ଭାଗବତ ପଟ୍ଟନାୟକ, ବିଶ୍ୱ କେସନ୍ ହରିଚନ୍ଦନ ମହାପାତ୍ର, ପ୍ରଦୀପ ରଥ, ବିଜୟ ସାହୁ, ଶକ୍ତି ପ୍ରସାଦ ମହାପାତ୍ର ସମେତ ଶତାଧିକ ଓକିଲ ଉପସ୍ଥିତ ଥିଲେ ।
