ପୁରୀ: ଅବସରପ୍ରାପ୍ତ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ସଂଘ ପୁରୀ ଓ ଶ୍ରୀ ବିନାୟକ ବ୍ଯବସାୟୀ ସଂଘ ମିଳିତ ଆନୁକୂଲ୍ଯରେ ଡାକ୍ତରଖାନା ଛକ ଠାରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ପାଳିତ ହୋଇଯାଇଛି । ଅବସରପ୍ରାପ୍ତ ଓଡ଼ିଶା ପ୍ରଶାସନିକ ସେବା ଅଧୀକାରୀ ସଂଘ ସଭାପତି ପ୍ରସନ୍ନ ହୋତା ମୁଖ୍ଯ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି କହିଲେ ତ୍ରିରଙ୍ଗାର ସମ୍ମାନ ପାଇଁ ନିଜର ସର୍ବୋଚ୍ଚ ବଳିଦାନ ଦେବାକୁ ବି ପଛାଇ ନାହାନ୍ତି ଭାରତର ବୀରସନ୍ତାନ । ବିଶ୍ୱର ସର୍ବାଧିକ ଜନଶକ୍ତି ତ୍ରିରଙ୍ଗା ପତାକା ତଳେ ଏକତ୍ର ହୋଇ ସ୍ୱାଧୀନତାର ଜୟ ଗାନ କରୁଛନ୍ତି ବୋଲି ଶ୍ରୀ ହୋତା କହିଥିଲେ ।

ସମ୍ମାନିତ ଅତିଥି ଭାବେ ସମ୍ପାଦକ ପ୍ରମୋଦ କୁମାର ରାଏ, କୋଷାଧ୍ୟକ୍ଷ ମୁକ୍ତିକାନ୍ତ ଦାସ ଓ ବିନାୟକ ବ୍ଯବସାୟୀ ସଂଘ ପୁରୀ ସଭାପତି ସନ୍ଦୀପ କୁମାର ଦାଶ ସମ୍ପାଦକ ନାଗେଶ୍ୱର ପାତ୍ର, କୋଷାଧ୍ୟକ୍ଷ କାଳୁ ପ୍ରଧାନ, ଉପଦେଷ୍ଟା ନବକିଶୋର ସାହୁ ଓ ସୁରେଶ କୁମାର ବାରିକ ପ୍ରମୁଖ ଯୋଗଦେଇ ଜାତୀୟ ଗୀତ ଗାନ କରିବା ସହ ପୂର୍ବ ପୁରୁଷମାନଙ୍କ ସ୍ୱାଧୀନତା ସଂଗ୍ରାମୀ ଅବଦାନ ଅତୁଳନୀୟ କହିବା ସହ ସତ୍ଯ ତ୍ଯାଗ ଓ ନିଷ୍ଠା ଓ ସାହାସର ସହ କାର୍ଯ୍ୟକରି ଦେଶର ନାମ ରଖିବା ପାଇଁ ମତବ୍ୟକ୍ତ କରିଥିଲେ । ଏଥିରେ ଯୁଗଳ କିଶୋର କାନୁନଗୋ, କେଦାର ନାଥ ପତି, ବୃନ୍ଦାବନ ପତି, ବିନୋଦ କୁମାର ପଣ୍ଡା,ହୃଦୟ ଚନ୍ଦ୍ର ମହାନ୍ତି ପ୍ରମୁଖ ସମେତ ଅନୁଷ୍ଠାନର ସମସ୍ତ ସଦସ୍ଯ ଯୋଗଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
