ବେଗୁନିଆପଡା : ଶନିବାର କୋଦଳା ଅଦାଲତ ଆଇନଯିବିଙ୍କ କର୍ମକର୍ତ୍ତା ନିର୍ବାଚନ ଶେଷ ହୋଇଯାଇଛି! ନିର୍ବାଚନ ରେ ପୁଣିଥରେ ଅପ୍ରତିଦ୍ୱନ୍ଦି ଭାବେ ପୂର୍ଣଚନ୍ଦ୍ର ମିଶ୍ର ଙ୍କୁ ସଭାପତି ଭାବେ ନିର୍ବାଚିତ କରାଇଥିବା ବେଳେ ସଂପାଦକ ଙ୍କୁ ଛାଡି ଅନ୍ୟ ସମସ୍ତେ ନିର୍ଦ୍ୱନ୍ଦ୍ୱ ରେ ନିର୍ବାଚିତ ହୋଇଥିବା ଜଣାପଡ଼ିଛି ! ଉପସଭାପତି ଅବନୀ ଶଙ୍କର ମିଶ୍ର, ଯୁଗ୍ମ ସମ୍ପାଦକ ଭାସ୍କର ସ୍ୱାଇଁ ଅପ୍ରତିଦ୍ୱନ୍ଦି ହୋଇଥିବା ବେଳେ ସମ୍ପାଦକ ପାଇଁ ଗୋପାଳ କୃଷ୍ଣ ସାହୁ ଓ ସନ୍ୟାସୀ ସାହୁଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା ଏଥିରେ ୪୦ ଜଣ ଭୋଟ ଦେଇଥିବା ବେଳେ ଗୋପାଳ କୃଷ୍ଣ ସାହୁ ଙ୍କୁ ୩୬ ଓ ସନ୍ୟାସୀ ଙ୍କ ଖାତା କୁ ୪ ଟି ଭୋଟ ଯାଇଥିଲା ! ନିର୍ବାଚନ ଅଧିକାରୀ ଭାବେ ବରିଷ୍ଠ ଆଇନଯିବି ବାଳକୃଷ୍ଣ ପଣ୍ଡା (ଢାବୁ )ପରିଚାଳନା କରିଥିବା ବେଳେ ତାଙ୍କୁ ସହଯୋଗ କରିଥିଲେ ଆଇନଜୀବୀ ବାମଦେବ ପଣ୍ଡା ଓ ରତିକାନ୍ତ ମହାରଣା କ୍ଷ ନିର୍ବାଚିତ ଘୋଷଣା ପରେ ସମସ୍ତ କର୍ମକର୍ତ୍ତାଙ୍କୁ ସମସ୍ତ ଆଇନଜୀବୀ ସ୍ୱାଗତ କରିଥିଲେ ।
