ଭଞ୍ଜନଗର: ମାଉଜର ସହ ୨ ଜଣ ଅପରାଧୀ କୁ କାବୁକଲା, ଗଂଜାମ ଜିଲ୍ଲା ତାରାସିଂ ଥାନା ପୋଲିସ । ସେମାନଙ୍କ ଠାରୁ ଗୋଟିଏ ପିସ୍ତଲ ସହ ଗୋଟିଏ ବଡ ଧରଣର ଧାରୁଆ ଅସ୍ତ୍ର , ଦୁଇଟି ମୋବାଇଲ୍ ଏବଂ ଗୋଟିଏ ମଟର ସାଇକେଲ ଜବତ କରାଯାଇଛି । ଗିରଫ ଅପରାଧୀ ଦୁହେଁ ହେଲେ ଭଞ୍ଜନଗର ଥାନା ହାତୀଗଡା ଗ୍ରାମର ମୁନା ଗନ୍ତାୟତ ଓ ଦଶପଲ୍ଲା ଥାନା କୟାଁଢିହ ଗ୍ରାମର ମଦନ ମାଝି। ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ବହୁ ଅପରାଧୀକ ମାମଲାରେ ସଂପୃକ୍ତ ରହିଛନ୍ତି । ପୋଲିସ ପକ୍ଷରୁ କହିବା ପ୍ରକାରେ ଏହି ଅପରାଧୀ ଗୋଷ୍ଠୀ କୈ।ଣସି ଏକ ସ୍ଥାନରେ ଅପରାଧ ଘଟାଇବା ପାଇଁ ଚକ୍କର ମାରୁଥିବା ବେଳେ, ତାରାସିଂ ଥାନାଧିକାରୀ ଶୁଭଲକ୍ଷ୍ମୀ ପୂଜାରୀଙ୍କ ପରାମର୍ଶ କ୍ରମେ ଅତିରିକ୍ତ ଥାନାଧିକାରୀ ଅଭୟ କୁମାର ପ୍ରଧାନ ଓ ତାଙ୍କ ଟିମି ରବିବାର ବିଳମ୍ବିତ ରାତ୍ରରେ ଗାଲେରୀ, ବ୍ରାହ୍ମଣପଦର ,ବଦାଙ୍ଗି ଆଦି ଅଞ୍ଚଳରେ ପେଟ୍ରୋଲିଙ୍ଗ୍ କରୁଥିବା ସମୟରେ ଗାଲେରୀ — ଢେପସାହି ମୂଖ୍ୟରାସ୍ତା ନିକଟରେ ଥିବା ବ୍ରାହ୍ମଣଦେବୀ ମନ୍ଦିର ନିକଟରେ ଏହି ଦୁଇ ଅପରାଧୀ କାହାକୁ ଡକାୟତି ଉଦ୍ୟମ କରିବାପାଇଁ ଅପେକ୍ଷା କରିଥିଲେ। ହେଲେ ଏପଟେ ଚାଲିଥିବା ପୋଲିସ୍ ପେଟ୍ରୋଲିଂ ବେଳେ, ଏହି ଦୁଇ ଅପରାଧୀ ପୋଲିସ ଗାଡିକୁ ଦେଖି ପଳାୟନ କରୁଥିବା ସମୟରେ ପୋଲିସ ସେହି ଦୁହେଁକୁ ପୋଲିସ କାବୁକରିବା ସହ ତାରାସିଂ ଥାନାକୁ ଆଣିଥିଲେ। ଥାନା କେସନଂ ୨୮୦/ ୨୬ ମାମଲା ରୁଜୁ କରାଯାଇ ସୋମବାର କୋର୍ଟଚାଲଣ କରାଯାଇଥିବା ଥାନାଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ସୁଚନା ଦେଇଛନ୍ତି।
