ନୂଆଦିଲ୍ଲୀ: ଆଗକୁ ଆହୁରି ଭୟଙ୍କର ହୋଇପାରେ ମଧ୍ୟପ୍ରାଚ୍ୟ ଯୁଦ୍ଧ । ଗ୍ରାଉଣ୍ଡରେ ଲଢ଼େଇ ପାଇଁ ଆମେରିକା ସେନାର ସମରସଜ୍ଜା ଭିତରେ ଆମେରିକା ପ୍ରତିରକ୍ଷା ସଚିବ ରଖିଛନ୍ତି ବଡ଼ ବୟାନ । କହିଛନ୍ତି, ଟ୍ରଂପ୍ ଆଦୌ ପଛଘୁଞ୍ଚା ଦେବା ଲୋକ ନୁହଁନ୍ତି । ରାଷ୍ଟ୍ରପତି ଟ୍ରମ୍ପ ଭୁଲ୍ କରନ୍ତି ନାହିଁ କିମ୍ବା ପଛକୁ ହଟନ୍ତି ନାହିଁ । ଯଦି ଇରାନ ବୁଦ୍ଧିମାନ, ତେବେ ତରନ୍ତ ଡିଲ ଫାଇନାଲ କରୁ ବୋଲି ଚେତାବନୀ ଦେଇଛନ୍ତି ଆମେରିକା ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ । ଇରାନ ସହିତ ଚାଲିଥିବା ସଂଘର୍ଷରେ ଆଗାମୀ ଦିନଗୁଡ଼ିକ ନିର୍ଣ୍ଣାୟକ ହେବାକୁ ଯାଉଥିବା ସେ ଚେତାଇ ଦେଇଛନ୍ତି । ସେପଟ ଇରାନକୁ ଚାରିପଟୁ ଘେରି ସ୍ଥଳଭାଗରେ ସମରସଜ୍ଜା କରୁଛି ଆମେରିକା । ଇରାନର ସବୁ ଶକ୍ତିକୁ ଟାର୍ଗେଟ କରିବା ପାଇଁ ଅପରେସନ ଜାରି ରହିବ ବୋଲି କହିଛନ୍ତି ଆମେରିକୀୟ ସେନା ଅଧିକାରୀ । ସେପଟେ କିନ୍ତୁ ଆମେରିକୀୟ ସୈନ୍ୟଙ୍କୁ ମୁକାବିଲା ପାଇଁ ପ୍ରସ୍ତୁତ ଥିବା କହିଛି ଇରାନ୍ । ଇରାନ୍ ତାର ସୈନ୍ୟ ବଳ ସହ ମିଜାଇଲକୁ ମହାଅସ୍ତ୍ର କରିବାକୁ ରଣନୀତି ତିଆରି କରିଛି । ଅନ୍ୟପଟେ ଆମେରିକାଇସ୍ରାଏଲ ଓ ଇରାନରେ ବଡ଼ ଧରଣର ହମଲା ଜାରି ରହିଛି । ମିସାଇଲ୍ ମାଡ଼ରେ ଇସ୍ରାଏଲ୍ ତୈଳ ଭଣ୍ଡାର ଉଡ଼ାଇଦେଇଛି ଇରାନ । ଆମେରିକା ବି ଇରାନରେ କଲା ବଡ଼ ଏୟାରଷ୍ଟ୍ରାଇକ୍ । ମାତ୍ର ଏଇ ୨୦ ଘଅଫ ହର୍ମୁଜ ଅବରୋଧ ଯୋଗୁ ଯେଉଁ ସମସ୍ତ ରାଷ୍ଟ୍ର ତେଲ ପାଉ ନାହାନ୍ତି, ବ୍ରିଟେନ ଭଳି ଇରାନର ଅନ୍ତରେ ସାମିଲ ହେବାକୁ ମନା କରୁଛନ୍ତି, ସେମାନଙ୍କ ପାଇଁ ମୋ ପାଖରେ ୨ଟି ପରାମର୍ଶ ରହିଛି । ୧- ସେମାନେ ଆମେରିକା ଠାରୁ ତେଲ କିଣନ୍ତୁ, କାରଣ ଆମ ପାଖରୁ ବହୁତ ରହିଛି । ୨- ସେମାନେ ବିଳମ୍ବରେ ସାହାସ ଦେଖାଇ ଷ୍ଟ୍ରେଟ ଅଫ ହର୍ମୁଜ ଯାଆନ୍ତୁ ଓ ସେଠାରୁ ତେଲ ଆଣନ୍ତୁ ।”ବିଶ୍ୱର ୨୦% ତୈଳ ରପ୍ତାନୀ ହେଉଥିବା ଷ୍ଟ୍ରେଟ ଅଫ ହର୍ମୁଜକୁ ଇରାନ ଯୁଦ୍ଧ ଆରମ୍ଭ ହେବା ଦିନ ଠାରୁ ବନ୍ଦ କରି ରଖିଛି । ଏଥିଯୋଗୁ ତୈଳ ଯୋଗାଣ ପୂରା ବିଶ୍ୱରେ ପ୍ରଭାବିତ ହୋଇଛି । ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ ମଧ୍ୟ ୧୧୦ ଡଲାର ପାର କରି ଯାଇଛି ।ଷ୍ଟ୍ରେଟ ଅଫ ହର୍ମୁଜକୁ ଖୋଲିବା ପାଇଁ ଟ୍ରମ୍ପ ବାରମ୍ବାର ଇରାନକୁ ଧମକ ଦେଉଥିଲେ ହେଁ ଏହା ଏଯାଏ ସଫଳତା ମିଳିନି । ହର୍ମୁଜକୁ ଖୋଲିବା ପାଇଁ ସେ ସହଯୋଗୀ ରାଷ୍ଟ୍ରଗୁଡ଼ିକୁ ଯୁଦ୍ଧ ତୋପ ପଠାଇବାକୁ ଅନୁରୋଧ କରିଥିଲେ । କିନ୍ତୁ ଏହାକୁ କେହି ବି ଖାତିର କରି ନାହାନ୍ତି । ଏଥିରେ କ୍ଷୁବ୍ଧ ହୋଇ ଏବେ ଟ୍ରମ୍ପ ହର୍ମୁଜ ବନ୍ଦ ଦ୍ୱାରା ପ୍ରଭାବିତ ହୋଇଥିବା ରାଷ୍ଟ୍ରଗୁଡ଼ିକ ନିଜ କଥା ନିଜେ ବୁଝିବାକୁ କହିଛନ୍ତି । ସେ କହିଛନ୍ତି, “ତୁମେମାନେ ସମସ୍ତେ କେମିତି ନିଜ ପାଇଁ ନିଜେ ଲଢ଼ିବାକୁ ହୁଏ, ତା’କୁ ଶିଖିବା ଆରମ୍ଭ କରନ୍ତୁ । ଆମେରିକା ଆଉ ସେଠାରେ ତୁମମାନଙ୍କୁ ସହାୟତା କରିବାକୁ ନଥିବ । ଯେମିତି ତୁମେମାନେ ଆମ ପାଇଁ ନାହଁ, ଠିକ ସେମିତି ଆମେରିକା ମଧ୍ୟ ତୁମମାନଙ୍କ ପାଇଁ ରହିବ ନାହିଁ ।” ଟ୍ରମ୍ପ ଦାବି କରିଛନ୍ତି ଯେ ଇରାନ ଏବେ ସଂପୂର୍ଣ୍ଣ ଧରାଶାୟୀ ହୋଇ ସାରିଛି । ଏବେ ବିଭିନ୍ନ ରାଷ୍ଟ୍ର ସେଠାକୁ ଯାଇ ନିଜ ନିଜର ତୈଳ ଆଣନ୍ତୁ ।
