ପୁରୀ: ମହାପ୍ରଭୁଙ୍କ ଦର୍ଶନ ପରେ ଚାଲିଗଲା ଜୀବନ।ମୃତକ ହେଉଛନ୍ତି ବିଞ୍ଝାରପୁର ର ୭୫ ବର୍ଷୀୟ ଶ୍ରଦ୍ଧାଳୁ ନୀଳକଣ୍ଠ ଦାସ ।ଆଜି ବାହାର କାଠ ନିକଟରେ ଦର୍ଶନ କରିବା ବେଳେ ଚେତାଶୂନ୍ୟ ହୋଇଥିଲେ ।ପରେ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର ।ସୂଚନା ଯୋଗ୍ୟ ଯେ ପୂର୍ବାହ୍ନ ପ୍ରାୟ ୧୧ ଟା ସମୟରେ ଯାଜପୁରର ଏହି ଶ୍ରଦ୍ଧାଳୁ ଜଣକ ନିଜ ପରିବାର ସହିତ ଶ୍ରୀମନ୍ଦିର ଦର୍ଶନ କରିବାକୁ ଯାଇଥିଲେ ।ବାହାର କାଠ ଦର୍ଶନ ଚାଲିଥିବା ବେଳେ ହୁଣ୍ଡି ନିକଟରେ ଦର୍ଶନ କରିବା ପରେ ହଠାତ୍ ଟଳି ପଡ଼ିଥିଲେ ।ପରେ ପୋଲିସ୍ ତାଙ୍କୁ ଉଦ୍ଧାର କରି ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ତେବେ ପୂର୍ବରୁ ତାଙ୍କର ହୃଦଘାତ ଜନିତ ସମସ୍ୟା ରହିଥିଲା ଏବଂ ଔଷଧ ଜାରି ରହିଥିଲା ବୋଲି କହିଛନ୍ତି ତାଙ୍କ ପତ୍ନୀ ।ମୃତ ଲକ୍ଷ୍ମୀଧର ଯାଜପୁର ବିଂଝାରପୁରର ବାସିନ୍ଦା ହୋଇଥିଲେ ହେଁ କଲିକତା ଚାନ୍ଦିନୀ ମାର୍କେଟ ନିକଟରେ ରହି ଆସୁଛନ୍ତି
