କଟକ: ମାଟି, ରଙ୍ଗ ଏବଂ ସୃଜନଶୀଳତା ମାଧ୍ୟମରେ ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି, ଶ୍ରବଣ ଓ ବାକ୍?ଶକ୍ତିହୀନ ବ୍ୟକ୍ତିଙ୍କ ଏକ ଦଳ କଟକର ତୁଳସୀପୁର ପୋଲିସ୍ କଲୋନୀରେ ଏକ ଅନନ୍ୟ “ଅର୍ଦ୍ଧନାରୀଶ୍ୱର ଗଣେଶ’ ମୂର୍ତ୍ତି ନିର୍ମାଣ କରି ନିଜର କଳାତ୍ମକ ପ୍ରତିଭା ଓ ଦୃଢ଼ ଇଚ୍ଛାଶକ୍ତିର ପ୍ରମାଣ ଦେଇଛନ୍ତି। ସୋମବାର ଦିନ ଚତୁର୍ଥୀ ପଡ଼ୁଛି। ୧୫ ଫୁଟ୍ ଉଚ୍ଚ ଓ ୮ ଫୁଟ୍ ଓସାର ବିଶିଷ୍ଟ ଏହି ମୂର୍ତ୍ତିଟି ପ୍ରାୟ ୨୫୦ କିଲୋଗ୍ରାମ ମାଟି ବ୍ୟବହାର କରି ନିର୍ମାଣ କରାଯାଇଛି; ଏହି ମାଟିକୁ ଦଳର ସଦସ୍ୟମାନେ ନିଜେ ନରାଜରୁ ସଂଗ୍ରହ କରି ବିଡ଼ାନାସୀକୁ ଆଣିଥିଲେ। ମୂର୍ତ୍ତି ନିର୍ମାଣରେ ଚାରିଜଣ କାରିଗର ସାମିଲ ଥିବାବେଳେ, ଅନ୍ୟ ୧୫ ଜଣ ସଦସ୍ୟ ଆଖପାଖ ଅଞ୍ଚଳର ସାଜସଜ୍ଜା ଓ ପ୍ରସ୍ତୁତି କାର୍ଯ୍ୟରେ ସହଯୋଗ କରିଥିଲେ। ଭଗବାନ ଗଣେଶଙ୍କ “ଅର୍ଦ୍ଧନାରୀଶ୍ୱର’ ରୂପକୁ ପ୍ରତିଫଳିତ କରୁଥିବା ଏହି ମୂର୍ତ୍ତିଟି ଉତ୍ସବ ସମୟରେ ଏକ ମୁଖ୍ୟ ଆକର୍ଷଣ ହେବ ବୋଲି ଆଶା କରାଯାଉଛି। ଏହି ସ୍ୱତନ୍ତ୍ର ଦକ୍ଷତା ସମ୍ପନ୍ନ ଦଳ ମୂର୍ତ୍ତିକୁ ଏକ ସ୍ୱତନ୍ତ୍ର ରୂପ ଦେବା ପାଇଁ ଏହାର ରଙ୍ଗ ସଂଯୋଜନା, ସୂକ୍ଷ୍ମ କାରୁକାର୍ଯ୍ୟ ଏବଂ ସାମଗ୍ରିକ କଳାତ୍ମକ ଶୈଳୀ ଉପରେ ବିଶେଷ ଧ୍ୟାନ ଦେଇଛନ୍ତି। କଟକର ବାସିନ୍ଦା ତଥା ଶ୍ରବଣ ଓ ବାକ୍?ଶକ୍ତିହୀନ ୩୦ ବର୍ଷୀୟ ବାଲୁକେଶ୍ୱର ବେହେରା, ଯିଏ ମୂର୍ତ୍ତିର ଶେଷ ପର୍ଯ୍ୟାୟ କାର୍ଯ୍ୟରେ ବ୍ୟସ୍ତ ଥିଲେ, କହିଛନ୍ତି: “ଅନ୍ୟମାନେ ଯାହା ଭାବିଲେ ମଧ୍ୟ ଆମେ କ’ଣ କରିପାରିବୁ ତାହା ଦେଖାଇବାକୁ ଚାହୁଁ। ଆମ କାର୍ଯ୍ୟ ହିଁ ଆମର ଉତ୍ତର। ଏହି ମୂର୍ତ୍ତି ନିର୍ମାଣରେ ଆମେ ଆମର ସର୍ବସ୍ୱ ଢାଳି ଦେଇଛୁ।’ ସେ ଆହୁରି ମଧ୍ୟ କହିଛନ୍ତି, “କ’ଣ କରିବାକୁ ହେବ ସେ ବିଷୟରେ ଜଣାଇବା ପାଇଁ ଆମେ ସଙ୍କେତ ଭାଷା (ଗ୍ଦସଶଦ୍ଭ କ୍ଷବଦ୍ଭଶଙ୍କବଶର) ମାଧ୍ୟମରେ ପରସ୍ପର ସହ ଯୋଗାଯୋଗ କରୁ। ମୂର୍ତ୍ତି ନିର୍ମାଣ ସମୟରେ ଆମେ ନିଜର ଚିନ୍ତାଧାରା ବୁଝାଇବା ପାଇଁ ମାଟି, ରଙ୍ଗ ଏବଂ ଗଠନର ବିଭିନ୍ନ ଅଂଶ ଆଡ଼କୁ ଇଙ୍ଗିତ କରୁ। ଆମେ ଆମର କାର୍ଯ୍ୟଶୈଳୀ ଓ ଦଳଗତ ସହଯୋଗ ମାଧ୍ୟମରେ ପରସ୍ପରକୁ ବୁଝିପାରୁ। ଯେତେବେଳେ ଆମ ମଧ୍ୟରେ ସମାନ ଉତ୍ସାହ ଓ ଦୃଢ଼ ସଂକଳ୍ପ ଥାଏ, ସେତେବେଳେ ଶବ୍ଦର ଆବଶ ‘ଅର୍ଦ୍ଧନାରୀଶ୍ୱର ଗଣେଶଙ୍କ ପ୍ରତିମା ନିର୍ମାଣର ଧାରଣାଟି ବେଶ୍ ଆକର୍ଷଣୀୟ ଥିଲା। ଇଣ୍ଟରନେଟରେ ଆମେ ଯାହା ଦେଖିଥିଲୁ, ତାହାକୁ ହିଁ ମାଟିରେ ରୂପ ଦେବାକୁ ଚେଷ୍ଟା କଲୁ। ଆମେ କିଛି ଭିନ୍ନ କରିବାକୁ ଚାହୁଁଥିଲୁ ଏବଂ ସମସ୍ତଙ୍କୁ ଏହି ଧାରଣାଟି ପସନ୍ଦ ଆସିଲା। ଏଥିପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ିଥିଲା, କିନ୍ତୁ ଫଳାଫଳକୁ ନେଇ ଆମେ ଖୁସି,” ବୋଲି ଏହି ଉଦ୍ୟମର ମୁଖ୍ୟ ସୂତ୍ରଧର ସେନ୍ କହିଛନ୍ତି। ଭିନ୍ନକ୍ଷମ ବ୍ୟକ୍ତିମାନେ ମିଳିତ ଭାବେ ‘ବ୍ରଦର୍ସ ଆଣ୍ଡ ବ୍ରଦର୍ସ” (ଈକ୍ସକ୍ଟଗ୍ଧଷରକ୍ସଗ୍ଦ ବଦ୍ଭୟ ଈକ୍ସକ୍ଟଗ୍ଧଷରକ୍ସଗ୍ଦ) ନାମକ ଏକ ପୂଜା କମିଟି ଗଠନ କରିଛନ୍ତି। ଏହି ପ୍ରତିମା ନିର୍ମାଣ ପ୍ରକ୍ରିୟାରେ ଜଣେ ଶ୍ରବଣ ଓ ବାକ୍?ଶକ୍ତିହୀନ ବ୍ୟକ୍ତି, ୪୯ ବର୍ଷୀୟ ଜିତେନ୍ଦ୍ର ନନ୍ଦ ମଧ୍ୟ ସାମିଲ ଅଛନ୍ତି। ସେ କହିଛନ୍ତି, ‘ଏହି ପଦକ୍ଷେପ କେବଳ ଗଣେଶ ପୂଜା ପାଳନ କରିବା ପାଇଁ ନୁହେଁ, ବରଂ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଦକ୍ଷତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ମଧ୍ୟ ଉଦ୍ଦିଷ୍ଟ ଥିଲା।” ସେମାନଙ୍କ କହିବା ଅନୁଯାୟୀ, ସେମାନଙ୍କ କାର୍ଯ୍ୟ ଏକ ବାର୍ତ୍ତା ବହନ କରେ ଯେ ପ୍ରତିଭା ଓ ସୃଜନଶୀଳତା କୌଣସି ବାଧାବିଘ୍ନକୁ ମାନେ ନାହିଁ। ଯୋଗାଯୋଗ କ୍ଷେତ୍ରରେ ସେମାନଙ୍କୁ ହୁଏତ କିଛି ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ, କିନ୍ତୁ ତାହା କେବେବି ସେମାନଙ୍କୁ ମିଳିମିଶି କାମ କରିବାରୁ ଅଟକାଇ ପାରିନାହିଁ। ତୁଳସୀପୁରର ବାସିନ୍ଦା ଅଭି ମହାନ୍ତି କହିଛନ୍ତି, ‘ଏହି ପ୍ରତିମା ମାଧ୍ୟମରେ ସେମାନେ ଚାହାଁନ୍ତି ଯେ ଲୋକମାନେ ସେମାନଙ୍କ ପ୍ରତିଭାକୁ ଚିହ୍ନନ୍ତୁ ଏବଂ ସେମାନଙ୍କୁ ଉତ୍ସାହିତ କରନ୍ତୁ।” ବର୍ତ୍ତମାନ ୧୫ ଜଣରୁ ଅଧିକ ଶ୍ରବଣ ଓ ବାକ୍?ଶକ୍ତିହୀନ ବ୍ୟକ୍ତି ପୂଜା ମଣ୍ଡପର ଚୂଡ଼ାନ୍ତ ସାଜସଜ୍ଜା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସେମାନେ ଆଶା କରୁଛନ୍ତି ଯେ ସେମାନଙ୍କର ଏହି କଳାକୃତି ଦର୍ଶକଙ୍କୁ ଆକର୍ଷିତ କରିବ ଏବଂ ଅନ୍ୟମାନଙ୍କୁ ଭିନ୍ନକ୍ଷମତାଠାରୁ ଊର୍ଦ୍ଧ୍ୱକୁ ଯାଇ ଚିନ୍ତା କରିବାକୁ ପ୍ରେରଣା ଯୋଗାଇବ।
