ବାଲିଗୁଡା: ବିଜୁ ପଟ୍ଟନାୟକ ମିନିଷ୍ଟାଡିଅମ ଠାରେ ଉପଖଣ୍ଡ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ ହୋଇଅଛି ।ଏଥିରେ ମୁଖ୍ୟ ଅତିଥି ଭାବେ ବାଲିଗୁଡା ଉପଜିଲ୍ଲାପାଳ ପ୍ରଣୀତା ଦାସ ଯୋଗ ଦେଇ ଜାତୀୟ ପତାକା ଉତ୍ତଳୋନ କରିବା ସହ ସମ୍ମିଳିତ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରିଥିଲେ ।ଦେଶ ସ୍ୱାଧୀନ ପାଇଁ ଶହୀଦ ହୋଇଥିବା ସ୍ୱାଧୀନତା ସଂଗ୍ରାମୀ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ବୀର ପୁରୁଷ ଙ୍କ ଉଦେଶ୍ୟ ରେ ଅଭିଭାଷଣ ପ୍ରଦାନ କରିଥିଲେ ବାଲିଗୁଡା ଉପଜିଲ୍ଲାପାଳ ।ସ୍ୱାଧୀନତା ଦିବସ ପାଳନ ଅବସରରେ ଆର୍ମ ରିଜର୍ଭ ପୋଲିସ ଙ୍କ ସମେତ ମୋଟ ୩୦ ଟି ଟ୍ରୁପ ପ୍ୟାରେଡ ରେ ଅଂଶ ଗ୍ରହଣ କରିଥିଲେ। ପ୍ୟାରେଡ ଶେଷ ପରେ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସହ ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା ।
