ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ନୂଆଦିଲ୍ଲୀରେ ୧୮ତମ ବ୍ରିକ୍ସ ସମ୍ମିଳନୀ ଅବସରରେ ଫିଲିପାଇନ୍ସର ରାଷ୍ଟ୍ରପତି ଫର୍ଡିନାଣ୍ଡ ଆ.ର୍ ମାର୍କୋସ୍ ଜୁନିୟରଙ୍କୁ ଭେଟିଥିଲେ। ଏହି ସମୟରେ ଉଭୟ ନେତା ସହଯୋଗର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ନେଇ ଆଲୋଚନା କରିଥିଲେ। ଆସୋସିଏସନ୍ ଅଫ୍ ସାଉଥ୍ ଇଷ୍ଟ ଏସିଆନ୍ ନେସନ୍ସର ବର୍ତ୍ତମାନର ଅଧ୍ୟକ୍ଷ ଭାବରେ ବ୍ରିକ୍ସ ସମ୍ମିଳନୀରେ ଫିଲିପାଇନ୍ସର ଅଂଶଗ୍ରହଣକୁ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱାଗତ କରିଥିଲେ। ଏହି ବୈଠକ ସମୟରେ, ଉଭୟ ନେତା ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ କ୍ଷେତ୍ରରେ ହୋଇଥିବା ଅଗ୍ରଗତି ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ। ସେମାନେ ପ୍ରତିରକ୍ଷା ଓ ସୁରକ୍ଷା, ବାଣିଜ୍ୟ ଓ ନିବେଶ, ମହାକାଶ, ରେଳ ଭିତ୍ତିଭୂମି, ଫିନ୍ଟେକ୍, ଶିକ୍ଷା, ପର୍ଯ୍ୟଟନ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ନବସୃଜନ ଏବଂ ଲୋକଙ୍କ ମଧ୍ୟରେ ସମ୍ପର୍କ ଭଳି କ୍ଷେତ୍ରରେ ସହଯୋଗକୁ ଆହୁରି ଗଭୀର ଓ ବ୍ୟାପକ କରିବାକୁ ସହମତ ହୋଇଥିଲେ। ଅଗଷ୍ଟ ୨୦୨୫ରେ ରାଷ୍ଟ୍ରପତି ମାର୍କୋସ୍ଙ୍କ ଭାରତ ଗସ୍ତ ସମୟରେ ଭାରତ ଓ ଫିଲିପାଇନ୍ସ ମଧ୍ୟରେ ସ୍ଥାପିତ କୌଶଳଗତ ଭାଗୀଦାରୀ ଅଧୀନରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆଗକୁ ବଢ଼ାଇବାକୁ ମଧ୍ୟ ନେତାମାନେ ସହମତ ହୋଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ “କୋଆଲିସନ୍ ଫର୍ ଡିଜାଷ୍ଟର ରେଜିଲିଏଣ୍ଟ ଇନ୍?ଫ୍ରାଷ୍ଟ୍ରକ୍ଚ’ର୍ (ଉଊଜଓ)ରେ ଯୋଗଦେବା ପାଇଁ ଫିଲିପାଇନ୍ସର ନିଷ୍ପତ୍ତିକୁ ମଧ୍ୟ ସ୍ୱାଗତ କରିଥିଲେ। ଏହା ଭାରତର ନେତୃତ୍ୱରେ ଗଠିତ ଏକ ବିଶ୍ୱସ୍ତରୀୟ ଭାଗୀଦାରୀ ଯାହା ବିପର୍ଯ୍ୟୟ ମୁକାବିଲା ପାଇଁ ଭିତ୍ତିଭୂମିର ସାମର୍ଥ୍ୟ ବୃଦ୍ଧି ଉପରେ ଧ୍ୟାନ କେନ୍ଦ୍ରିତ କରିଥାଏ। ଉଭୟ ନେତା ପାରସ୍ପରିକ ସ୍ୱାର୍ଥ ଜଡ଼ିତ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ଘଟଣାବଳୀ ଉପରେ ମତାମତ ଆଦାନପ୍ରଦାନ କରିଥିଲେ।
