ଚାନ୍ଦବାଲି : କାମ କରିବାକୁ ଦୁବାଇ ଯାଇଥିଲେ. କାମ କରି ଟଙ୍କା ଆଣିଲେ ଘରର ଛାତ ପଡିବ ବୋଲି କହିଯାଇଥିଲେ ହେଲେ ଶବ ହୋଇ ଫେରିଲେ ଗାଁ କୁ. ପାଖାପାଖି ଏକ ବର୍ଷ ହେବ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଉତୁକୁଡା ପଂଚାୟତ ଉତୁକୁଡା ଗାଁ ର ବୀରଭଦ୍ର ନାୟକ କାମ କରିବାକୁ ଦୁବାଇ ଯାଇଥିଲେ. ସେଠାରେ ସେ ଏକ କମ୍ପାନୀ ରେ ପ୍ଲମ୍ବର ଭାବେ କାର୍ଯ୍ୟ କରୁଥିଲେ ହେଲେ ଗତ ଫେବୃଆରୀ ମାସ ୨୭ତାରିଖ ରାତିରେ କାମ କରୁ କରୁ ଖସି ପଡିବାରୁ ବୀରଭଦ୍ର ର ମୃତ୍ୟୁ ଘଟିଥିବା ଘରକୁ ଖବର ଆସିଥିଲା. ପାଖାପାଖି ଏକ ମାସ ହେବ ବୀରଭଦ୍ର ର ମୃତ ଦେହ ଫେରିବା ବାଟକୁ ଅନାଇ ବସିଥିଲେ ପରିବାର ଲୋକଙ୍କ ସହ ସାହି ପଡିସା. ଆଜି ଗାଁ ରେ ମୃତ ଦେହ ପହଂଚିବା ପରେ କାନ୍ଦ ବୋବାଳି ରେ ଫାଟି ପଡ଼ିଥିଲା ସାରା ପରିବେଶ. ପୁଅ କୁ ଦେଖିବା ପାଇଁ ଦିନ ରାତି କାନ୍ଦି କାନ୍ଦି ଆଖିରୁ ଲୁହ ଶୁଖିନଥିଲା ବୁଢ଼ୀ ମା ର. ଆଜି ପୁଅ ର ମୃତ ଦେହ ଦେଖିବା ପରେ ମା ଓ ସ୍ତ୍ରୀ ବାହୁନି ବାହୁନି କାନ୍ଦି କାନ୍ଦି ଅନ୍ୟପଟେ ବୀରଭଦ୍ର ର ମୃତ ଦେହ ସଠିକ ସମୟରେ ଫେରିନଥିବାରୁ ବୀରଭଦ୍ର ର ଏକ କୁଶ ପୁତ୍ତଳିକା ବନାଇ ସୁଧାକ୍ରିୟା କାମ ସରିଥିଲେ ପରିବାର ଲୋକେ. ୨୭ତାରିଖ ଦିନ ଭିଡିଓ କଲ କରି ପରିବାର ଲୋକଙ୍କ ସହ କଥା ମଧ୍ୟ ହୋଇଥିଲେ.ଶୁଦ୍ଧିକ୍ରିୟା ର ୧୯ଦିନ ପରେ ସରକାରଙ୍କ ଉଦ୍ୟମରେ ଗାଁ ରେ ପହଞ୍ଚିଥିଲା ମୃତଦେହ. ମଧ୍ୟପ୍ରାଚୀ ଯୁଦ୍ଧ ପାଇଁ ମୃତଦେହ ଆସିବାରେ ବିଳମ୍ବ ହୋଇଥିଲା. ମୃତଦେହ ପହଂଚିବା ପରେ ଗାଁ ରେ ଅତିରିକ୍ତ ଶ୍ରମ ଅଧିକାରୀ ପହଂଚି ସମବେଦନା ଜଣାଇବା ସହ ଯାହା ସରକାରୀ ସାହାର୍ଯ୍ୟ ମିଳିବା କଥା ମିଳିବ ବୋଲି ଜଣାଇଥିଲେ. ଅନ୍ୟପଟେ ବୀରଭଦ୍ର ଙ୍କୁ ତୁରନ୍ତ କ୍ଷତିପୂରଣ କିପରି ମିଳିବ ତାର ବ୍ୟବସ୍ଥା ସରକାର କରନ୍ତୁ ବୋଲି ଗ୍ରାମବାସୀ ଦାବି ଜଣାଇଛନ୍ତି.
