ପୁରୀ: ଶନିବାର ୨୦ ନମ୍ବର ୱାର୍ଡ ପେଣ୍ଠକଟା ପେଟ୍ରୋଲ ପମ୍ପ ପାଖ ଜେଏସସି ଫୁଡସ୍ ବିଚ୍ ରୋଡ ଠାରେ ୮୦ ତମ ସ୍ୱାଧୀନତା ଦିବସ ଆନନ୍ଦ ଉଲ୍ଲାସର ସହ ମହାସମାରୋହରେ ପାଳିତ ହୋଇଯାଇଛି । ମୁଖ୍ଯ ଅତିଥି ଭାବେ ରାଜ୍ଯସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଯୋଗଦେଇ ଆନୁଷ୍ଠାନିକ ପୂର୍ବକ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବନ୍ଦେ ମାତରମ ଜାତୀୟ ଗୀତ ପରିବେଷଣ କରାଯାଇଥିଲା। ଶ୍ରୀକ୍ଷେତ୍ର ପୁରୀ ବାସୀଙ୍କୁ ସ୍ୱାଧୀନତା ଦିବସ ର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ପୂର୍ବ ପୁରୁଷମାନଙ୍କ ଅବଦାନ ବିଷୟରେ କହିବା ସହ ଅନୁଷ୍ଠାନର ଏହି କାର୍ଯ୍ୟକ୍ରମକୁ ଭୂୟଂଶୀ ପ୍ରଶଂସା କରି ଅଞ୍ଚଳର ଉର୍ନ୍ନତିକରଣ ପାଇଁ ମୁଖ୍ଯ ଅତିଥି ଶ୍ରୀ ଖୁଣ୍ଟିଆ ମତବ୍ୟକ୍ତ କରିଥିଲେ ।

ସମ୍ମାନିତ ଅତିଥ ଭାବେ ବରିଷ୍ଠ ବିଜେଡି ନେତା ବିଜୟ କୁମାର ମିଶ୍ର, ସମାଜସେବୀ କେ.ପ୍ରସନ୍ନ କୁମାର, ସି.ଏଚ.ରାମଣା, କେ.ତାତାରାଓ, ୱାଇ ଆପଲ ରାଜୁ, ସଞ୍ଜୀତ ସିଂହ,,ଜି.ଚନ୍ଦ୍ରା ରାଓ, ଏମ କ୍ରିଷ୍ଣା, ଇ. ଆପଲରାଜୁ,କାର୍ତ୍ତିକଙ୍କର ବେହେରା ପ୍ରମୁଖ ଉପସ୍ଥିତ ରହି ଦେଶ ପାଇଁ ବଳି ଦେଇଥିବା ମହାପୁରୁଷ ମାନଙ୍କ କଥା ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ । ମହାତ୍ମାଗାନ୍ଧୀ କି ଜୟ, ସୁବାଷ ବୋଷ କି ଜୟ ବନ୍ଦେ ମାତରମ କୁନି କୁନି ପିଲାମାନେ ସ୍ଲୋଗାନ ଦେଇଥିଲେ । ସେଣ୍ଟ ଜୋସେଫ ସ୍ଲୁଲର ପ୍ରିନସିପାଲ କେ ଆନନ୍ଦ ଉପସ୍ଥିତ ରହି ସ୍ୱାଧୀନତା ଦିବସ ଗୁଣଗାନ କରିଥିଲେ । ସ୍ଲୁଲର ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଉଲ୍ଲେଖନୀୟ ଅବଦାନ ପାଇଁ ଅତିଥ ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।
