ବାରିପଦା; ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଆନୁକୂଲ୍ୟରେ ବାରିପଦା ଷ୍ଟାଡିୟମ ପରିସରରେ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି ଓ ସକାଳ ୯ଟା ରେ ଏସୋସିଏସନର ଉପ ସଭାପତି ବିବେକାନନ୍ଦ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଓ ଅନ୍ୟ ମାନଙ୍କ ମଧ୍ୟରେ ଉପ ସଭାପତି ମନୋଜ କୁମାର ସାଓ, ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ଫୁଟବଲ ସମ୍ପାଦକ ଅମର କୁମାର ସେଠି, ସହ ସମ୍ପାଦକ ଅଶୋକ ପଟ୍ଟନାୟକ, ବୈଦ୍ୟନାଥ ରଥ, ରବୀନ୍ଦ୍ର କୁମାର ମହାନ୍ତି, ହରପ୍ରସାଦ ପାତ୍ର, ପ୍ରସନ୍ନଜିତ ମହାନ୍ତି, ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ, ପୂର୍ବତନ ଜିଲ୍ଲା କ୍ରୀଡା ଅଧିକାରୀ କୁମାର ରଞ୍ଜନ ପଣ୍ଡା ଓ ପ୍ରଦୀପ କୁମାର ବେହେରା ସମେତ ସଦସ୍ୟ ମାନେ ଉପସ୍ଥିତ ଥିଲେ ଓ ଅପରାହ୍ନ ୩ଟା ରେ ଜିଲ୍ଲା ପ୍ରଶାସନ ଓ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ମଧ୍ୟରେ ଏକ ବନ୍ଧୂତପୂର୍ଣ୍ଣ ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ଓ ଏଥିରେ ଖେଳ ସମାପ୍ତି ବେଳକୁ ୧/୧ ଗୋଲ୍ ସ୍କୋର କରି ଡ୍ର ହେବାରୁ ଟ୍ରାଇବ୍ରେକର ଦ୍ୱାରା ୩-୨ ଗୋଲରେ ମୟୂରଭଞ୍ଜ ଏଥଲେଟିକ୍ ଏସୋସିଏସନ୍ ଜିଲ୍ଲା ପ୍ରଶାସନକୁ ପରାସ୍ତ କରିଥିଲେ ଓ ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଈଶ୍ୱର ଚନ୍ଦ୍ର ନାଏକ ଅଧିନାୟକ ଥିବା ବେଳେ ମୟୂରଭଞ୍ଜ ଏଥଲେଟିକ ଏସୋସିଏସନ୍ର ଅଧିନାୟକ ପୂର୍ବତନ କ୍ରୀଡ଼ା ଅଧିକାରୀ ପ୍ରଦୀପ କୁମାର ବେହେରା ଥିଲେ ଓ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ହେମକାନ୍ତ ସୟ , ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲି , ଶିମିଳିପାଳ ଦକ୍ଷିଣର ଉପ ନିର୍ଦ୍ଦେଶକ ସୁମିତ କର, ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ, ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଭାଶିଷ ନାୟକ ପ୍ରମୁଖ ଖେଳିଥିବା ବେଳେ ଏସୋସିଏସନ୍ ତରଫରୁ ଫୁଟବଲ ସମ୍ପାଦକ ଅମର କୁମାର ସେଠୀ, ସହ ସମ୍ପାଦକ ଅମ୍ବିକା ରାଉତ, ପୂର୍ବତନ କ୍ରୀଡ଼ାବିତ୍ ଯଦୁନାଥ ମାଝୀ, ଯୋଗେଶ୍ୱର୍ ପାଲବାବୁ, କ୍ରୀଡ଼ା ଶିକ୍ଷକ ସତ୍ୟନାରାୟଣ ବାରିକ ପ୍ରମୁଖ ଖେଳିଥିଲେ ଓ କୈଳାଶ ଚନ୍ଦ୍ର ବେହେରା ଖେଳ ପରିଚାଳନା କରିଥିଲେ ଓ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ଓ ବାରିପଦା ତହସିଲଦାର ସୁମନ ସାହୁ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ସଧିକାରୀ ଶିଶିର କୁମାର ମୁଣ୍ଡୟା ପୁରସ୍କାର ବିତରଣ କରିଥିଲେ
