ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଗାଲେରୀ ବନାଞ୍ଚଳର ଢୋଲପିଟା ସେକସନର କାଠଚିରା ଗ୍ରାମର ବୃଦ୍ଧ ଦୁଖା ଗୌଡଙ୍କୁ ଶୁକ୍ରବାର ଦିନ ଭାଲୁ ଆକ୍ରମଣର ଶିକାର ହୋଇ ଭଞ୍ଜନଗର ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଖବର ନେବାରେ ଶୁକ୍ରବାର ଦିନ ଗାଲେରୀ ବନାଞ୍ଚଳ ଢୋଲପିଟା ସେକେସନର କାଠଚିରା ଗ୍ରାମ ନିକଟ ଜଙ୍ଗଲରୁ ଏକ ଭାଲୁ ବାହାରି ଗାଁ ମୁହାଁ ହେଉଥିଲା। ସେତିକିବେଳେ ସେହି ଗ୍ରାମର ବୃଦ୍ଧ ଦୁଖା ଗୌଡ ନିଜ ସାଇକେଲ ଯୋଗେ ନିକଟସ୍ଥ ବିଲକୁ ଯାଉଥିବାବେଳେ ହଠାତ୍ ଭାଲୁ ଆକ୍ରମଣର ଶିକାର ହୋଇଥିଲେ। ଭାଲୁଟି ଦୁଖା ଗୌଡଙ୍କ ବାମ ଗୋଡକୁ କାମୁଡିଦେବା ଫଳରେ, ସେ ତଳେ ପଡିଯାଇ ଚିତ୍କାର କରିବା ସହ କିଏ କେଉଁଠି ଅଛ ବୋଲି ଡାକ ପକାଇଥିଲେ। ସେତିକିବେଳେ ଭାଲୁଟି ଘଟଣାସ୍ଥଳ ଛାଡି ପଳାଇଯାଇଥିଲା। ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ବନ ବିଭାଗକୁ ଖବର ଦେବାପରେ ବନରକ୍ଷୀ ବର୍ଷାରାଣି ସାହୁ ପହଞ୍ଚି ଆହାତ ଦୁଖାଙ୍କୁ ଉଧାର କରି ଭଞ୍ଜନଗର ମେଡିକାଲକୁ ନେଇଥିଲେ। ଏନେଇ ଏବେ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଥିବା ଜଣାପଡିଛି। ସେପଟେ ବର୍ଷେ ପାଖାପାଖି ହେବ ଗାଲେରୀ ବନାଞ୍ଚଳ ଅଧିକାରୀଙ୍କ ପଦ ଖାଲି ପଡିଛି। ଫଳରେ କାଠ ମାଫିଆଙ୍କ ପାଦୁର୍ଭାବ ବଢିଯାଇଥିବା କହିଛନ୍ତି ସ୍ଥାନୀୟ ଅଞ୍ଚଳର ଜଣେ ଜନ ପ୍ରତିନିଧି ନେତା। ଏଥି ନିମନ୍ତେ ରାଜ୍ୟ ସରକାର ଯଥାଶିଘ୍ର ବନାଞ୍ଚଳ ଅଧିକାରୀ ପଦପି ପୂରଣ ନ କରନ୍ତି ତାହାହେଲେ ଖୁବ୍ଶିଘ୍ର ଜଙ୍ଗଲ ସରିଯିବାର ସମ୍ଭାବନା କହିହେବନାହିଁ ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି।
